CBSE Results: ଆଜି ପ୍ରକାଶ ପାଇବ CBSE Class X ପରୀକ୍ଷା ଫଳ; ଅପେକ୍ଷାରେ ପରୀକ୍ଷାର୍ଥୀମାନେ
ସକାଳ ୧୦ଟାରୁ ଛାତ୍ରଛାତ୍ରୀମାନେ CBSEର ୱେବସାଇଟରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ୱେବସାଇଟରେ କୌଣସି ଅସୁବିଧା କାରଣରୁ ଫଳ ଦେଖି ନ ପାରିଲେ ନିଜ ନିଜ ସ୍କୁଲରୁ ପରୀକ୍ଷା ଫଳ ପାଇପାରିବେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 15, 2020, 2:31 AM IST
ଭୁବନେଶ୍ୱର: ଦ୍ୱାଦଶ ପରେ ସିବିଏସଇ ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବାକୁ ଯାଉଛି। ଆଜି ଫଳ ପ୍ରକାଶ କରିବା ନେଇ ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଷଙ୍କ। ଦିନ ୧୦ଟାରେ ସିବିଏସଇ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।
ଚଳିତ ବର୍ଷ ସାରା ଦେଶରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଭୁବନେଶ୍ବର ରିଜିଅନରୁ ପ୍ରାୟ ୮୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେଥି ମଧ୍ୟରୁ ଓଡିଶାରୁ ପ୍ରାୟ ୨୦,୦୦୦ ପରୀକ୍ଷାର୍ଥୀ ରହିଛନ୍ତି । ସକାଳ ୧୦ଟା ପରେ ପିଲାମାନେ ସିବିଏସଇର ୱେବସାଇଟରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ଛାତ୍ରଛାତ୍ରୀମାନେ cbseresult.nic.in କିମ୍ବା cbse.nic.in ରେ ନିଜ ପରିଚୟ ପତ୍ରରେ ଥିବା ରୋଲ ନମ୍ବର ଓ ସ୍କୁଲ ଆଇ.ଡ଼ି. ଦେଇ ରେଜଲ୍ଟ ପାଇ ପାରିବେ।
ଯଦି କେହି ୱେବସାଇଟ ରେ ଅସୁବିଧା କିମ୍ବା ସରଭର୍ ଡାଉନ ଥିବା ଯୋଗୁଁ ଦେଖି ନ ପାରନ୍ତି ତେବେ ନିଜ ନିଜ ସ୍କୁଲରୁ ପରୀକ୍ଷା ଫଳ ପାଇପାରିବେ। ‘‘ପ୍ରଥମେ ୱେବସାଇଟରେ ଫଳ ଉପଲବ୍ଧ ହେବା ପରେ ସ୍କୁଲକୁ ଆସିବ । ପିଲାମାନେ ସ୍କୁଲ ଆସିବା ଦରକାର ନାହିଁ । ଫୋନ କଲେ ଆମେ ରେଜଲ୍ଟ ଜଣାଇଦେବୁ,’’ କହିଛନ୍ତି ଭୁବନେଶ୍ୱରସ୍ଥ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ।

ପ୍ରଥମେ ୱେବସାଇଟରେ ଫଳ ଉପଲବ୍ଧ ହେବା ପରେ ସ୍କୁଲକୁ ଆସିବ ।
ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀର ଫଳକୁ ନେଇ ବେଶ ଖୁସି ଥିବା ବେଳେ ଦଶମର ଫଳ ମଧ୍ୟ ଭଲ ହେବ ବୋଲି କହିଛନ୍ତି । ତେବେ ବଡ଼ କଥା ହେଉଛି କରୋନା ସଂକ୍ରମଣ ପୂର୍ବରୁ ରାଜ୍ୟରେ ଦଶମ ଶ୍ରେଣୀର ସମସ୍ତ ପରୀକ୍ଷା ଶେଷ ହୋଇଥିଲା। କୌଣସି ପରୀକ୍ଷା ବାତିଲ ହୋଇ ନ ଥିଲା । ତେଣୁ ପିଲାମାନେ ଯେଉଁ ଅନୁସାରେ ପରୀକ୍ଷା ଦେଇଥିବେ ସେଇ ଆଧାରରେ ନମ୍ବର ଆସିବ, ଆଭରେଜ ମାର୍କକୁ ଅପେକ୍ଷା ନାହିଁ ବୋଲି ଅଧ୍ୟକ୍ଷା କହିଛନ୍ତି ।
ଛାତ୍ରଛାତ୍ରୀମାନେ cbseresult.nic.in କିମ୍ବା cbse.nic.in ରେ ନିଜ ପରିଚୟ ପତ୍ରରେ ଥିବା ରୋଲ ନମ୍ବର ଓ ସ୍କୁଲ ଆଇ.ଡ଼ି. ଦେଇ ରେଜଲ୍ଟ ପାଇ ପାରିବେ। ସିବିଏସଇର କହିବା ଅନୁଯାୟୀ ସମୟରେ ଫଳ ପ୍ରକାଶ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀମାନେ।
କୋଭିଡ-୧୯କୁ ନେଇ ଦେଶରେ ପରୀକ୍ଷା ବାତିଲ ହୋଇଥିଲ । ପରେ ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ପରୀକ୍ଷା କରାଇବା ନିଷ୍ପତ୍ତି ମିଆଯାଇଥିଲେ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦ୍ଦେଶ କ୍ରମେ ବାତିଲ ହୋଇଥିଲା । ଖାତାଦେଖାରେ ବିଳମ୍ବ ଯୋଗୁଁ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀମାନେ । ହେଲେ ଏବେ ଆସୁଥିବା ଫଳକୁ ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ସେମାନେ।