ପୋଲିସ ସମ୍ମିଳନୀ: ରାଜ୍ୟ ପୋଲିସର କାର୍ଯ୍ୟଶୈଳୀକୁ ପ୍ରଶଂସା କଲେ CDS ଜେନେରାଲ୍ ବିପିନ୍ ରାୱତ

୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ମଙ୍ଗଳବାର ଦିନ ଇଣ୍ଟରପୋଲର ନିର୍ଦ୍ଦେଶକ ଏମ୍.ଏମ୍. ଓବେରଏ ଯୋଗ ଦେଇ ‘ସାଇବର୍ କ୍ରାଇମ୍ ଦମନର ଉପାୟ’ ଉପରେ ନିଜର ବକ୍ତବ୍ୟ ରଖିବେ ।

ଜେନେରାଲ ବିପିନ ରାୱତ ନିଜ ବକ୍ତବ୍ୟ ରଖୁଛନ୍ତି ।

ଜେନେରାଲ ବିପିନ ରାୱତ ନିଜ ବକ୍ତବ୍ୟ ରଖୁଛନ୍ତି ।

  • Share this:
News18 Odia Digital

କଟକ: ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଜାରି ରହିଥିବା ଓଡ଼ିଶା ପୋଲିସର ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଅବସରରେ ସେମବାର ଦିନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡ଼ିଶା ପୋଲିସକୁ ଗୁରୁ ମନ୍ତ୍ର ଦେଇଛନ୍ତି ଡିଫେନ୍ସ ଷ୍ଟାଫର ମୁଖ୍ୟ ଜେନେରାଲ ବିପିନ ରାୱତ ।  ପ୍ରାୟ ୨୫ ମିନିଟ ଧରି ସେ ଦେଇଥିବା ନିଜ ବକ୍ତବ୍ୟରେ ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ଅନେକ ସମ୍ବେଦଳନଶୀଳ ପ୍ରସଙ୍ଗ ବାବଦରେ ମଧ୍ୟ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ସେ ।

ଜେନେରାଲ ରାୱତ ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବାକୁ ଯାଇ ମାଓ ମୁକାବିଲା ଦିଗରେ ରାଜ୍ୟ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି କହିଛନ୍ତି । ବିଶେଷ କରି ରାଜ୍ୟରେ ମୁତୟନ ଥିବା କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସଙ୍କ ସହିତ ଓଡ଼ିଶା ପୋଲିସ ଉତ୍ତମ ତାଳମେଳ ରକ୍ଷା କଥା ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

“ଓଡ଼ିଶା ପୋଲିସ ଆଇନ ଓ ଶୃଙ୍ଖଳା ରକ୍ଷା ଦିଗରେ ଖୁବ୍‌ ଭଲ କାମ କରିଛି । ରାଜ୍ୟର ଅପରାଧ ମାତ୍ରା କମ୍‌ ରହିଛି । ରାଜ୍ୟ ପୋଲିସ ସବୁ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସଙ୍କ ସହିତ ସମନ୍ୱୟ ରକ୍ଷା କରି ମାଓବାଦୀ ହିଂସାର ମୁକାବିଲା କରିବାରେ ସଫଳ ହୋଇଛି,’’ କହିଛନ୍ତି ଜେନେରାଲ୍‌ ରାୱତ ।

ଏହା ବ୍ୟତୀତ ସାମ୍ପ୍ରତିକ ପରିସ୍ଥିତିରେ ଆଞ୍ଚଳିକବାଦ, ସାଧାରଣ ବିରୋଧାଭାସ ଓ ବାଣିଜ୍ୟିକ ଯୁଦ୍ଧ ଇତ୍ୟାଦି ଆଗକୁ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।  ‘‘ବିଷମ ଯୁଦ୍ଧ ସ୍ଥିତି ମଧ୍ୟ ଆମ ପାଇଁ ଅନେକ ଆହ୍ବାନ ସୃଷ୍ଟି କରୁଛି । ଏହି ପରିସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ,’’ ନିଜ ବକ୍ତବ୍ୟରେ କହିଛନ୍ତି ଜେନେରାଲ ରାୱତ ।

