LIVE NOW

ସୌମ୍ୟ ମୃତ୍ୟୁ: କ୍ରାଇମ୍ ବ୍ରାଞ୍ଚର ଚାର୍ଜଶୀଟ୍ ପରେ ବି ଥମୁନି ମାମଲା; ଏବେ ହାଇ କୋର୍ଟ ବିଚାର କରିବେ

ବିଦ୍ୟାଭାରତୀଙ୍କ ବିରୁଦ୍ଧରେ ଲଗାଯାଇଥିବା ଦୁଇଟି ଦଫାର ପ୍ରାସଙ୍ଗିକତା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ । ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ତିକ୍ତତାର କାରଣ ବାବଦରେ ତଦନ୍ତରୁ କୌଣସି ତଥ୍ୟ ବାହାରକୁ ଆସି ନାହିଁ ।

odia.news18.com | January 1, 1970, 5:30 AM IST
facebookTwitterLinkedin
Last Updated January 1, 1970
auto-refresh

Highlights

News18 Odia Digital

କଟକ: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଶେଷ କରି ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି କ୍ରାଇମ୍‌ ବ୍ରାଞ୍ଚ୍‌ । କିନ୍ତୁ ଏହି ମାମଲାରେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତର ନିର୍ଯ୍ୟାସ ଏକ ବିବାଦର ଅନ୍ତ ଘଟାଇବ କ’ଣ, ବରଂ ତାକୁ ଆହୁରି ଘନୀଭୁତ କରିଛି । ଏହା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି ।
Read More
Load More



ସତରେ କ’ଣ ସୌମ୍ୟରଞ୍ଜନ ନିଜ ଘର ଭିତରେ ଅଦରକାରୀ କାଗଜ ପୋଡୁଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଥିଲା? ଗୋଟିଏ ଲଣ୍ଠନ ବା ଲ୍ୟାମ୍ପରୁ ଜଣକ ଦେହରେ ନିଆଁ ଲାଗିବ କେମିତି? ଯଦି ଲାଗିବ ତେବେ କ’ଣ ମାତ୍ର କିଛି ସମୟ ମଧ୍ୟରେ ସେହି ବ୍ୟକ୍ତି ୯୫ ପ୍ରତିଶତ ପୋଡ଼ିଯିବ? ଯଦି ଦୁର୍ଘଟଣାବଶତଃ ଦେହରେ ନିଆଁ ଲାଗିଥିବ, ତେବେ ନିଜକୁ ରକ୍ଷା କରିବା ପାଇଁ ସେ ଉଦ୍ୟମ କରି ନ ଥିଲେ କାହିଁକି? ଏହା ସହିତ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୁଦ୍ଧରେ ଲାଗାଯାଇଥିବା ଆଇ.ପି.ସି.ର ଦୁଇଟି ଦଫାର (ଦଫା ୨୮୫ ଓ ୩୦୪-ଏ) ବୈଧ୍ୟତାକୁ ନେଇ ବି ଉଠିଛି ପ୍ରଶ୍ନ ।

ଏହା ବି ପଢ଼ନ୍ତୁ | ବ୍ୟାଙ୍କ ଖାତାକୁ ଆସିଗଲା .୬୦ ଲକ୍ଷ ଟଙ୍କା; ମୋଦି ପଠେଇଛନ୍ତି ଭାବି ଖର୍ଚ୍ଚ କରିଦେଲା; ଆଉ ଏବେ

