ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

ସିବିଆଇର ଏହି ତଦନ୍ତ ମହାନଦୀ ଘାଟକୁ ସି-ସୋରର ଏକ ପର୍ଯ୍ୟଟନ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଦେଇଥିବା ଅନୁମତି ସହ ଜଡ଼ିତ ଏକ ମାମଲା ସମ୍ପର୍କିତ ଥିଲା । ସେତେବେଳେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ ଦେବୀ ପ୍ରସାଦ ମିଶ୍ର ।

ଦେବୀ ପ୍ରସାଦ ମିଶ୍ର; (ଡାହାଣ) ତାଙ୍କ ଆବାସରେ ସିବିଆଇର ଜଣେ ଅଧିକାରୀ

ଦେବୀ ପ୍ରସାଦ ମିଶ୍ର; (ଡାହାଣ) ତାଙ୍କ ଆବାସରେ ସିବିଆଇର ଜଣେ ଅଧିକାରୀ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ପୁଣି ଖୋଲିଲା ସି-ସୋର ଚିଟ୍‌ ଫଣ୍ଡ୍‌ ସ୍କାମ୍‌ (Sea Shore chit fund scam) ଫାଇଲ୍‌ । ପୁଣି ସିବିଆଇ ଆରମ୍ଭ କଲା ଖୋଳତାଡ଼ । ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ (BJD MLA Debi Prasad Mishra) ଭୁବନେଶ୍ୱର ଆବାସ ଓ ନରସିଂହପୁରରେ ଥିବା ପୈତୃକ ଘରେ ସିବିଆଇ ଚଢ଼ାଉ କରିଛି ଓ କେତେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍‌ ଜବତ କରିଛି ।

ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ବର ୟୁନିଟ-୧ରେ ଥିବା ଆବାସରେ ସି-ସୋର-ଲିଙ୍କ ନେଇ ସିବିଆଇର ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଥିଲେ । ଏହି ଆବାସରେ ସେମାନେ ପାଖାପାଖି ତିନି ଘଣ୍ଟା ରହିଥିଲେ (CBI raids Debi Prasad Mishra house)। ସିବିଆଇ ଟିମରେ ଜଣେ ମହିଳା ଅଧିକାରୀଙ୍କ ସମେତ ମୋ’ଟ ସାତ ଜଣ ଅଧିକାରୀ ଥିଲେ ।

ସୂଚନା ଅନୁସାରେ ସିବିଆଇର ଏହି ତଦନ୍ତ ମହାନଦୀ ଘାଟକୁ ସି-ସୋରର ଏକ ପର୍ଯ୍ୟଟନ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଦେଇଥିବା ଅନୁମତି ସହ ଜଡ଼ିତ ଏକ ମାମଲା ସମ୍ପର୍କିତ ଥିଲା । ସେତେବେଳେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ ଦେବୀ ପ୍ରସାଦ ମିଶ୍ର । ସେହି ଲିଙ୍କରେ ସିବିଆଇ ତାଙ୍କ ଘରେ ଖୋଳତାଡ଼ କରିଥିବା ଜଣାପଡ଼ିଛି ।

ଦେବୀ ମିଶ୍ରଙ୍କ ଆବାସରେ ସିବିଆଇ ଅଧିକାରୀମାନେ


ପୂର୍ବରୁ ଦେବୀ ମିଶ୍ରଙ୍କ ଦୁଇ ଜଣ ସହଯୋଗୀ ପ୍ରଫୁଲ୍ଲ ସିଂହ ଓ ଦିଲୀପ ମିଶ୍ରଙ୍କୁ ବି ଜେରା କରିଥିଲା ସିବିଆଇ । ସି-ସୋର୍‌ ଗୃପ୍‌ ନାମରେ ୫୦୦ କୋଟି ଟଙ୍କାର ଠକେଇ ମାମଲା ରହିଛି । ଏହି ମାମଲାରେ ପୂର୍ବରୁ ତତ୍କାଳୀନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ ।

ସିବିଆଇ ଅଧିକାରୀମାନେ ଦେବୀ ମିଶ୍ରଙ୍କ ଭୁବନେଶ୍ବର ୟୁନିଟ-୧ ଆବାସରେ ପହଞ୍ଚିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ । ସି-ସୋର କମ୍ପାନୀର ବୋଟିଂ ପ୍ରୋଜେକ୍ଟକୁ ନେଇ ପ୍ରାୟ ତିନି ଘଣ୍ଟା ଧରି ତାଙ୍କୁ ପଚରାଉଚରା କରିଥିଲେ ସିବିଆଇ ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ଆଜି ହେବ ବଡ଼ ଖୁଲାସା; ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା ତାହା ଜଣା ପଡ଼ିବ

ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ଏହି ଘଟଣା ବିଷୟରେ ଦେବୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସିବିଆଇ ‘‘ଜେରା ନୁହେଁ ବରଂ ତଦନ୍ତ ପାଇଁ’’ ଆସିଥିଲା । ‘‘ମୁଁ ମନ୍ତ୍ରୀ ଥିବା ବେଳେ ଏକୁଟିଆ କୌଣସି ନିଷ୍ପତ୍ତି ନେଇନି । ୨୦୧୩ ମସିହାରୁ ସିବିଆଇକୁ ସହଯୋଗ କରିଆସୁଛି । ମୁଁ କୋଭିଡ୍ ପାଇଁ ଆଇସୋଲେସନରେ ଥିବା ବେଳେ ସିବିଆଇ ଅଧିକାରୀମାନେ ଆସି ପହଞ୍ଚିଲେ । ମୁଁ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିଛି,’’ କହିଛନ୍ତି ଦେବୀ ପ୍ରସାଦ ମିଶ୍ର ।



ସୂତ୍ରଙ୍କ ଅନୁସାରେ ଏହି ମାମଲାର ତଦନ୍ତ କ୍ରମରେ ଆଜି ସିବିଆଇ ଟିମ୍‌ ଭୁବନେଶ୍ୱର, ନରସିଂହପୁର, କଟକ ଓ ଭଦ୍ରକ ସମେତ ରାଜ୍ୟର ସାତଟି ସ୍ଥାନରେ ରେଡ଼ କରିଛି ।
Published by:Anand Shankar Thankur Das
First published: