ଆଡଲ୍ଡ ପର୍ଣ୍ଣ ଭିଡିଓ ଘଟଣା; ଯାଞ୍ଚ କରୁଥିବା CBI ଅଧିକାରୀଙ୍କୁ ଠେଙ୍ଗା ବାଡ଼ି ଧରି ଘେରିଲେ ମହିଳା

ଜେରା ସାରି ସୁରେନ୍ଦ୍ରକୁ ଗିରଫ କରି ନେବାକୁ ଉଦ୍ୟମ କରିବା ବେଳେ ବସ୍ତିବାସିନ୍ଦା ଓ ପରିବାର ଲୋକ ସିବିଆଇ ଅଫିସରଙ୍କୁ ଘୋସଡ଼ା ଓଟରା କରିବା ସହ ମାଡ଼ ମଧ୍ୟ ମାରିଥିଲେ। ଦୀର୍ଘ ଅଧ ଘଣ୍ଟା ଧରି ସିବିଆଇ ଅଧିକାରୀ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା।

ଯାଞ୍ଚ କରୁଥିବା CBI ଅଧିକାରୀଙ୍କୁ ଠେଙ୍ଗା ବାଡ଼ି ଧରି ଘେରିଲେ ମହିଳା

ଯାଞ୍ଚ କରୁଥିବା CBI ଅଧିକାରୀଙ୍କୁ ଠେଙ୍ଗା ବାଡ଼ି ଧରି ଘେରିଲେ ମହିଳା

  • Share this:
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ଟାଉନଥାନା ଜୁବୁଲିଟାଉନ ୱ।ର୍ଡ଼ ନମ୍ବର ୯ର କଲୋନୀ ସାହିରେ ମଙ୍ଗଳବାର ଦିନ ସିବିଆଇର ଏକ ପାଞ୍ଚ ଜଣିଆ ଟିମ ଚଢ଼ାଉ କରିଥିଲା। ଏହି ବସ୍ତିର ୨୨ ବର୍ଷୀୟ ଯୁବକ ସୁରେନ୍ଦ୍ର ନାଏକ ପର୍ଣ୍ଣ ଭିଡିଓ ଦେଶୀ ଏମ.ଏମ.ଏସ. ନାମକ ଏକ ୱବସାଇଟରୁ ଡାଉନଲୋଡ କରି ସୋସିଆଲ ମିଡ଼ିଆରେ ଶେୟାର କରୁଥିବା ନେଇ ଦିଲ୍ଲୀ ସିବିଆଇ ଟିମ ଅନଲାଇନରେ ଟ୍ରାକିଂ କରି ଜାଣିବାକୁ ପାଇଥିଲେ।

ମଙ୍ଗଳବାର ସକାଳ ଆଠଟାରୁ ସୁରେନ୍ଦ୍ରର ଘରେ ଏହି ଚଢ଼ାଉ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ସିବିଆଇର ଏହି ପାଞ୍ଚ ଜଣିଆ ଟିମ ତାଙ୍କ ଘର ଲୋକଙ୍କୁ ନିଜର ପରିଚୟ ନଦେଇ ଦିନ ତମାମ ସୁରେନ୍ଦ୍ରକୁ ତା ନିଜ ଘରେ ପୂରାଇ ଜେରା କରୁଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବନ୍ଦ ଘର ଭିତରେ ଜେରା କରିବାର ତିନି ଚାରି ଘଣ୍ଟା ପରେ ଘର ବାହାରେ ବସ୍ତିବାସୀ ଏକାଠି ହୋଇ ସିବିଆଇ ଟିମକୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। କାହିଁକି ଏମାନେ ନିଜର ପରିଚୟ ନଦେଇ ତାଙ୍କ ପୁଅକୁ ଘରେ ପୁରାଇ ରଖିଛନ୍ତି ବୋଲି ପ୍ରଶ୍ନ କରି ଘର ବାହାରେ ଠେଙ୍ଗା ବାଡ଼ି ଧରି ବସିଥିଲେ ୫୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା। ବାଧ୍ୟ ହୋଇ ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

ଜେରା ସାରି ସୁରେନ୍ଦ୍ରକୁ ଗିରଫ କରି ନେବାକୁ ଉଦ୍ୟମ କରିବା ବେଳେ ବସ୍ତିବାସିନ୍ଦା ଓ ପରିବାର ଲୋକ ସିବିଆଇ ଅଫିସରଙ୍କୁ ଘୋସଡ଼ା ଓଟରା କରିବା ସହ ମାଡ଼ ମଧ୍ୟ ମାରିଥିଲେ। ଦୀର୍ଘ ଅଧ ଘଣ୍ଟା ଧରି ସିବିଆଇ ଅଧିକାରୀ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଟାଉନ ପୋଲିସର ହସ୍ତକ୍ଷେପ ପରେ ସମସ୍ତ ଅଫିସର ନିଜର ସୁରକ୍ଷା ପାଇଁ ସୁରେନ୍ଦ୍ରକୁ ଛାଡ଼ି ସେଠାରୁ ବାହାରି ପଳାଇ ଯାଇଥିଲେ। ପରେ ଟାଉନଥାନା ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସୁରେନ୍ଦ୍ରକୁ ନିଜ ହେପାଜତରେ ଟାଉନଥାନାକୁ ଆଣିଥିଲା। ସୁରେନ୍ଦ୍ରକୁ ଗିରଫ କରିବା ସହ ଦିଲ୍ଲୀ ନେଇ ଅଧିକ ପଚରାଉଚରା କରାଯିବ ବୋଲି କହିଥିଲେ ଚଢ଼ାଉରେ ରହିଥିବା ସିବିଆଇ ଅଧିକାରୀ।

