CBI ଚଢ଼ାଉ ହେବ... ୨୦୨୩ ସୁଦ୍ଧା ବିଜେଡି ସଫା ହୋଇଯିବ; ବିଶେଶ୍ୱର ଟୁଡୁ

କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ କହିଛନ୍ତି ଇଡି, ସିବିଆଇ ଚଢ଼ାଉ ହେବ ୨୦୨୩ ସୁଦ୍ଧା ବିଜେଡି ସଫା ହୋଇଯିବ ।

CBI ଚଢ଼ାଉ ହେବ ୨୦୨୩ ସୁଦ୍ଧା ବିଜେଡି ସଫା ହୋଇଯିବ : ବିଶେଶ୍ୱର ଟୁଡୁ

CBI ଚଢ଼ାଉ ହେବ ୨୦୨୩ ସୁଦ୍ଧା ବିଜେଡି ସଫା ହୋଇଯିବ : ବିଶେଶ୍ୱର ଟୁଡୁ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗସ୍ତ ପରେ ମିଶନ ମୋଡରେ ବିଜେପି । ତାଙ୍କ ଗସ୍ତକୁ ଦୁଇ ଦିନ ନ ପୁରୁଣୁ ଓଡ଼ିଶାକୁ ସାତ ସାତ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କରିଛନ୍ତି । ଏଥି ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଶକ୍ରବାର ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଯୋଗ ଦେଇଥିଲେ । ଗଣମାଧ୍ୟମକୁ ପତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଇଡି, ସିବିଆଇ ଚଢ଼ାଉ ହେବ ୨୦୨୩ ସୁଦ୍ଧା ବିଜେଡି ସଫା ହୋଇଯିବ ।

ଆହୁରି କହିଛନ୍ତି ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ସଂଗଠନ ମଜୁବୁତ କରିବ । ଆସନ୍ତା ନିର୍ବାଚନରେ ବିଜେପି ଭଲ ରେଜଲ୍ଟ କରିବା ସହିତ ଓଡ଼ିଶାରେ ସରକାର କରିବ । ଲୋକସଭା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ମନ୍ତ୍ରୀ ମାନେ ଆସୁଛନ୍ତି କେନ୍ଦ୍ରୀୟ ଯୋଜନାର ତଦାରଖ କରିବା ସହିତ କଣ ତ୍ରୁଟି ବିଚ୍ୟୁତି ରହିଛି ତାହାର ଯାଞ୍ଚ ମଧ୍ୟ କରିବେ ।

ସେପଟେ କେନ୍ଦ୍ର ମନ୍ତ୍ରୀ ମାନଙ୍କ ଓଡିଶାକୁ ଏପରି ଗସ୍ତକୁ ପରେ ସରଗରମ ହୋଇ ପଡିଛି ରାଜ୍ୟ ରାଜନୀତିର ପାଣିପାଗ । ବିଜେପିର ଟାର୍ଗେଟ ୨୪ ନିର୍ବାଚନରେ ୫୦ ପ୍ରତିଶତ ଭୋଟ ହାତେଇବା ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମକୁ ନେଇ ୩୭ ହଜାର ବୁଥରେ ଆନ୍ଦୋଳନ । ତେବେ ବିଜେପିର ମିଶନକୁ ଦେଖି ଦଳୀୟ ନେତାଙ୍କୁ ଏବେଠୁ କଡା ଟ୍ୟାକ୍ସ ଦେଇଛି ବିଜେଡି । ଦେଢ କୋଟି ଭୋଟର ଟାର୍ଗେଟ ସହ ବ୍ରାଣ୍ଡ ନବୀନ ଓ ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ଦଳ । ସେପଟେ ତଳକୁ ତଳ ଯାଉଥିବା କଂଗ୍ରେସ ପଦଯାତ୍ରା ଫଣ୍ଡା ଆପଣେଇଛି ।
Published by:Sujit Swain
First published: