News18 Odia Digital
ନୂଆ ଦିଲ୍ଲୀ: ଚଳିତ ବର୍ଷ ସି.ବି.ଏସ୍.ଇ. ବୋର୍ଡ଼ (CBSE) ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ମିଳିଥିବା ମାର୍କକୁ ବଢ଼ାଇବାର ସୁଯୋଗ ପାଇବେ (CBSE Board Improvement Exam)। ପୁରୁଣା ନିୟମ ଅନୁସାରେ ଯଦି ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ବିଷୟରେ ମିଳିଥିବା ମୋ’ଟ୍ ମାର୍କକୁ ବଢ଼ାଇବାକୁ ଚାହୁଁଥିଲେ ତେବେ ଉନ୍ନତି ପରୀକ୍ଷା (improvement paper) ଦେବା ପାଇଁ ସେମାନଙ୍କୁ ପୂରା ବର୍ଷେ ଅପେକ୍ଷା କରିବାକୁ ପଡ଼ୁଥିଲା । ହେଲେ ସେହି ନିୟମ ଏବେ ବଦଳିଛି ।
ବର୍ତ୍ତମାନ CBSE ବୋର୍ଡ଼ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦିଆଯାଉଥିବା ଶୈକ୍ଷଣିକ ବର୍ଷ ମଧ୍ୟରେ ହିଁ କମ୍ପାର୍ଟମେଣ୍ଟ ପେପର୍ ଦେବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଏହା ଜାତୀୟ ଶିକ୍ଷା ନୀତିର (New Education Policy - NEP)ଏକ ଅଂଶ, ଯାହାର ଉଦ୍ଦେଶ୍ୟ ହେଉଛି ବୋର୍ଡ଼ ପରୀକ୍ଷାରେ ବସୁଥିବା ଛାତ୍ରଛାତ୍ରୀମାନଙ୍କୁ ସର୍ବୋତ୍ତମ ମାର୍କ୍ ସ୍କୋର୍ କରିବାର ସୁଯୋଗ ଦେବା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତନୂଆ ନିୟମ କ’ଣ କହୁଛି?ନୂଆ ନିୟମ ଅନୁଯାୟୀ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯେକୌଣସି ବିଷୟରେ ମିଳିଥିବା ମାର୍କରେ ଉନ୍ନତି ଆଣିବାର ସୁଯୋଗ ପାଇବେ । ସି.ବି.ଏସ୍.ଇ. କହିଛି ଯେ ଛାତ୍ରଛାତ୍ରୀମାନଙ୍କୁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ପଡି଼ବ ଯାହା ବୋର୍ଡ଼ ପରୀକ୍ଷା ପରେ ତୁରନ୍ତ ଆୟୋଜିତ ହେବ । ଫଳାଫଳ ଘୋଷଣା କରିବା ବେଳେ ଛାତ୍ରଛାତ୍ରୀମାନେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବା ପରେ ଉଭୟ ପରୀକ୍ଷା ମଧ୍ୟରୁ ଯେଉଁ ପରୀକ୍ଷାରେ ଅଧିକ ମାର୍କ ରଖିଥିବେ ସେହି ମାର୍କକୁ ସ୍ୱୀକୃତି ମିଳିବ ।
ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ୫ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା୨୦୨୦ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀର ଯେଉଁ CBSE ଛାତ୍ରଛାତ୍ରୀମାନେ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ଗୋଟିଓ ବା ଅଧିକ ବିଷୟର ଉନ୍ନତି ପରୀକ୍ଷା ପରବର୍ତ୍ତୀ ବର୍ଷରେ ଦେଇପାରିବେ । ଅବଶ୍ୟ ଭୋକେସନାଲ୍ ସ୍କିମ୍ (Vocatioinal Scheme) ଅଧୀନରେ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଛାତ୍ର ମୁଖ୍ୟ ପରୀକ୍ଷାରେ ପ୍ରଦର୍ଶନର ଉନ୍ନତି ପାଇଁ ପରବର୍ତ୍ତୀ ବର୍ଷ ପୁଣି ପରୀକ୍ଷା ଦେଇପାରିବେ ଯଦି ସେ ଏହି ସମୟ ମଧ୍ୟରେ ଉଚ୍ଚତର ଶିକ୍ଷା ଗ୍ରହଣ କରିନାହାଁନ୍ତି ।
ଏହା ବି ପଢ଼ନ୍ତୁ | ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କରବର୍ତ୍ତମାନ ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାର୍କ ବଢଞାଇବାରେ ସଫଳ ହୋଇଛନ୍ତି ସେମାନଙ୍କୁ ଏକ ମିଳିତ ମାର୍କସିଟ୍ (combined marksheet) ପ୍ରଦାନ କରାଯିବ । ଯଦି କୌଣସି ଛାତ୍ରଙ୍କୁ ଦୁଇରୁ ଅଧିକ ବିଷୟରେ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାର ଅଛି ତାହେଲେ ତାଙ୍କୁ ବର୍ଷେ ଅପେକ୍ଷା କରିବାକୁ ପଡି଼ବ । ସେହି ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପରବର୍ତ୍ତୀ ବ୍ୟାଚ୍ ସହିତ ଆୟୋଜିତ କରାଯିବ । ଏହି ନୂଆ ନିୟମ ଚଳିତ ବର୍ଷ ମେ ମାସରେ ହେବାକୁ ଥିବା CBSE ବୋର୍ଡଟ ପରୀକ୍ଷା ୨୦୨୧ରୁ ପ୍ରଯୁଜ୍ୟ ହେବ ।
କୋଭିଡ-୧୯ ମହାମାରୀ ଛାତ୍ରମାନଙ୍କ ଉପରେ ଅନେକ ମାନସିକ ବୋଝ ସୃଷ୍ଟି କରିଛି । ତେଣୁ ସି.ବି.ଏସ୍.ଇ. ପ୍ରତ୍ୟେକ ବିଷୟରୁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଚଳିତ ବର୍ଷର ପରୀକ୍ଷା ଢାଞ୍ଚାରେ ବି ପରିବର୍ତ୍ତନ କରି ପୂର୍ବ ବର୍ଷର ପରୀକ୍ଷା ଅପେକ୍ଷା ୧୦ ପ୍ରତିଶତ ଅଧିକ ମଲ୍ଟିପ୍ଲ ଚଏସ୍ (ଏକାଧିକ ପସନ୍ଦ) ପ୍ରଶ୍ନ ରଖିବାକୁ ବୋର୍ଡ଼ ନିଷ୍ପତ୍ତି ନେଇଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।