CBI ଚଢ଼ାଉ: ଫସିଲେ ଶିଳ୍ପପତି ମହିମା ମିଶ୍ରଙ୍କ ବଡ଼ ପୁଅ ତଥା ଓସିଏଲର ନିର୍ଦ୍ଦେଶକ ଚନ୍ଦନ ମିଶ୍ର

ଗୁରୁବାର ସକାଳୁ ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାର ଠାରେ ଥିବା ବାସଭବନରେ ରେଡ କରିଥିବା ସିବିଆଇ ସନ୍ଧ୍ୟାରେ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ବର ସ୍ଥିତ ନିଜ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ଜେରା କରିବା ଆରମ୍ଭ କରିଛି।

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

  • News18 Odia
  • Last Updated :
  • Cuttack | Odisha (Orissa) | Paradip
  • Share this:
News18 Odia Digital

କଟକ: ପାରାଦ୍ବୀପ ବନ୍ଦରରେ ପ୍ଲଟ ଆବଣ୍ଟନ ପ୍ରସଙ୍ଗରେ ଲାଞ୍ଚ କାରବାର ଘଟଣାରେ ଗୁରତର ଭାବେ ଛନ୍ଦି ହୋଇଛି ଶିଳ୍ପପତି ମହିମା ମିଶ୍ରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଷ୍ଟିଭଡର୍ସ ଲିମିଟେଡ ବା ଓସିଏଲ। ଓ ଓସିଏଲ ସହ ଛନ୍ଦି ହୋଇ ଯାଇଛନ୍ତି ମହିମା ମିଶ୍ରଙ୍କ ବଡ଼ ପୁଅ ତଥା ଓସିଏଲର ଅନ୍ୟତମ ନିର୍ଦ୍ଦେଶକ ଚନ୍ଦନ ମିଶ୍ର। ଏହା ସମେତ ପାରାଦ୍ବୀପ ଓଏସଏଲ ଅଫିସରେ ମଧ୍ୟ ସିବିଆଇ ଖୋଳତାଡ କରୁଥିବା ଖବର ମିଳିଛି ।

ଗୁରୁବାର ସକାଳୁ ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାର ଠାରେ ଥିବା ବାସଭବନରେ ରେଡ କରିଥିବା ସିବିଆଇ ସନ୍ଧ୍ୟାରେ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ବର ସ୍ଥିତ ନିଜ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ଜେରା କରିବା ଆରମ୍ଭ କରିଛି। ତେବେ ଏହି ଲାଞ୍ଚ କାରବାରରେ ଚନ୍ଦନ ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଖଣ୍ଡା ଝୁଲୁଥିବା କଥା କୁହାଯାଉଛି। ହେଲେ ଏନେଇ ସିବିଆଇ ପକ୍ଷରୁ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

"କାହିଁକି ସିବିଆଇ ଟିମ ଏହି ରେଡ଼ କରିଛି ସେ ନେଇ ମୋ ପାଖରେ ବିଶେଷ କରିଛି ତଥ୍ୟ ନାହିଁ। ତେବେ ଅଧିକ ପଚରାଉଚରା ପାଇଁ ସେମାନେ ଚନ୍ଦନ ମିଶ୍ରଙ୍କୁ ନିଜ ସାଥିରେ ନେଇଛନ୍ତି," କହିଛନ୍ତି ମହିମା ମିଶ୍ରଙ୍କ ଓକିଲ ରାଜେନ୍ଦ୍ର ମିଶ୍ର।

ସେପଟେ ସିବିଆଇ ଚନ୍ଦନ ମିଶ୍ରଙ୍କ ସହ ପାରାଦ୍ବୀପ ବନ୍ଦରର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଓ ଓଏସଏଲର କର୍ମଚାରୀ ସୁମନ୍ତ ରାଉତଙ୍କୁ ମଧ୍ୟ ନିଜର ଭୁବନେଶ୍ବର କାର୍ଯ୍ୟାଳୟକୁ ନେଇ ପଚରାଉଚରା ଆରମ୍ଭ କରିଛି ସିବିଆଇ।

ମିଳିଥିବା ସୂଚନା ମୁତାବକ ପାରାଦ୍ବୀପ ବନ୍ଦରରେ ଥିବା କିଛି ପ୍ଲଟକୁ ବନ୍ଦର ଜରିଆରେ ବ୍ୟବସାୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁବା ଲିଜ ସୂତ୍ରରେ ଦେବା ପାଇଁ ବନ୍ଦର କତ୍ତୃପକ୍ଷ ଏକ ଟେଣ୍ଡର ଆହ୍ବାନ କରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ଟେଣ୍ଡର ନ କରି ଏହି ପ୍ଲଟ ଗୁଡ଼ିକୁ ଓଡ଼ିଶା ଷ୍ଟିଭଡର୍ସ ଲିମିଟେଡ ବା ଓସିଏଲକୁ ଆବଣ୍ଟନ କରିବା ପାଇଁ ଏହି ଲାଞ୍ଚ କାରବାର ହୋଇଥିଲା।

ତେବେ ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ କରିଥିବା ଏହି ରେଡ ସମୟରେ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି। କିଛି କାଗଜପତ୍ର ଓଡ଼ିଶା ଷ୍ଟିଭଡର୍ସ ଲିମିଟେଡ ବା ଓସିଏଲର କଟକ ସ୍ଥିତ କାର୍ଯ୍ୟାଳୟରୁ ଜବତ ହୋଇଥିବା ବେଳେ ଆଉ କିଛି ଦସ୍ତାବିଜକୁ ମହିମା ମିଶ୍ରଙ୍କ ଘରୁ ଜବତ କରାଯାଇଛି। ତେବେ ଜମି ଲିଜକୁ ନେଇ ହୋଇଥିବା ଏହି ଡିଲରେ ଅନେକ ଲୋକଙ୍କୁ ସିବିଆଇ ନିଜ ସ୍କାନରକୁ ନେଇଥିବା ଜଣା ପଡ଼ିଛି।
Published by:Lipina Das
First published: