ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»CBSE Board Exams 2021: ବିନା ପରୀକ୍ଷାରେ ଏପରି ପାସ୍ କରିବେ CBSE ବୋର୍ଡର ଦଶମ ଶ୍ରେଣୀର ଛାତ୍ର-ଛାତ୍ରୀ; ଜାଣନ୍ତୁ ଫର୍ମୁଲା

CBSE Board Exams 2021: ବିନା ପରୀକ୍ଷାରେ ଏପରି ପାସ୍ କରିବେ CBSE ବୋର୍ଡର ଦଶମ ଶ୍ରେଣୀର ଛାତ୍ର-ଛାତ୍ରୀ; ଜାଣନ୍ତୁ ଫର୍ମୁଲା

CBSE Board Exam News: କରୋନା ମାମଲା ବଢୁଥିବା କାରଣରୁ ସରକାର ସିବିଏସ୍ଇ ବୋର୍ଡର ଦଶମ ପରୀକ୍ଷାକୁ ବାତିଲ କରିଛନ୍ତି । ଏଥିସହିତ ଦ୍ୱାଦଶର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଦ୍ୱାଦଶ ପରୀକ୍ଷା ସଂପର୍କରେ ୧ ଜୁନରେ ଏକ ସମୀକ୍ଷା ବୈଠକ କରିବା ପରେ ନିଷ୍ପତ୍ତି ନିଆଯିବ ।

CBSE Board Exams 2021: ବିନା ପରୀକ୍ଷାରେ ଏପରି ପାସ୍ କରିବେ CBSE ବୋର୍ଡର ଦଶମ ଶ୍ରେଣୀର ଛାତ୍ର-ଛାତ୍ରୀ; ଜାଣନ୍ତୁ ଫର୍ମୁଲା
ସିବିଏସଇ ବୋର୍ଡ ପରୀକ୍ଷା ବାତିଲ ହେଲା
  • News18 Odia
  • Last Updated: April 14, 2021, 4:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ଯୋଗୁଁ ସିବିଏସଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି ନେଇ ୧୪ ଏପ୍ରିଲ ୨୦୨୧ ରେ ପ୍ରଧାନ ମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ । ଯେଉଁଥିରେ ସିବିଏସଇ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରି ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଦଶମ ପରୀକ୍ଷାରେ ଛାତ୍ରମାନେ ଏହି ଉପାୟରେ ପାସ୍ କରିବେ
ଶିକ୍ଷା ମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି ଯେ ୪ ମଇ ୨୦୨୧ ରୁ ୧୪ ଜୁନ୍ ୨୦୨୧ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । ଦଶମ ଶ୍ରେଣୀର ଫଳାଫଳ ବୋର୍ଡ ଦ୍ୱାରା ପ୍ରସ୍ତୁତ ହେବ । ଦଶମ ଫଳାଫଳ ଅବଜେକ୍ଟିଭ୍ ମାନଦଣ୍ଡ (ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ) ଆଧାରରେ ପ୍ରସ୍ତୁତ ହେବ । ଯଦି ଜଣେ ଛାତ୍ର ନିଜ ଫଳାଫଳରେ ସନ୍ତୁଷ୍ଟ ନହୁଅନ୍ତି ତେବେ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁକୂଳ ସ୍ଥିତିରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ । ଦଶମ ପରୀକ୍ଷାରେ ୧୮ ଲକ୍ଷ ଛାତ୍ର ଓ ଦ୍ୱାଦଶ ପରୀକ୍ଷାରେ ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ ।

ଏମାନେ କରିଥିଲେ ପରୀକ୍ଷା ବାତିଲ କରିବାକୁ ଦାବି
ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ, ବର୍ତ୍ତମାନ ରାହୁଲ ଗାନ୍ଧୀ ମଧ୍ୟ ସିବିଏସ୍ଇ ବୋର୍ଡ ପରୀକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ମହାରାଷ୍ଟ୍ରର ଏମଏନଏସ ମୁଖ୍ୟ, ତାମିଲନାଡୁର ପିଏମକେ ପ୍ରତିଷ୍ଠାତା ଏସ ରାମାଡୋସ, ବଲିଉଡ ଅଭିନେତା ସୋନୁ ସୁଦ ଓ ରେଭେନା ଟଣ୍ଡନ ମଧ୍ୟ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଓ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରିବାକୁ ଦାବି କରିଥିଲେ । ରେଭେନା ଟଣ୍ଡନ୍ ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ ଏଥର ସମୟ ଚାପଗ୍ରସ୍ତ ଓ ଏହି ସମୟରେ ପିଲାମାନେ ପରୀକ୍ଷା ଦେବା ବିପଦଜ୍ଜନକ ହୋଇପାରେ ।

ଏହି ରାଜ୍ୟଗୁଡ଼ିକ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି
ପଞ୍ଜାବ, ୟୁପି, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲା ଯୋଗୁଁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହି ରାଜ୍ୟଗୁଡ଼ିକରେ ବୋର୍ଡ ପରୀକ୍ଷାର ତାରିଖ ପରେ ଘୋଷଣା କରାଯିବ । ଏଥିସହିତ ସ୍କୁଲ ଓ କଲେଜ ପୁଣି ବନ୍ଦ ହୋଇଯାଇଛି ।
Published by: Jagdish Barik
First published: April 14, 2021, 4:18 PM IST