ଜୁନାଗଡ଼ ସପିଂ ମଲରେ ଲାଗିଲା ନିଆଁ
News18 Odia Digital
କଳାହାଣ୍ଡି: ଜୁନାଗଡ଼ ସପିଂ ମଲରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର କଲମପୁର ଛକ ନିକଟିସ୍ଥ ‘ଏ ଟୁ ଜେଡ ସପିଂ ମଲରେ ବୁଧବାର ରାତି ପ୍ରାୟ ୧୦ଟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଘଟଣା ସ୍ଥଳରେ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, କଲମପୁର, କୋକସରା ଅଗ୍ନିଶମ ବିଭାଗର ଦମକଳ କେନ୍ଦ୍ର ଗାଡି, କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ପରେ ପ୍ରାୟ ୫ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା।
ତେବେ ନିଆଁର ପ୍ରଖର ଏତେ ଜୋରରେ ରହିଥିଲା ଯେ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ ପାଇଁ ମୁସ୍କିଲ ହୋଇ ପଡ଼ିଥିଲା। ଏହି ମଲରେ କପଡ଼ା ସମେତ ଅନ୍ୟାନ୍ୟ ସମସ୍ତ ଘର କରଣା ସାମଗ୍ରୀ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଆକଳନ କରାଯାଇଛି।
ଜୁନାଗଡ଼-କଲମପୁର ମୁଖ୍ୟ ରାସ୍ତା କଡ଼ରେ ଏହି ସପିଂ ମଲଟି ରହିଥିବାରୁ ନିଆଁ ଲାଗିବା ପରେ ଏଠାରେ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜୁନାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲା। କେଉଁ କାରଣରୁ ସପିଂ ମଲରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।