News18 Odia Digital
ସମ୍ବଲପୁର: କାଗଜ ଜାଲିଆତି କରି ଋଣ ନେଇଥିବା ଅଭିଯୋଗରେ ସମ୍ବଲପୁରରେ ସିବିଆଇର ଚଢ଼ାଉ। ସମ୍ବଲପୁର ସହ ରର ବାଲିବନ୍ଧା ଠାରେ ରହୁଥିବା ଗ୍ରାଫାଇଟ ବ୍ୟବସାୟୀ ନଟବର ଲାଲ ଅଗ୍ରୱାଲଙ୍କର ଘରେ ସିବିଆଇର ଚଢ଼ାଉ। ସମ୍ବଲପୁରରେ କାଗଜ ଜାଲିଆତି କରି ଋଣ ନେଇଥିବା ଅଭିଯୋଗରେ ସିବିଆଇର ଚଢ଼ାଉ।
ସିବିଆଇର ୫ ଜଣିଆ ଟିମ ବାଲିବନ୍ଧା ଠାରେ ରହୁଥିବା ଗ୍ରାଫାଇଟ ବ୍ୟବସାୟୀ ନଟବର ଲାଲ ଅଗ୍ରୱାଲଙ୍କ ବାସ ଭବନରେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ସିବିଆଇ ପକ୍ଷରୁ ନଟବର ଲାଲ ଅଗ୍ରୱାଲଙ୍କ ଘରେ ଥିବା ବିଭିନ୍ନ କାଜ ପତ୍ର ମଧ୍ୟ ଯାଞ୍ଚ କରିଛନ୍ତି। ନଟବର ଲାଲ ଅଗ୍ରୱାଲ ହେଉଛନ୍ତି ଜଣେ ଗ୍ରାଫାଇଟ ବ୍ୟବସାୟୀ। ନଟବର ଲାଲ ଅଗ୍ରୱାଲ ୟୁନିୟନ ବ୍ୟାଙ୍କରୁ ୫ କୋଟି ଟଙ୍କାର ଋଣ କରିଥିଲେ।
ଋଣ କରିବା ପରେ ମଧ୍ୟ ନଟବର ଲାଲ ଅଗ୍ରୱାଲ ୟୁନିୟନ ବ୍ୟାଙ୍କ ରୁଣ ଟଙ୍କା ଫେରସ୍ତ କରି ନଥିଲେ। ଏହା ପରେ ନଟବର ଲାଲ ଅଗ୍ରୱାଲ ଜାଲିଆତି କରି ଋଣ ଉଠେଇଥିବା ୟୁନିୟନ ବ୍ୟାଙ୍କ ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏ ନେଇ ୟୁନିୟନ ବ୍ୟାଙ୍କର ମୁଖ୍ୟ ଶଖା ପକ୍ଷରୁ ଏହି ଋଣ ଜାଲିଆତି ଉପରେ ଅଭିଯୋଗ ହେବା ପରେ ସିବିଆଇ ପକ୍ଷରୁ ଘଟଣା ସମ୍ପର୍କରେ ଖୋଳ ତାଡ ଆରମ୍ଭ କରାଯାଇ ଥିଲା। ସିବିଆଇ ଏ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ସହ ନଟବର ଲାଲ ଅଗ୍ରୱାଲ ଘରେ ଚଢାଉ କରିଥିଲେ। ଚଢ଼ାଉ ବେଳେ ସିବିଆଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବ ସହ ଜାଲିଆତି କରି ୟୁନିୟନ ବ୍ୟାଙ୍କରୁ ଋଣ ନେଇଥିବା ଜଣା ପଡ଼ିଥିଲା।
ତେବେ ଏ ସମ୍ପର୍କରେ ସିବିଆଇ ଅଧିକାରୀ ଗଣ ମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ତେବେ ସିଆଆଇରର ୱେବସାଇଟରେ ନଟବର ଲାଲ ଅଗ୍ରୱାଲ ଜାଲିଆତି କରି ଋଣ ନେଇଥିବା ଉପରେ ତଥ୍ୟ ଦିଆଯାଇଛି। ସିଆଆଇର ୱେବସାଇଟରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ନଟବର ଲାଲ ଅଗ୍ରୱାଲ ଓ ତାଙ୍କ ପରିବାରର ସଦସ୍ୟମାନେ ୟୁନିୟନ ବ୍ୟାଙ୍କରୁ ପ୍ରାୟ ୫ କୋଟିର ଋଣ ଜାଲିଆତି କରିଥିବା ଅଭିଯୋଗ ରହିଛି। ତେବେ ନଟବର ଲାଲ ଅଗ୍ରୱାଲ ଓ ତାଙ୍କ ପରିବର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସେମାନେ ଋଣ ନେଇଛନ୍ତି କିନ୍ତୁ କିଛି ସମସ୍ୟା ପାଇଁ ଋଣ ଟଙ୍କା ଫୋରସ୍ତ କରି ପାରି ନ ଥିବା କହିଛନ୍ତି। ଏ ସମ୍ପର୍କରେ ୟୁନିୟନ ବ୍ୟାଙ୍କ କତ୍ତୃପକ୍ଷ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।