ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ପାଳିତ; ପୁରୀରେ ହେବ ପ୍ରଥମ ଟ୍ରାନସ୍ସଜେଣ୍ଡର ଆଶ୍ରୟସ୍ଥଳ

ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ପୁରୀ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହୋଇଛି ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ"।

ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ପାଳିତ; ପୁରୀରେ ହେବ ଟ୍ରାନସ୍ସଜେଣ୍ଡର ଆଶ୍ରୟସ୍ଥଳ

ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ପାଳିତ; ପୁରୀରେ ହେବ ଟ୍ରାନସ୍ସଜେଣ୍ଡର ଆଶ୍ରୟସ୍ଥଳ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଟ୍ରାନସ୍ସଜେଣ୍ଡର ବର୍ତ୍ତମାନ ବି ସମାଜରେ ଅବହେଳିତ, ଉପେକ୍ଷିତ ଓ ତାଡନାଗ୍ରସ୍ତ । ଯାହା ଫଳରେ ଅଧିକାଂଶ ଟ୍ରାନସ୍ସଜେଣ୍ଡର ବାଧ୍ୟ ହୁଅନ୍ତି ସମାଜରୁ ନିଜକୁ ଦୂରେଇ ରଖିବା ପାଇଁ ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କେତେବେଳେ ଭିକ୍ଷା ବୃତ୍ତି ବା କେତେବେଳେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ଯାହା ସେମାନଙ୍କୁ ଏକ ସମ୍ମାନ ଜନକ ଜୀବନଶୈଳୀ ଦେଇପାରେ ନାହିଁ ।



" ସମାଜର ପ୍ରତ୍ୟାଖ୍ୟାନ ଓ ତାଡନା ସହି ନପାରି ଟ୍ରାନସ୍ସଜେଣ୍ଡରମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି କିମ୍ବା ସାମାଜିକ କ୍ରୁରତାର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି । ସେହିଭଳି ଦିବଙ୍ଗତ ଟ୍ରାନସ୍ସଜେଣ୍ଡରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦କୁ ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ଭାବେ (Transgender Day Of Rememberance) ପାଳନ କରାଯାଇଥାଏ ।

"ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ପୁରୀ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହୋଇଛି ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ"। "ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ "ସ୍ଵୀକୃତି" ଯୋଜନାର ଶୁଭାରମ୍ଭ କରିଥଲେ"।

"ପୁରୀ ଜିଲ୍ଲାରେ କିନ୍ନର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଏବଂ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଖୁବ୍ ଶୀଘ୍ର ପୁରୀରେ ଟ୍ରାନସ୍ସଜେଣ୍ଡର ସେଲ୍ଟର ହୋମ୍ ଆରମ୍ଭ କରାଯିବ । ସେହିଭଳି ସ୍ଵୀକୃତି ଯୋଜନାରେ ପୁରୀ ଜିଲ୍ଲାରେ ବସବାସ କରୁଥିବା ଟ୍ରାନସ୍ସଜେଣ୍ଡରମାନଙ୍କୁ ସ୍ଵୀକୃତି ଯୋଜନା ମାଧ୍ୟମରେ ଜୀବନ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ପାଇଁ ପ୍ରୟାସ ଆରମ୍ଭ ହେବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା କହିଥିଲେ"।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୁରୀ କିନ୍ନର ସଂଘର ସଭାପତି ଦେବକୀ କିନ୍ନର, ସମ୍ପାଦିକା ପୂଜା କିନ୍ନର, ଟ୍ରାନସ୍ସଜେଣ୍ଡର ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ଟ୍ରାନସ୍ସଜେଣ୍ଡରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦି ବେଲର ଆବାହକ ସିଦ୍ଧାର୍ଥ ରାୟ ସଂଯୋଜନା କରିଥିବା ବେଳେ ସାଥୀ ଅନୁଷ୍ଠାନର ସହ ନିର୍ଦ୍ଦେଶକ ବିଶ୍ବଭୂଷଣ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
Published by:Soubhagya Mishra
First published: