News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା। ଗିରଫ ହେଲେ ଦୁଇ ରୋଡ଼ ସାଇଟ୍ ରୋମିଓ। ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୁର୍ଗା ଚରଣ ଭୂୟାଁ ଓ ସ୍ଵରାଜ ବେହେରା। ଉଭୟଙ୍କୁ ଲିଙ୍ଗରାଜ ଥାନା ଗିରଫ କରି କୋର୍ଟ ଚାଲାଣ କରିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।
ପୋଲିସ ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଜଣେ ନାବାଳିକା ଛାତ୍ରୀ ଟ୍ୟୁସନ ସାରି ଘରକୁ ଫେରୁଥିବା ସମୟରେ ବିନ୍ଦୁସାଗର ନିକଟରେ ଦୁଇ ଅଭିଯୁକ୍ତ ଛକି ବସିଥିଲେ।
ଛାତ୍ରୀ ଜଣଙ୍କ ଯିବା ସମୟରେ ତାଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ ମାରିଥିଲଲେ ଦୁଇ ଅଭିଯୁକ୍ତ। ଏନେଇ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।
ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଲିଙ୍ଗରାଜ ଥାନାରେ IPS ଦଫା ୩୪୧, ୩୨୩, ୨୯୪, ୩୫୪(ଏ), ୩୫୪(ବି), ୫୦୯, ୫୦୬, ୪୨୭, ୩୪ IPC ଓ 12 ପୋସ୍କୋ ଆକ୍ଟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।