ନିଜ ସ୍ବାମୀ ନିଆଁରେ ପୋଡ଼ି ହୋଇ ଯାଉଥିବା ଦୃଶ୍ୟକୁ ଦେଖି ନିଆଁ ଲିଭାଇବା ପାଇଁ ଉପଯୁକ୍ତ ପ୍ରୟାସ ନ କରିବା, ଅର୍ଥାତ୍‌ ତାଙ୍କୁ ପୋଡ଼ିହେବା ପାଇଁ ଛାଡ଼ି ଦେବା ଭଳି ସାଙ୍ଘାତିକ କାର୍ଯ୍ୟ ପାଇଁ ଦଫା ୩୦୪-ଏ ପ୍ରଯୁଜ୍ୟ ନୁହେଁ ବୋଲି ଅନେକ ଆଇନଜୀବୀଙ୍କ ମତ । ଏହି ପୂରା ପ୍ରସଙ୍ଗରେ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ ଓ ଚାର୍ଜସିଟରେ ଲଗାଯାଇଥିବା ଦଫାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ଖୋଦ୍‌ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିରାଟ କୋହଲିଙ୍କ ପରି T-20 କ୍ୟାପଟେନ୍ ଖୋଜିଲେ ବି ମିଳିବେନି; ତାଙ୍କର ଏହି ୫ଟି ବଡ଼ ରେକର୍ଡ଼ ଅଛି

‘‘ଦଫା 3୦୪-ଏକୁ ଦଉା ୨୮୫ ସହିତ ମିଶାଇ ପଢି଼ବାକୁ ପଡ଼ିବ । ୨୮୫ ହେଉଛି ଦହନଶୀଳ ପଦାର୍ଥକୁ ନେଇ ଅବହେଳା ସମ୍ପର୍କିତ ଦଫା । ଏହି ଦଫାରେ ବିଦ୍ୟାଭାରତୀଙ୍କୁ ଯୋଡ଼ାଯାଇଛି । କିନ୍ତୁ ଯାଞ୍ଚ ପ୍ରକ୍ରିୟା କିମ୍ବା ତଦନ୍ତରେ ନିଆଁ କିମ୍ବା ଦହନଶୀଳ ପଦାର୍ଥରେ ଅବହେଳାକୁ ସ୍ଥାପିତ କରିବା ଭଳି କୌଣସି ପଏଣ୍ଟ୍‌ ଥିବା ଜଣାପଡ଼ୁନାହିଁ । ତା’ ଛଡ଼ା ଆଜିକାଲି ଲଣ୍ଠନର ବ୍ୟବହାର କେଉଁଠି ହେଉଛି? ଲଣ୍ଠନଟା କେଉଁଠି ଥିଲା କି ତାହା ଗଳିପଡ଼ିଲା ଓ ସେଥିରୁ ନିଆଁ ଲାଗିଗଲା? ଏଠି ଦୁଇଟା କଥା ହୋଇଥାଇ ପାରେ । ତାଙ୍କ ଦେହରେ କେହି କିରୋସିନ ଢାଳି ନିଆଁ ଲଗାଇ ଦେଇଥାଆନ୍ତୁ କିମ୍ବା ସେ ନିଜେ କିରୋସିନ୍‌ ଢାଳି ନିଆଁ ଲଗାଇ ଥାଆନ୍ତୁ,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜିବ ମାରିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୋରା ଫତେହିଙ୍କ ପାଇଁ ସମସ୍ୟା ପାଲଟିଗଲା ଏହି ଡ୍ରେସ୍! କ୍ୟାମେରା ଆଗରେ ଡ୍ରେସ୍ ସଜାଡି଼ଲେ

ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ବି ଏକ ବିରାଟ ପ୍ରସଙ୍ଗ ହୋଇ ଉଭା ହୋଇଛି । ଏହି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଭଲ ନ ଥିଲା ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ କୁହାଯାଇଛି । ତେବେ କ’ଣ ପାଇଁ ଏପରି ହୋଇଥିଲା? ଏହା ପଛରେ ଥିବା ସେହି ନିର୍ଦ୍ଦିଷ୍ଟ କାରଣଟି କ’ଣ ଥିଲା? ବିବାହର କେତେ ଦିନ ମଧ୍ୟରେ ପତିପତ୍ନୀଙ୍କ ସମ୍ପର୍କରେ ତିକ୍ତତା ଆସିବା ଆରମ୍ଭ କରିଥିଲା ଓ ଏପରି କଣ ହୋଇଥିଲା ଯେ ବିଦ୍ୟାଭାରତୀ ତାଙ୍କ ଡାଏରୀରେ ତାଙ୍କୁ ମୁକ୍ତି ଦରକାର ବୋଲି ସେ ଲେଖିଥିଲେ? ଏହି ତିକ୍ତତାର କାରଣ ବାବଦରେ ତଦନ୍ତରୁ କୌଣସି ତଥ୍ୟ ବାହାରକୁ ଆସି ନାହିଁ ।