ଦୀର୍ଘ ଆଠ ଘଣ୍ଟାର ଜେରା ସରିବା ପରେ ସିବିଆଇ ଟିମ ସୁରେନ୍ଦ୍ର ଏହି ପର୍ଣ୍ଣ ଭିଡିଓ କାରବାର କରୁଥିବା ମୋବାଇଲକୁ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା। ଦୁଇ ମାସ ତଳୁ ସୁରେନ୍ଦ୍ର ନାଏକ ଏଭଳି କାରବାର କରୁଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିଛି। କୌଣସି ବି ୱେବସାଇଟରୁ ଚାଇଲ୍ଡ ପର୍ଣ୍ଣଗ୍ରାଫି ସର୍ଚ୍ଚ କରିବା, ଦେଖିବା କିମ୍ବା ଶେୟାର କରିବା ଆଇନଗତ ଅପରାଧ ଯାହାକୁ ଅଭିଯୁକ୍ତ ସୁରେନ୍ଦ୍ର କରୁଥିଲା ବୋଲି ପ୍ରାଥମିକ ଜେରାରୁ ଜଣାପଡ଼ିଛି ।

ଅଭିଯୁକ୍ତ ସୁରେନ୍ଦ୍ର ନାଏକ ୟୁଟ୍ୟୁବରୁ ଏହି ସବୁ ଜିନିଷ ଶିଖିବା ପରେ ପର୍ଣ୍ଣ ଭିଡିଓ ୱେବସାଇଟରେ ମେମ୍ବର ହୋଇ ଭିଡିଓ ଡାଉନଲୋଡ କରୁଥିଲା।ଏହି ସବୁ ଭିଡିଓକୁ ହ୍ୱ।ଟ୍ସଆପରେ ଗ୍ରୁପ କରି ଶେୟାର କରିବା ସହିତ ଟେଲିଗ୍ରାମରେ ସିଷ୍ଟମ ଆଡମିନିଷ୍ଟ୍ରେଟର ଭାବେ କାମ କରୁଥିଲା। ସେଥିରୁ ସେ ଦୁଇ ମାସ ଭିତରେ ୨୧ ଆମେରିକୀୟ ଡଲାର ମଧ୍ୟ ପାଇଥିଲା। ସେ ସେୟାର କରୁଥିବା ଭିଡିଓ ଗୁଡିକ ଭିତରେ ଚାଇଲ୍ଡ ପର୍ଣ୍ଣ ଭିଡିଓ ଓ ଆଡଲ୍ଟ ପର୍ଣ୍ଣ ଭିଡିଓ ସବୁ ରହିଥିବା ଜଣାପଡ଼ିଛି। ସେ ବ୍ୟବହାର କରୁଥିବା ହ୍ୱ।ଟ୍ସଆପ ଗ୍ରୁପରେ ଆଉ ଜଣେ ଓଡ଼ିଆ ଯୁବକ ରହିଛି ଯାହାକୁ ସୁରେନ୍ଦ୍ର ଜାଣିଥିବା ସିବିଆଇ ଆଗରେ ମାନିଛି ବୋଲି କହିଛନ୍ତି ଦିଲ୍ଲୀରୁ ଆସିଥିବା ସିବିଆଇ ଅଫିସର ସନ୍ଦିପ ତିୱ।ରୀ।

ଢେଙ୍କାନାଳରେ ହେଉଥିବା ଏହି ଚଢ଼ାଉରେ ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱର ସିବିଆଇ ପକ୍ଷରୁ ତିନିଜଣ ଇନ୍ସପେକ୍ଟର ଓ ଅନ୍ୟ ଦୁଇଜଣ କନେଷ୍ଟବଳ ସାମିଲ ହୋଇଥିଲେ। ମଙ୍ଗଳବାର ଏହି ଚଢ଼ାଉ ଓଡ଼ିଶାର ମୋଟ ତିନୋଟି ଜାଗାରେ କରାଯାଇଛି। ଢେଙ୍କାନାଳ ସମେତ ଏହି ଚଢ଼ାଉ ଯାଜପୁର ଓ ଭଦ୍ରକରେ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଟିମ ପକ୍ଷରୁ କରାଯାଇଥିଲା।

ସ୍ଥାନୀୟ ପୋଲିସକୁ ଖବର ନକରି ସିବିଆଇ ଅଧିକାରୀମାନେ ଏହି ଚଢ଼ାଉ କରିଥିବାରୁ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିୟମ ଅନୁସାରେ ନିକଟସ୍ଥ ଥାନାକୁ ଜଣାଇ ଏହି ଚଢ଼ାଉ କରିଥିଲେ ଟାଉନ ପୋଲିସ ପକ୍ଷରୁ ଫୋର୍ସ ଦିଆଯାଇ ପାରିଥାନ୍ତା ବୋଲି କହିଛନ୍ତି ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ। ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସିବିଆଇ ଅଧିକାରୀଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ।
Published by:Lipina Das
First published: