CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ: ଦେଶରେ ପାସ୍ ହାର ୯୧.୪୬%; ଭୁବନେଶ୍ୱର ଜୋନରେ ୯୩.୨୦%

ଏ ଥର ବିନା ମେରିଟ୍‌ ଲିଷ୍ଟ ଓ ଟପର୍‌ ତାଲିକାରେ ପ୍ରକାଶ କରାଯାଇଛି ରେଜଲ୍ଟ । ଓଡିଏମ ପବ୍ଲିକ ସ୍କୁଲର ଅଙ୍କିତା ମଣ୍ଡଳ ଓ ପ୍ରିୟ ସୋମଦତ୍ତ ନାୟକ ୯୯.୨% ମାର୍କ ରଖିଛନ୍ତି । ଥିରୁଅନନ୍ତପୁରମ୍ ରିଜିଅନରେ ସର୍ବାଧିକ ୯୯.୨୮% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ: ଦେଶରେ ପାସ୍ ହାର ୯୧.୪୬%; ଭୁବନେଶ୍ୱର ଜୋନରେ ୯୩.୨୦%
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଦେଶରେ ଏ ବର୍ଷର ପାସ ହାର ୯୧.୪୬% ରହିଛି, ଯାହା ଗତ ବର୍ଷ ତୁଳନାରେ ୦.୩୬% ଅଧିକ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି।

ଭୁବନେଶ୍ୱର ଜୋନରେ ପାସ ହାର ୯୩.୨୦% ରହିଛି । ଭୁବନେଶ୍ୱର ଜୋନରୁ ମୋଟ ୯୮,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୯୧,୫୪୬ ଜଣ ପାସ କରିଛନ୍ତି । ୯୩.୯୦% ଛାତ୍ରୀ ପାସ କରିଥିବା ବେଳେ ୯୨.୬୭% ଛାତ୍ର ପାସ କରିଛନ୍ତି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି ବୋଲି ଟ୍ବିଟ୍‌ ଯୋଗେ ସୂଚନା ଦେଇ କହିଥିଲେ ଯେ ସିବିଏସଇ ୱେବସାଇଟରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଉପଲବ୍ଧ ରହିଛି । ଦେଶରେ ମୋଟ ପାସ୍‌ ହାର ୯୧.୪୬ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ୱର ରିଜିଅନରେ ପାସ ହାର ୯୩.୨୦% ରହିଛି। ଚଳିତ ବର୍ଷ ଦେଶରେ ୧୮,୭୩,୦୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ପାସ ହୋଇଛନ୍ତି ୧୭,୧୩,୧୨୧ ଜଣ ଛାତ୍ରଛାତ୍ରୀ ।



ଏ ବର୍ଷ ପାସ୍‌ ହାର ଗତ ବର୍ଷ ଅପେକ୍ଷା ୦.୩୬% ଅଧିକ ରହିଛି । ଥିରୁଅନନ୍ତପୁରମ୍‌ ରିଜିଅନରେ ସର୍ବାଧିକ ୯୯.୨୮% ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଦ୍ବିତୀୟରେ ଚେନ୍ନାଇ ଓ ତୃତୀୟରେ ବେଙ୍ଗାଲୁରୁ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସର୍ବାଧିକ ପାସ୍‌ ହାର ୯୯.୨୩% ରହିଛି ଓ ଜବାହର ନବୋଦୟ ବିଦ୍ୟାଳୟରେ ଏହା ୯୮.୬୬% ରହିଛି।

ଏ ଥର ବିନା ମେରିଟ୍‌ ଲିଷ୍ଟ ଓ ଟପର୍‌ ତାଲିକାରେ ପ୍ରକାଶ କରାଯାଇଛି ରେଜଲ୍ଟ । ପରୀକ୍ଷା ଫଳକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ରାଜ୍ୟରେ କୌଣସି ବିଷୟର ପରୀକ୍ଷା ବାତିଲ ହୋଇ ନ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ସେମାନେ।

ରାଜ୍ୟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୌଣସି ବିଷୟର ପରୀକ୍ଷା ବାତିଲ ହୋଇ ନ ଥିଲା ।


ଦ୍ବାଦଶ ଭଳି ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଏ ଥର ଛାତ୍ରୀଙ୍କ ପାସ୍‌ ହାର ୯୩.୩୧% ରହିଛି ଓ ଛାତ୍ରଙ୍କ ପାସ୍‌ ହାର ୯୦.୧୪% ରହିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଖୁସି ପ୍ରକାଶ କରିବା ସହ ବର୍ତ୍ତମାନ ସ୍ଥିତିରେ ଯେଉଁ ଭଳି ଖାତାଦେଖା ହୋଇଛି ତାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ପରିଶ୍ରମର ଫଳ ପାଇଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଓଡିଏମ ପବ୍ଲିକ ସ୍କୁଲର ଅଙ୍କିତା ମଣ୍ଡଳ ଓ ପ୍ରିୟ ସୋମଦତ୍ତ ନାୟକ ୯୯.୨% ମାର୍କ ରଖିଛନ୍ତି ।

କୋଭିଡ-୧୯କୁ ନେଇ ରାଜ୍ୟରେ ପରୀକ୍ଷା ବାତିଲ ହେବା ସହ ଖାତା ଦେଖାରେ ବିଳମ୍ବ ହୋଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ଏବେ ରେଜଲ୍ଟକୁ ନେଇ ସବୁଠି ଖୁସି ଦେଖିବାକୁ ମିଳିଛି ।
Published by: Anand Shankar Thankur Das
First published: July 15, 2020, 7:41 PM IST
corona virus btn
corona virus btn
Loading