କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତିଙ୍କ ମାମଲା; ପତ୍ନୀଙ୍କୁ ପୋଲିସର ପଚରାଉଚରା

କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତିଙ୍କ ମାମଲାରେ ଅପରାଜିତା ତାଙ୍କ ସମ୍ପର୍କିୟ ଭାଇ ସର୍ବୋଜିତ ରାୟଙ୍କ ସମେତ ପଚରାଉଚରା ପାଇଁ ପାଖାପାଖି ୧୨ ଜଣ ବ୍ୟକ୍ତିଙ୍କ ନାଁକୁ ତାଲିକାଭୁକ୍ତ କରିଛି ପୋଲିସ ।

କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତିଙ୍କ ମାମଲା; ପତ୍ନୀଙ୍କୁ ପୋଲିସର ପଚରାଉଚରା

କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତିଙ୍କ ମାମଲା; ପତ୍ନୀଙ୍କୁ ପୋଲିସର ପଚରାଉଚରା

  • News18 Odia
  • Last Updated :
  • Share this:
News 18 Odia Digital

କଟକ: ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ତିନି ଦିନ ବିତିଲାଣି । ତଥାପି ଏହି ମୃତ୍ୟୁ ଘଟଣାକୁ ନେଇ ଏବେ ବି ଜାରି ରହିଛି ସସ୍ପେନ୍ସ । ସୁବାସ ଆତ୍ମହତ୍ୟା କରିଛନ୍ତି ? ନା ତାଙ୍କ ମାଆଙ୍କ ଅଭିଯୋଗ ଅନୁଯାଇ ତାଙ୍କୁ ହତ୍ୟା କରାଯାଇଛି ?  ଯଦି ସୁବାଷ ଆତ୍ମହତ୍ୟା କରିଛନ୍ତି ତେବେ କାହିଁକି ସେ ଏଭଳି ପନ୍ଥାକୁ ଆପଣାଇଲେ ? ଏବଂ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପରିବାର ଲୋକେ ଏନେଇ କିଛି ସୂଚନା ପାଇଥିଲେ କି ? ଏହି ଭଳି ପ୍ରଶ୍ନ ଉତ୍ତର ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମର୍କତନଗର ପୋଲିସ ।

ସେପଟେ, ବିଚାରପତିଙ୍କ ପତ୍ନୀ ଅପରାଜିତା ରାୟଙ୍କୁ ପଚରା ଉଚରା ଆରମ୍ଭ ହୋଇଛି । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଅପରାଜିତା ରାୟ ରହୁଥିବା ସିଡିଏ ସେକ୍ଟର ୯ର ସରକାରୀ କ୍ୱାଟରକୁ ଯାଇ ତାଙ୍କୁ ପଚରାଉଚରା କରି ଫେରିଛି । ଏହାପରେ ଅପରାଜିତାଙ୍କ ସହ ତାଙ୍କ ଭାଇଙ୍କୁ ପୁଣି ଥରେ ପଚରାଉଚରା କରାଯିବ । ତା ସହ ସୁବାସଙ୍କ ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ ତାଙ୍କ ଡ୍ରାଇଭର ଓ କିଛି ପାଖ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ ।

ସୁବାସ ଜଣେ ସିନିୟର ଜଜ୍ ହୋଇଥିବାରୁ ସେ କାହା ସହିତ ସ୍ୱାଭାବିକ ମିଳାମିଶା କରୁନଥିଲେ ସତ କିନ୍ତୁ ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକେ ମୃତ୍ୟୁର କିଛି ଦିନ ପୂର୍ବରୁ ମାନସିକ ଅବସାଦ ମଧ୍ୟ ଦେଇ ଗତି କରୁଥିବା କହିଛନ୍ତି । ଏପରିକି ପାରିବାରିକ ସମସ୍ୟା ହିଁ ସୁବାଷଙ୍କ ଅବସାଦର ଗସ୍ତ ହେବାର ଏକ ମାତ୍ର କାରଣ ବୋଲି ମଧ୍ୟ କୁହାଯାଉଛି ।  ଯଦି ଏହା ସତ ତା ହେଲେ ନିର୍ଦ୍ଧିଷ୍ଟ କେଉଁ କାରଣ ପାଇଁ ସୁବାସ ଅବସାଦ ଗ୍ରସ୍ତ ରହୁଥିଲେ ? ତାଙ୍କୁ ଅବସାଦରୁ ମୁକ୍ତ କରିବା ପାଇଁ ପ୍ରୟାସ ହୋଇଥିଲା ନା ଜାଣି ଶୁଣି ତାଙ୍କ ମାନସିକ ଆଘାତ ଦିଆଯାଉଥିଲା ? ଏହିଭଳି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି ।
ତେବେ ଯଦି ସୁବାଷ ଆତ୍ମହତ୍ୟା କରିଥାନ୍ତି ଏବଂ ଆତ୍ମହତ୍ୟା କରିବା ପାଇଁ ତାଙ୍କୁ କେହି ବାଧ୍ୟ କରିଥିବା କଥା ପ୍ରମାଣ ମିଳେ ତେବେ ଆଇପିସିର ଧାରା ୩୦୬ ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇ ପାରିବ ବୋଲି କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ । "ପ୍ରଥମେ ଅପମୃତ୍ୟୁ ମାମଲା ରୁଜ୍ଜୁ ହେଲା, ତା ପରେ ବିଚାରପତିଙ୍କ ମାଙ୍କ ଅଭିଯୋଗ କ୍ରମେ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରିଛି ।

ଗତ ଶୁକ୍ରବାର ଦିନ କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତ ଦେହ ସିଡିଏ ସେକ୍ଟର ୯ ଠାରେ ଥିବା ତାଙ୍କର ସରକାରୀ ବାସଭବନରୁ ମିଳିଥିଲା । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ଜନିତ ମାମଲା ବୋଲି ଜଣା ପଡ଼ୁଥିବା ବେଳେ ମୃତ ବିଚାରପତିଙ୍କ ମାଆ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଏହି ହତ୍ୟା ପଛରେ ତାଙ୍କ ବୋହୂ ଅପରାଜିତା ରାୟ ଓ ଅପରାଜିତାଙ୍କ ସମ୍ପର୍କିୟ ଭାଇ ସର୍ବୋଜିତ ରାୟଙ୍କ ସମ୍ପୃକ୍ତି ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।
Published by:Soubhagya Mishra
First published: