ଓଲିଉଡରେ କାଷ୍ଟିଂ କାଉଚ୍ ଘଟଣା; ହାସ୍ୟ ଅଭିନେତା ପପୁ ପମପମ୍ ନିର୍ଦ୍ଦୋଷରେ ଖଲାସ

୨୦୧୬ ମସିହାରେ କାଷ୍ଟିଂକାଉଚ ମାମଲାରେ ଛନ୍ଦିହୋଇଥିଲେ ପପୁ । ପରେ ଏହି ଘଟଣା ଓଡ଼ିଶାରେ ଖୁବ ଚର୍ଚ୍ଚିତ ବିଷୟ ହୋଇଥିଲା । ଜଣେ ନାବାଳିକାଙ୍କୁ ସିନେମାରେ ଅଭିନୟ କରିବାକୁ ସୁଯୋଗ ଦେବାକୁ କହି ଅସଦାଚାରଣ କରିଥିବା ଅଭିଯୋଗ ହୋଇଥିଲା ।

କାଷ୍ଟିଂ କାଉଚ୍ ଘଟଣା ହାସ୍ୟ ଅଭିନେତା ପପୁ ପମପମ୍ ନିର୍ଦ୍ଦୋଷରେ ଖଲାସ

କାଷ୍ଟିଂ କାଉଚ୍ ଘଟଣା ହାସ୍ୟ ଅଭିନେତା ପପୁ ପମପମ୍ ନିର୍ଦ୍ଦୋଷରେ ଖଲାସ

  • Share this:
News 18 Odia Digital

ଭୁବନେଶ୍ୱର; କାଷ୍ଟିକାଉଚ ଘଟଣାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଓଲିଉଡର ହାସ୍ୟ ଅଭିନେତା ପପୁ ପମପମ୍ । ପପୁଙ୍କ ଅନ୍ୟତମ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସୂଚନା ମିଳିଛି । ପୋକ୍ସୋ କୋର୍ଟଙ୍କ ତରଫରୁ ଦୁହିଁଙ୍କୁ କ୍ଲିନଚିଟ୍ ଦିଆଯାଇଛି ।

୨୦୧୬ ମସିହାରେ କାଷ୍ଟିଂକାଉଚ ମାମଲାରେ ଛନ୍ଦିହୋଇଥିଲେ ପପୁ । ପରେ ଏହି ଘଟଣା ଓଡ଼ିଶାରେ ଖୁବ ଚର୍ଚ୍ଚିତ ବିଷୟ ହୋଇଥିଲା । ଜଣେ ନାବାଳିକାଙ୍କୁ ସିନେମାରେ ଅଭିନୟ କରିବାକୁ ସୁଯୋଗ ଦେବାକୁ କହି ଅସଦାଚାରଣ କରିଥିବା ଅଭିଯୋଗ ହୋଇଥିଲା । ମହିଳା ଥାନାରେ ମାମଲା ରୁଜୁ ପରେ ପପୁ ହରଡ଼ଘଣାରେ ପଡ଼ିଥିଲେ । ପପୁଙ୍କ ନାମରେ ଆଇପିସି ୩୨୩,୩୪୧,୩୫୪ ଓ ସେକ୍ସନ ୮,୧୨ରେ ମାମଲା ହୋଇଥିଲା । ପପୁ ଓ ତାଙ୍କ ସହଯୋଗୀକୁ ଗିରଫ କରାଯାଇ ଝାରପଡ଼ା ଜେଲକୁ ପଠାଯାଇଥିଲା । ତେବେ ୨ମାସ ମଧ୍ୟରେ ପପୁ ଓ ତାଙ୍କ ସହଯୋଗୀ ଗିଟୁ ଜାମିନରେ ଆସିଥିଲେ ।

ନିଜ ଉପରେ ହୋଇଥିବା ମାମଲାକୁ ନେଇ ପପୁଙ୍କ ପ୍ରତିକ୍ରିୟା ରହିଥିଲା ସେ ସମ୍ପୁର୍ଣ୍ଣ ନିର୍ଦ୍ଦୋଷ । ତେଣୁ ଧର୍ମର ସବୁବେଳେ ଜୟ ହୁଏ ତାହା ହିଁ ହେଲା ।
Published by:Soubhagya Mishra
First published: