ଅଞ୍ଜନା ଗଣଧର୍ଷଣ: ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ଆଣି ୨୨ ବର୍ଷ ପରେ ସିନ୍ ରିକ୍ରିଏସନ୍ କଲା CBI

୨୨ ବର୍ଷ ପରେ ଘଟଣା ସ୍ଥଳ ଓ ଆଖପାଖ ଅଞ୍ଚଳରେ ଅନେକ ପରିବର୍ତ୍ତନ ଆସିଥିଲେ ବି ବିବନ ସେହି ସ୍ଥାନକୁ ଆଜି ଯାଏଁ ଭୁଲି ନ ଥିଲା । ସେ ନିଜ ଗାଁ ମାଟିକୁ ଆଜି ଫେରିଥିଲେ ବି ଏ କଥା ଗାଁ ଲୋକେ ଜାଣିବା ଆଗରୁ ତାକୁ ନେଇ CBI ଟିମ୍ ବାରଙ୍ଗ ଛାଡ଼ି ସାରିଥିଲା ।

ଅଞ୍ଜନା ଗଣଧର୍ଷଣ: ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ଆଣି ୨୨ ବର୍ଷ ପରେ ସିନ୍ ରିକ୍ରିଏସନ୍ କଲା CBI
ଘଟଣା ସ୍ଥଳରେ ବିବନ ବିଶ୍ୱାଳ ସହ ସିବିଆଇ ଅଧିକାରୀମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ନେଇ ଆଜି ଘଟଣା ସ୍ଥଳ ବୁଲାଇଛି ସିବିଆଇ । ଏହି ସମୟରେ ବିବନ ୨୨ ବର୍ଷ ତଳେ ଘଟାଇଯାଇଥିବା ନାରକୀୟ କାଣ୍ଡ ବାବଦରେ ସିବିଆଇ ଅଧିକାରୀଙ୍କୁ ଟିକିନିଖ୍‌ ତଥ୍ୟ ପ୍ରଦାନ କରିଥିଲା ।

କେଉଁ ସ୍ଥାନରେ ଅଞ୍ଜନାଙ୍କ କାରକୁ ଅଟକା ଯାଇଥିଲା, ସେହି ସମୟରେ କିଏ କିଏ ବିଶେଷ କରି ଅନ୍ୟ ଦୁଇ ଦୋଷୀ ଧିରେନ୍ଦ୍ର ଓ ପ୍ରଦୀପ କେଉଁଠି ଛିଡ଼ା ହୋଇଥିଲେ, କାରକୁ ଅଟକାଇବା ପରେ ଅଞ୍ଜନାଙ୍କୁ ବଳପୂର୍ବକ କେଉଁ ସ୍ଥାନକୁ ଅପହରଣ କରାଯାଇ ଅଣାଯାଇଥିଲା ଓ ଅପହରଣ ପରେ ଘଟିଥିବା ପ୍ରତିଟି କଥାକୁ ବଖାଣିଛି ବିବନ । ଏହା ବ୍ୟତିତ ସେହି କୁକର୍ମ କରିବା ପରେ ତିନି ଜଣ ଯାକ କେଉଁ ବାଟ ଦେଇ ଖସି ଗଲେ ସେ କଥା ମଧ୍ୟ ବିବନ ସିବିଆଇକୁ କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍

ଆଜି ପ୍ରାୟ ସକାଳ ୬ଟା ବେଳେ ବିବନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଥମେ ବାରଙ୍ଗ ଥାନାକୁ ଅଣାଯାଇଥିଲା । ଏହା ପରେ ତାକୁ ଘଟଣା ସ୍ଥଳ ବା ବାରଙ୍ଗର ଜୟପୁର-ଗୋଠପାଟଣା ରାସ୍ତାକୁ ନିଆଯାଇଥିଲା । ଏହି ସ୍ଥାନରେ ପହଞ୍ଚିବା ପରେ ରାସ୍ତାଠାରୁ ପ୍ରାୟ ୨୦୦ ମିଟର ଦୂର ପର୍ଯ୍ୟନ୍ତ ସିବିଆଇ ଟିମକୁ ବାଟ କଢ଼ାଇ ନେଇଥିଲା ବିବନ । ଏକ ପାଦଚଲା ରାସ୍ତାରେ ବିବନକୁ ଧରି ଏକ ବିସ୍ତୀର୍ଣ୍ଣ ଖୋଲା ପଡ଼ିଆକୁ ଯାଇଥିଲା ସିବିଆଇ । ସେଠାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା ବୋଲି ବିବନ ସିବିଆଇକୁ କହିଥିଲା ।

