News18 Odia Digital
ଭୁବନେଶ୍ୱର: ମମିତା ମେହେରଙ୍କୁ ନ୍ୟାୟ ଦାବି କରି ରାଜ୍ୟ ରାଜଧାନୀର ଲୋୟର୍ ପି.ଏମ.ଜି. ଛକରେ ପ୍ରଦର୍ଶନ କରୁଥିବା ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଜଣେ ଏ.ସି.ପି.ଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିଲେ । ଆହତ ହୋଇଥିବା ପୋଲିସ କର୍ମୀମାନେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଗୁରୁବାର ମଧ୍ୟାନ୍ନ ପ୍ରାୟ ଦେଢ଼ଟା ବେଳେ ବିଜେପିର ଶହ ଶହ କାର୍ଯ୍ୟକର୍ତ୍ତା ବିଧାନସଭା ଆଡକୁ ଅଗ୍ରସର ହେଉଥିଲେ । ଗାନ୍ଧି ମାର୍ଗରେ କମିଶନରେଟ ପୋଲିସ ବିକ୍ଷୋଭକାରୀମାନଙ୍କୁ ଅଟକାଇଥିଲା । ବ୍ୟାରିକେଡର ବ୍ୟବସ୍ଥା ପୋଲିସ କରିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ବାଧା ଦେବାରୁ ପ୍ରଥମେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଉପରକୁ ସେମାନେ ଟେକା, ପଥର ଓ ପ୍ଲାକାର୍ଡ ଫିଙ୍ଗିଥିଲେ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ
ବିକ୍ଷୋଭକାରୀମାନଙ୍କ ଟେକା ପଥର ମାଡରେ ପୋଲିସର ବ୍ୟାପକ କ୍ଷୟକ୍ଷତି ହୋଇଛି ଓ ପାଖାପାଖି ୧୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜୋନ୍-୧ ଏ.ସି.ପି. ମାନବ ଗଡନାୟକ, ସହିଦ ନଗର ଥାନା ଅଧିକାରୀ ହିମାଂଶୁ ସ୍ୱାଇଁ, ଚନ୍ଦ୍ରଶେଖର ଥାନା ଅଧିକାରୀ ପ୍ରଦୀପ ରାଉତ ଓ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଦଙ୍କ ସମେତ ୧୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସବୁ ଆହତ ପୋଲିସ କର୍ମୀଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ଏହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ
“ବିକ୍ଷୋଭକାରୀମାନଙ୍କୁ ଅଟକାଇବା ପାଇଁ ଆମେ ଆଇନ ଅନୁସାରେ ସବୁ ବ୍ୟବସ୍ଥା କରିଥିଲୁ । ହେଲେ ସେମାନେ ଆଇନ ଭାଙ୍ଗି ଆକ୍ରମଣ କରିଥିଲେ । ଏହା ଠିକ୍ ହୋଇନାହିଁ । ଏଥିରେ ପୋଲିସ କର୍ମୀମାନେ ଆହତ ହୋଇଛନ୍ତି । ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆବଶ୍ୟକ ପଡି଼ଲେ ସେମାନଙ୍କୁ ବଡ଼ ହସପିଟାଲକୁ ସ୍ଥାନାନ୍ତର କରାଯିବ । ପୋଲିସ ପ୍ରତି ଏମିତି ଆକ୍ରମଣ ହୁଏତ ପୂର୍ବରୁ କେବେ ଦେଖାଯାଇ ନ ଥିଲା,” କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଲାଲ୍ ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ
ବିଜେପିର ବିକ୍ଷୋଭକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । କୋଡ଼ିଏ ପ୍ଲାଟୁନ୍ ଫୋର୍ସ ସାଙ୍ଗକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିକ୍ଷୋଭକାରୀମାନେ ଦଫା ୧୪୪ ଏରିଆ ଡେଇଁବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଓ ଫରାହ ଖାନ୍, VIDEO ଛାଡ଼ିଲେ
“ଯେଉଁମାନେ ଆଇନକୁ ହାତକୁ ନେଇ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି, ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପି.ଏମ୍.ଜି. ଛକରେ ଳାଗିଥିବା ସି.ସି.ଟି.ଭି. ଫୁଟେଜ୍ ଓ ଗଣମାଧ୍ୟମରେ ଥିବା ଫୁଟେଜ୍ ଆଧାରରେ ଆମେ ତଦନ୍ତ ଆରମ୍ଭ କରିଛୁ । ଯେଉଁମାନେ ପୋଲିସକୁ ଆକ୍ରମଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ | Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ
କେବଳ ପୋଲିସ ନୁହଁନ୍ତି, ବିକ୍ଷୋଭକାରୀଙ୍କ ଆକ୍ରମଣର ଶିକାର କିଛି ଗଣ ମାଧ୍ୟମ ପ୍ରତିନିଧି ମଧ୍ୟ ହୋଇଛନ୍ତି । ଆକ୍ରମଣକାରୀମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ଏଥିରେ କିଛି ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।