ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ନୂଆ ଚାର୍ଜଶିଟ୍ ଦାଖଲ କଲା CBI; ବିବନ ବିରୋଧରେ ଟ୍ରାଏଲ ଆରମ୍ଭ ହେବ

୭୦ ପୃଷ୍ଠାର ଏହି ସପ୍ଲିମେଣ୍ଟାରୀ ଚାର୍ଜଶିଟରେ କେବଳ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ନାମ ଉଲ୍ଲେଖ ରହିଛି । ସେ ମହାରାଷ୍ଟ୍ରରୁ ଗିରଫ ହେବା ପରେ CBI ତା’ ସହ ଲମ୍ବା ପଚରାଉଚରା କରିଥିଲା ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ନୂଆ ଚାର୍ଜଶିଟ୍ ଦାଖଲ କଲା CBI; ବିବନ ବିରୋଧରେ ଟ୍ରାଏଲ ଆରମ୍ଭ ହେବ
ଅଞ୍ଜନା ମିଶ୍ର; (ଡାହାଣ) ମାର୍ଚ୍ଚ ୫ରେ ପୋଲିସ ବିବନକୁ ଘଟଣା ସ୍ଥଳକୁ ନେବା ବେଳର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ବୁଧବାର ଦିନ ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଛି ତଦନ୍ତକାରୀ ସିବିଆଇ ଟିମ୍‌ । ୭୦ ପୃଷ୍ଠାର ଏହି ଚାର୍ଜଶିଟରେ କେବଳ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ନାମ ଉଲ୍ଲେଖ ରହିଛି ।

୨୨ ବର୍ଷ ତଳର ଏହି ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚହଳ ପକେଇଥିଲା । ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିଲା । ପ୍ରଥମେ ଏହି ଘଟଣାର ତଦନ୍ତ କରିଥିଲା ରାଜ୍ୟ ପୋଲିସ । ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ଏହାର ଦାୟିତ୍ୱ ନେଇଥିଲା । ତଦନ୍ତକୁ ନେଇ ରାଜନୈତିକ ହୋହଲ୍ଲା ପରେ ସିବିଆଇକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ବ । ଦୀର୍ଘ ୨୨ ବର୍ଷ ପରେ ଗତ ଫେବୃଆରୀ ମାସରେ ବିବନକୁ ମହାରାଷ୍ଟ୍ରରୁ ଗିରଫ କରିଥିଲା କମିଶନରେଟ ପୋଲିସ । ଯେହେତୁ ମାମଲାର ତଦନ୍ତ ସିବିଆଇ କରୁଥିଲା, ତେଣୁ ସିବିଆଇକୁ କମିଶନରେଟ୍‌ ପୋଲିସ ବିବନକୁ ହସ୍ତାନ୍ତର କରିଥିଲା ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

‘‘ବିବନକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ୧୯୯୯ ମସିହାରେ ସେ ଦିନର ଘଟଣାକ୍ରମ ବିଷୟରେ ଅନେକ ତଥ୍ୟ ତା’ ଠାରୁ ଆମେ ହାସଲ କରିଛୁ । କିଏ କିଏ ଘଟଣା ସ୍ଥଳରେ ଥିଲେ ଓ କେମିତି ଏଥି ପାଇଁ ଯୋଜନା ହୋଇଥିଲା ଆଦି ଅନେକ ପ୍ରଶ୍ନର ଉତ୍ତର ମୁଖ୍ୟ ଅଭିଯୁକ୍ତ ବିବନଠାରୁ ଜେରା ବେଳେ ମିଳିଛି,’’ କହିଛନ୍ତି ସିବିଆଇର ଜଣେ ବରିଷ୍ଠ ଆଇନଜୀବୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

ଏହି ସ୍ଥାନରେ ଅଞ୍ଜନା ମିଶ୍ରଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

୧୯୯୯ ମସିହା ଜାନୁୟାରୀ ୯ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଶିକାର ହୋଇଥିଲେ । କଟକରୁ ଭୁବନେଶ୍ୱର ଏକ କାରରେ ଫେରିବା ବାଟରେ ବାରଙ୍ଗ ରାସ୍ତାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । ଡ୍ରାଇଭର୍‌ ଓ ଅଞ୍ଜନାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅଞ୍ଜନାଙ୍କୁ କାର୍‌ ଭିତରୁ ଟେକି ନେଇଥିଲେ ଦୁର୍ବୃତ୍ତମାନେ । ଏହି ଘଟଣାରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନିଜ ପଦରୁ ହଟିବାକୁ ପଡ଼ିଥିଲା ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ଗଣଦୁଷ୍କର୍ମର ୧୭ ଦିନ ପରେ ୨୬ ଜାନୁଆରୀ ୧୯୯୯ରେ ଦୁଇ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ପରେ ସେମାନଙ୍କୁ ଆଜୀବନ କାରାବାସ ଦଣ୍ଡାଦେଶ ମିଳିଥିଲା । ହେଲେ ଗଣଦୁଷ୍କର୍ମ ଘଟଣା ସମୟରୁ ହିଁ ତୃତୀୟ ତଥା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିଲା । ଗତ ଫେବୃଆରୀ ୨୨ ତାରିଖରେ ତାକୁ ମହାରାଷ୍ଟ୍ରରୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ ।



‘‘ବିବନ ଗିରଫ ହେବା ପରେ କମିଶନରେଟ୍‌ ପୋଲିସ ଠାରୁ ଆମେ ବିବନ ସମ୍ବନ୍ଧୀୟ ତଥ୍ୟ ଆଣିଥିଲୁ । ସେ ଗଣଦୁଷ୍କର୍ମ ଘଟଣା ପରେ କିଭଳି ମହାରାଷ୍ଟ୍ରର ପୁଣେ ଯାଇଥିଲେ ଓ ଏଥିରେ ତାଙ୍କୁ କିଏ କିଏ ସହଯୋଗ କରିଥିଲେ ସେ ନେଇ ତାଙ୍କ ସହ ପଚରା ଉଚରା ହୋଇଛି,’’ ନିଜ ନାମ ଗୋପନ ରଖି କହିଛନ୍ତି ସିବିଆଇର ଜଣେ ତଦନ୍ତକାରୀ ଅଧିକାରୀ ।
Published by: Anand ST Das
First published: May 12, 2021, 11:58 PM IST