ଘଟଣା ସ୍ଥଳରେ ବିବନ ବିଶ୍ୱାଳ ସହ ସିବିଆଇ ଅଧିକାରୀମାନେ


୨୨ ବର୍ଷ ପରେ ଘଟଣା ସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ବିବନ ସେହି ସ୍ଥାନକୁ ଆଜି ପର୍ଯ୍ୟନ୍ତ ଭୁଲି ନ ଥିବା ଜଣା ପଡ଼ିଥିଲା । ‘‘ନିଜ ଗାଁ ଠାରୁ ଘଟଣା ସ୍ଥଳ ମାତ୍ର ଚାରି କିଲୋମିଟର ଦୂର ହୋଇଥିବାରୁ ବିବନ ସେହି ଅଞ୍ଚଳ ବାବଦରେ ବେଶ ଭଲ ଭାବେ ଅବଗତ ଅଛି । ଯେଉଁ ଚର୍ଚ୍ଚିତ ଘଟଣା ପାଇଁ ସେ ୨୨ ବର୍ଷ କାଳ ଆତ୍ମଗୋପନ କରିଥିଲା ସେହି ସ୍ଥାନକୁ ବିବନ କେମିତି ଭୁଲିପାରିବ?’’ କହିଛନ୍ତି ବିବନର ଘଟଣା ସ୍ଥଳ ବୁଲାଇବା ଦେଖିଥିବା ଜଣେ ସ୍ଥାନୀୟ ବାସିନ୍ଦା ।

ଏହା ବି ପଢ଼ନ୍ତୁ  | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

ବିବନର ଦୁଇ ଦିନିଆ ସିବିଆଇ ରିମାଣ୍ଡର ଆଜି ଦ୍ବିତୀୟ ଦିନ ଥିବା ବେଳେ ଏହି ସମୟ ମଧ୍ୟରେ ତା’ ଠାରୁ ଯଥା ସମ୍ଭବ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଛି ସିବିଆଇ । ବିବନକୁ ଘଟଣା ସ୍ଥଳକୁ ଅଣାଯାଉଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ତାକୁ ଘଟଣା ସ୍ଥଳ ଓ ପରେ ବାରଙ୍ଗ ଥାନାକୁ ଅଣାଯାଇଥିଲା । ପ୍ରାୟ ୮ଟା ୪୫ରେ ସିବିଆଇ ଟିମ୍‌ ବିବନକୁ ସାଥିରେ ନେଇ ଭୁବନେଶ୍ବର ଚାଲିଯାଇଥିଲା ।



ଆଜିର ଏହି ସିନ୍‌ ରିକ୍ରିଏସନକୁ ଦେଖି ସିବିଆଇ ଓ ପୋଲିସ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଥିବାର ଦେଖାଯାଇଥିଲା । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିବନ ପାଖକୁ ଯିବାକୁ ଦିଆଯାଇ ନ ଥିଲା । ଦୀର୍ଘ ୨୨ ବର୍ଷ ପରେ ବିବନ ନିଜ ଗାଁ ମାଟିକୁ ଆଜି ଫେରିଥିଲେ ମଧ୍ୟ ଏ ବାବଦରେ ଗାଁ ଲୋକେ ଜାଣିବା ଆଗରୁ ବିବନକୁ ନେଇ ସିବିଆଇ ଟିମ୍‌ ବାରଙ୍ଗ ଛାଡ଼ି ସାରିଥିଲା ।
Published by: Anand Shankar Thankur Das
First published: March 5, 2021, 2:11 PM IST