News18 Odia Digital
ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ଜାରି ଥିବା ବେଳେ ସି’ସୋର ଚିଟ ଫଣ୍ଡ ସ୍କାମର ମିଡିଲମ୍ୟାନ ଶୁଭଙ୍କର ନାୟକଙ୍କୁ ସିବିଆଇ ଜେରା କରିବା ଆରମ୍ଭ କରିଥିବାରୁ ରାଜ୍ୟର କିଛି IAS ଓ IPS ଅଧିକାରୀଙ୍କ ଛାତିରେ କମ୍ପନ ବଢ଼ିଯାଇଛି l
ଶୁଭଙ୍କର ଗିରଫ ହେବା ବେଳେ ତାଙ୍କ ଘରୁ ଜବତ ହୋଇଥିବା ଏକ ଡାଏରିରେ କିଛି IAS ଓ IPS ଅଫିସରଙ୍କ ନାଁ ଥିଲା l ସି’ସୋର ସହ ସମ୍ପୁକ୍ତ IAS ଓ IPSଙ୍କର ଏହି ସ୍କାମରେ କ’ଣ ଲିଙ୍କ ରହିଥିଲା ଓ ସିସୋର ସହ ସେମାନଙ୍କର କ’ଣ ଆର୍ଥିକ କାରବାର ହୋଇଥିଲା ତା’ର ବିବରଣୀ ଏହି ଡାଇରୀରୁ ସିବିାଆଇକୁ ମିଳିଥିବା କୁହାଯାଉଛି ।
ତଦନ୍ତ ବେଳେ ସି’ସୋରକୁ ଏହି ଅଧିକାରୀମାନେ କ’ଣ ଅନୁଗ୍ରହ ଦେଖାଇଥିଲେ ଓ ସି’ସୋର ଆକାଉଣ୍ଟରୁ ଏମାନଙ୍କ ପାଖକୁ କେତେ ଅର୍ଥ ଟ୍ରାନଜାକସନ ହୋଇଥିଲା ତା’ର ଖୋଳତାଡ଼ କରିଥିଲା ସିବିଆଇ l
ପ୍ରାୟ ଏକ ଘଣ୍ଟାର ପଚରାଉଚରା ବେଳେ ଶୁଭଙ୍କରଙ୍କ ଠାରୁ ଅନେକ ତଥ୍ୟ ଯୋଗାଡ଼ କରିଛି ସିବିଆଇ l ପଚରାଉଚରା ବେଳେ ଓଡ଼ିଶା କ୍ୟାଡରର ଦୁଇ IAS ଓ ଜଣେ IPS ଙ୍କ ସମ୍ପକ୍ତି ସମ୍ପର୍କରେ ସିବିଆଇ ହାତରେ ପ୍ରମାଣ ଲାଗିଥିବା ସୂଚନା ମିଳିଛି l ସେହି ପ୍ରମାଣ ଆଧାରରେ ସିବିଆଇ ତଦନ୍ତ ଆଗକୁ ବଢ଼ାଇବ ବୋଲି କହିଛନ୍ତି ସୂତ୍ର। ଆବଶ୍ୟକ ହେଲେ ଶୁଭଙ୍କରଙ୍କୁ ପୁଣି ସିବିଆଇ ଜେରାର ସମ୍ମୁଖିନ ହେବାକୁ ପଡିବ l

ଚିଟ୍ ଫଣ୍ଡ୍ ସ୍କାମ୍ ତଦନ୍ତ ବେଳେ ଜବତ ହୋଇଥିବା ବସ୍ତୁ ଓ ଦସ୍ତାବେଜର ତାଲିକାରୁ ଫର୍ଦ୍ଦେ
ପ୍ରାୟ ଦୁଇ ବର୍ଷ ପରେ ସିବିଆଇର ଏଭଳି ତତ୍ପରତା ପରେ ରାଜ୍ୟର କିଛି ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଛନକା ପଶିଛି l ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ଯେ ଖୁବ୍ ଶୀଘ୍ର ସିବିଆଇ ଜେରାର ସମ୍ମୁଖୀନ ହେବେ ଦୁଇ ଜଣ IAS ଓ ଜଣେ IPS ଅଫିସର l ତା’ ପୂର୍ବରୁ ସିବିଆଇ ଏହି ଅଧିକାରୀମାନଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରୁଥିବା ଜଣାପଡ଼ିଛି l
ସି’ସୋର ଚିଟ ଫଣ୍ଡ ଲିଙ୍କକୁ ନେଇ ୨୦୧୪ ଡିସେମ୍ବରରେ IPS ଅଫିସର୍ ରାଜେଶ କୁମାର, କେନ୍ଦ୍ରାପଡ଼ାର ତତ୍କାଳିନ ଏସ.ପି. ସତିଶ ଗଜବିୟେ ଓ ଆର..ପି କୋଚେଙ୍କୁ ଜେରା କରିଥିଲା ସିବିଆଇ l ଶୁଭଙ୍କରଙ୍କ ଡାଏରିରେ ଏମାନଙ୍କ ନାଁ ଥିବାରୁ ଏମାନଙ୍କୁ ଜେରା କରାଯାଇଥିଲା l କିନ୍ତୁ ଜେରା ପରେ ସେମାନଙ୍କ ସମ୍ପୃକ୍ତି ସି’ସୋର ସହ ରହିଛି କି ନାହିଁ ତାହା ଆଜି ପର୍ଯ୍ୟନ୍ତ ସସପେନ୍ସରେ ରହିଯାଇଛି l ତେଣୁ ୬ ବର୍ଷ ପରେ ପୁଣି ଏବେ ସିବିଆଇ ଆକ୍ଟିଭ୍ ହେବା ପରେ ଆଶା କରାଯାଉଛି ତଦନ୍ତ ପକ୍ରିୟା ଆଗକୁ ବଢ଼ିବ l
ସି’ସୋର ସହ ଜମି ଡିଲ କରି ଗିରଫ ହୋଇଥିଲେ ବିଧାୟକ ପ୍ରଭାତ ବିଶ୍ଵାଳ l ବାରମ୍ଵାର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା l
ରାଜ୍ୟରେ ୫୦୦ କୋଟି ଟଙ୍କାର ସି’ସୋର ଚିଟ ଫଣ୍ଡ ସ୍କାମର ତଦନ୍ତ ପ୍ରଥମେ ଓଡ଼ିଶା କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଆପରାଧିକ ଶାଖା କରୁଥିଲା l ପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ମାମଲା ହସ୍ତାନ୍ତର ହୋଇଥିଲା l ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ, ୨୦୦୨ ଅଧୀନରେ ୨୦୧୪ ଡିସେମ୍ବର ୩ରେ କମ୍ପାନୀର ୧୫୭ କୋଟି ଟଙ୍କା ଓ ୨୦୧୫ରେ ୮୪ କୋଟି ଟଙ୍କାର ସମ୍ପତ୍ତି ଆଟାଚମେଣ୍ଟ କରିଛି ଇଡି l
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।