ଭୁବନେଶ୍ୱର; ଶିଳ୍ପପତି ମହିମା ମିଶ୍ରଙ୍କ ଘର ଏବଂ ଲିଙ୍କ ରୋଡରେ ଥିବା ଅଫିସ୍ରେ ସିବିଆଇ ରେଡ୍ କରିଛି । ଏହା ସମେତ ପାରାଦୀପ ଓଏସଏଲ ଅଫିସରେ ମଧ୍ୟ ସିବିଆଇ ଖୋଳତାଡ କରୁଥିବା ଖବର ମିଳିଛି । ମହିମା ନମିଶ୍ରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସିବିଆଇ ଜବତ କରିଥିବା ସୂଚନା ରହିଛି । ଲାଞ୍ଚ କାରବାର ସହ ୨୫ ଲକ୍ଷର ହେରଫେର ହୋଇଛି ବୋଲି ଜଣାପଡ଼ିଛି । ଏନେଇ ସିବିଆଇ ତରଫରୁ କୌଣସି ସୂଚନା ଦିଆଯାଇନଥିବାବେଳେ ଆହୁରୀ ଅନେକ ଚର୍ଚ୍ଚା ଜୋର ଧରିଛି । ମହିମାଙ୍କ ସହ ସମ୍ପର୍କରେ ଥିବା ଅନେକ ବରିଷ୍ଠ ଅଧିକାରୀଙ୍କୁ ସିବିଆଇ ପଚରାଉଚରା କରୁଛି । ଏଥିସହ ଅନେକ ତଥ୍ୟ ମଧ୍ୟ ସିବିଆଇ ହାତର ଲାଗିଥିବା ପ୍ରକାଶ ।
ସୂଚନାଯୋଗ୍ୟ, ପୂର୍ବରୁ ପାରାଦ୍ୱୀପର ସିୱେଜ ସିପିଂ ଜିଏମଙ୍କ ହତ୍ୟା କରାଯାଇଥିଲା । ସେହି ମାମଲାରେ ମହିମା ମିଶ୍ରଙ୍କ ସମେତ ତାଙ୍କରେ ଜଣେ ସହଯୋଗୀ ବସନ୍ତ ବଳଙ୍କୁ ଗିରଫ କରାଯାଇଥିଲା । ପରେ ହାଇକୋର୍ଟ ସର୍ତ୍ତଲମୂଳକ ଜାମିନ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।