ଏହା ବି ପଢ଼ନ୍ତୁ | ଖରାପ ଖବର: ନଭେମ୍ବର ୧ରୁ ଏହି ୪୩ଟି ସ୍ମାର୍ଟଫୋନରେ ଆଉ ଚାଲିବ ନାହିଁ WhatsApp

‘‘ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବୈବାହିକ ସମ୍ପର୍କ ଠିକ୍‌ ନ ଥିଲା ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ନିଜ ଚାର୍ଜସିଟରେ ଉଲ୍ଲେଖ କରିଛି, କିନ୍ତୁ କାହିଁକି ତାହା ଠିକ୍‌ ନ ଥିଲା ତା’ର ଉତ୍ତର ଖୋଜିବା ପାଇଁ କ୍ରାଇମ୍‌ ବ୍ରାଞ୍ଚ୍‌ ଚେଷ୍ଟା କରି ନାହିଁ । ସମ୍ପୂର୍ଣ୍ଣ ତଦନ୍ତରେ ଅନେକ ଅନିୟମିତା ରହିଛି । ସର୍ବଶେଷରେ ଯେଉଁ ଦଫା ଲଗାଯାଇଛି ତା’ର ଉପାଦାନ ହିଁ ଏହି କେସରେ ନାହିଁ । ଏହାକୁ ଦେଖି ମୋ’ର ବିଶ୍ବାସ ଅଛି ଯେ ହାଇ କୋର୍ଟ ଏହାକୁ ବିଚାରକୁ ନେବେ ଓ ଏହି ମାମଲାକୁ ସି.ବି.ଆଇ.କୁ ହସ୍ତାନ୍ତର କରିବେ,’’ କହିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପାର୍ଥସାରଥୀ ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍ ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟି

କ୍ରାଇମ୍‌ ବ୍ରାଞ୍ଚ୍‌ ସୁତ୍ରରୁ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ ମିଳିଥିବା ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମୁତାବକ ଉଭୟ ସୌମ୍ୟ ଓ ବିଦ୍ୟାଭାରତୀ ଏକ ନିର୍ଦ୍ଦିଷ୍ଟ କାରଣକୁ ନେଇ ପରସ୍ପର ଉପରେ ସନ୍ଦେହ କରୁଥିଲେ । ଏ ବାବଦରେ ଉଭୟଙ୍କ ପରିବାର ଲୋକ ସାମାନ୍ୟ ସୁରାକ ମଧ୍ୟ ପାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟେନିସ୍ ତାରକା ମାର୍ଟିନା ଏଇଥି ପାଇଁ ପାକିସ୍ତାନ PM ଇମ୍ରାନ ଖାନଙ୍କୁ କହିଥିଲେତୁମକୁ ଲଜ୍ଜା ଲାଗିବା ଉଚିତ

ସୌମ୍ୟଙ୍କ ମୃତ୍ୟୁକୁ ଏକ ସୁଚିନ୍ତିତ ହତ୍ୟା ବୋଲି କହୁଥିବା ସୌମ୍ୟରଞ୍ଜନଙ୍କ ବାପା ଏହାର ସି.ବି.ଆଇ. ତଦନ୍ତ ପ୍ରାର୍ଥନା କରି ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂଜା ଛୁଟି ପରେ ଏହି ମାମଲାଟି ବିଚାର ପାଇଁ କୋର୍ଟଙ୍କ ସମ୍ମଖକୁ ଆସିପାରେ ।