ଏହା ବି ପଢ଼ନ୍ତୁ | ଶେଷରେ ରଣବୀର୍ କପୁର୍ କହିଲେ ସେ ଖୁବ୍ ଜଲ୍ଦି ଆଲିଆ ଭଟ୍ଟଙ୍କୁ ବାହା ହେଉଛନ୍ତି

ଜେନେରାଲ ରାୱତଙ୍କ ପରେ ପ୍ରଖ୍ୟାତ ଲେଖିକା ତଥା ସାମାଜିକ କର୍ମୀ କମଳା ଭାସିନ ଏହି ଅବସରରେ ଯୋଗ ଦେଇ ପକ୍ଷପାତିତା ଓ ଅନ୍ୟାୟ କପରି ସମାଜ ଓ ପୋଲିସକୁ ପ୍ରଭାବିତ କରିଥାଏ ତାହା ଉପରେ ଆଲୋକପାତ କରିବା ସହ ପକ୍ଷପାତିତା ବିରୁଦ୍ଧରେ ପୋଲିସକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ | ଏହି ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଭାରତରେ ପ୍ରୟୋଗ ପାଇଁ ମିଳିପାରେ ଅନୁମତି

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ମଙ୍ଗଳବାର ଦିନ ଯୋଗ ଦେବେ ଇଣ୍ଟରପୋଲର ନିର୍ଦ୍ଦେଶକ ଏମ୍‌.ଏମ୍‌. ଓବେରଏ । ଏହି ଅବସରରେ ସେ ‘ସାଇବର୍‌ କ୍ରାଇମ୍‌ ଦମନର ଉପାୟ’ ଉପରେ ନିଜର ବକ୍ତବ୍ୟ ରଖିବେ । ଏହା ବ୍ୟତୀତ ଗୁଇନ୍ଦା ତଥ୍ୟର ଆବଶ୍ୟକତା ଓ ଏହାର ଆଦାନ ପ୍ରଦାନର ଗୁରୁତ୍ବ ନେଇ ଓଡ଼ିଶା ପୋଲିସର ଟିପ୍ସ ବି ଦେବେ ଇଣ୍ଟରପୋଲର ନିର୍ଦ୍ଦେଶକ । ଏଥିରେ କିଭଳି ଗୁଣାତ୍ମକ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯିବ, ସେଗୁଡ଼ିକୁ କିଭଳି ବିଶ୍ଲେଷଣ କରାଯିବ ଓ ସଂଗୃହିତ ତଥ୍ୟର ସତ୍ୟାସତ୍ୟ ଅନୁଧ୍ୟାନ ପରେ ଏହାର ଆଦାନ ପ୍ରଦାନ କେଉଁ ଶୈଳୀରେ ହେବା ଜରୁରୀ ସେ ନେଇ ଓବେରଏ ନିଜ ମତ ରଖିପାରନ୍ତି ବୋଲି ଜଣା ପଡ଼ିଛି ।



ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ବୈଠକରେ ରାଜ୍ୟର ସବୁ ଜିଲ୍ଲାର ଏସ୍‌.ପି., ରେଞ୍ଜ ଆଇ.ଜି., ଡିଆଇଜି, ଅତିରିକ୍ତ ଡିଜିଙ୍କ ସହ ଭିଜିଲାନ୍ସ, ଅଗ୍ନିଶମ ଓ ଜେଲ ବିଭାଗରେ କାର୍ଯ୍ୟରତ ବରିଷ୍ଠ ପୋଲିସ ଅଧିକାରୀ ଏସଓଜି କମାଣ୍ଡାଣ୍ଟ ପ୍ରମୁଖ ଯୋଗ ଦେଇଛନ୍ତି । ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ନିଜ କାର୍ଯ୍ୟର ସମୀକ୍ଷା କରିବା ସହିତ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥାଏ ଓଡ଼ିଶା ପୋଲିସ ।
Published by:Anand Shankar Thankur Das
First published:
)}