CBSE Topper: ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଛନ୍ତି ଓଡ଼ିଆ ଝିଅ ଶ୍ରେୟା

ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ ୧୦୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୫୦୦ ରୁ ୫୦୦ ମାର୍କ ରଖି ପାସ୍ କରିଛନ୍ତି ଶ୍ରେୟା।

ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଛନ୍ତି ଓଡ଼ିଆ ଝିଅ ଶ୍ରେୟା

ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଛନ୍ତି ଓଡ଼ିଆ ଝିଅ ଶ୍ରେୟା

  • Share this:
News18 Odia Digital

ଭୁବନେଶ୍ବର: ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ। ଭୁବନେଶ୍ୱର ଜୋନରେ ପାସ୍ ହାର ୯୬%। ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ ୧୦୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୫୦୦ ରୁ ୫୦୦ ମାର୍କ ରଖି ପାସ୍ କରିଛନ୍ତି ଶ୍ରେୟା।

ଆଗକୁ ମେଡ଼ିକାଲ କରିବା ଲକ୍ଷ୍ୟ ନେଇ ନିଜକୁ ଆହୁରୀ ଭଲ ଭାବେ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ସେ। କୋଭିଡ଼ କଟକଣା ଭିତରେ ଅନଲାଇନ ପାଠପଢ଼ା ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କେଉଁଠି ନା କେଉଁଠି ବ୍ୟସ୍ତ କରିଥିଲା ଶ୍ରେୟାଙ୍କୁ। କିନ୍ତୁ ନିଜର ପରିଶ୍ରମ ଛାଡ଼ି ନଥିଲେ ସେ। ଯାହାର ଫଳ ଆଜି ସେ ପାଇଥିବା କହିଛନ୍ତି।

ଝିଅର ରେଜଲ୍ଟ ଦେଖି ଭାବବିହ୍ଵଳ ହୋଇଥିଲେ ଶ୍ରେୟାଙ୍କ ମାତା-ପିତା। ଝିଅ ତାଙ୍କର ଆଜି ପରିଶ୍ରମର ଫଳ ପାଇଛି ବୋଲି କହିଛନ୍ତି ପରିବାର ଲୋକ। ଦଶମ ବୋର୍ଡ଼ ଆରମ୍ଭ ମାତ୍ର, ଆଗକୁ ଏଭଳି ସେ ତା'ର ପରିଶ୍ରମର ଫଳ ପାଉ ବୋଲି କହିଛନ୍ତି ବାପା-ମା'।

ସେପଟେ ଶ୍ରେୟାଙ୍କୁ ନେଇ ସ୍କୁଲରେ ଖୁସିର ଲହର ଦେଖିବାକୁ ମିଳୁଛି। ଏଯାବତ କେବେ କେହି ୧୦୦% ନମ୍ବର ରଖିନଥିବା କହିଛନ୍ତି ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ। ନିଶ୍ଚିତ ଭାବେ ଶ୍ରେୟା ସ୍କୁଲ ପାଇଁ ଗର୍ବ ଆଣିଛି ବୋଲି ସେ କହିଛନ୍ତି।
Published by:Lipina Das
First published: