ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖୋର୍ଦ୍ଧାରେ ବାପପୁଅଙ୍କୁ ମାଡ଼: ମାନବବାଦ ସଙ୍ଗଠନର ମାନସ ଦାସଙ୍କ ନାଁରେ ରୁଜୁ ହେଲା ମାମଲା

ଖୋର୍ଦ୍ଧାରେ ବାପପୁଅଙ୍କୁ ମାଡ଼: ମାନବବାଦ ସଙ୍ଗଠନର ମାନସ ଦାସଙ୍କ ନାଁରେ ରୁଜୁ ହେଲା ମାମଲା

Manas Das of Khordha Manababad Sangathan faces case for attack on father-son duo | ଏହି ବିବାଦୀୟ ସଙ୍ଗଠନ ଓ ଏହାର ମୁଖ୍ୟ ମାନସ ଦାସଙ୍କ ବିରୋଧରେ ଯୋଡି଼ହେଉଛି ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ । ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡ଼ିଦେବା ପରେ ତାଙ୍କ ପରିବାରକୁ ଚୁପ୍‌ ରହିବା ପାଇଁ ₹୧୦ ଲକ୍ଷ ଯାଚିଥିବା ଅଭିଯୋଗ ବି ହୋଇଛି ।

ଖୋର୍ଦ୍ଧାରେ ବାପପୁଅଙ୍କୁ ମାଡ଼: ମାନବବାଦ ସଙ୍ଗଠନର ମାନସ ଦାସଙ୍କ ନାଁରେ ରୁଜୁ ହେଲା ମାମଲା
ଭାଇରାଲ୍ ଭିଡିଓର ଏକ ଦୃଶ୍ୟ ଓ (ଡାହାଣ) ମାନସ ଦାସ
  • News18 Odia
  • Last Updated: August 29, 2021, 9:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ କଡ଼ବରେ ବିବାଦୀୟ ସଙ୍ଗଠନ ‘ମାନବବାଦ ସଙ୍ଗଠନ’ର କଥିତ ସଦସ୍ୟମାନଙ୍କ ଦ୍ୱାରା ମାଗୁଣୀ ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ଛାନଭିନ ଚଳାଇଛି ପୋଲିସ । ଏବେ ଏହି ସଙ୍ଗଠନର ମୁଖ୍ୟ ଓ ଓକିଲ ମାନସ ଦାସ ଫୋନ କରି ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ମାଗୁଣୀ ନାୟକ ।

ମାନସ ଦାସଙ୍କ ନାମରେ ଅଗଷ୍ଟ ୩ ତାରିଖରେ ସତ୍ୟବ୍ରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ବି କରିଛନ୍ତି ମୃତ ବ୍ୟକ୍ତିଙ୍କ ପରିବାର । ଏପରିକି ମାନସ ଦାସ ସେହି ଘଟଣାକୁ ଚପାଇ ଦେବାକୁ ୧୦ ଲକ୍ଷ ଟଙ୍କା ଯାଚିଥିଲେ ବୋଲି କହିଛନ୍ତି ସତ୍ୟବ୍ରତଙ୍କ ପରିବାର । ମାନସ ଦାସ କିନ୍ତୁ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

ଭାଇରାଲ୍‌ ଭିଡିଓରେ ବାପ ଓ ପୁଅଙ୍କୁ କିଛି ଯୁବକ ଏକ ବନ୍ଦ କୋଠରୀରେ ଭୀଷଣ ମାଡ଼ ମାରୁଥିବା ଅଭିଯୋଗ ସାମନାକୁ ଆସିବା ପରେ ବେଗୁନିଆ ଥାନା ପୋଲିସ ସାତ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ପରେ ମାଗୁଣୀ ନାୟକ ନିଜେ ଅଭିଯୋଗ କରିବା ପରେ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ସମେତ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ମାନସ ଦାସ ଓ ତାଙ୍କ ପୁଅଙ୍କୁ ଏ ପର୍ଯ୍ୟନ୍ତ ପୋଲିସ କାହିଁକି ଗିରଫ କରୁନାହି ବୋଲି ପ୍ରଶ୍ନ କରିଛନ୍ତି ପୀଡି଼ତ ମାଗୁଣୀ ନାୟକ ।

ମାଡ଼ ଖାଇଥିବା କଡ଼ବ ଗାଁର ବାସିନ୍ଦା ମାଗୁଣୀ ନାୟକ


‘‘ମୋତେ ଧମକ ଆସିବା ମଧ୍ୟରେ ମୁଁ ନିଜେ ମୋ’ ଆଡ଼ୁ ମାନସ ଦାସଙ୍କୁ ଫୋନ୍‌ କରିଥିଲି ଓ ଏହି ଘଟଣାର (ନିସ୍ତୁକ ମାଡ଼ ମାରିବା) ବିଚାର କରାଯାଉ ଓ ଆମକୁ ନ୍ୟାୟ ମିଳୁ ବୋଲି କହିଥିଲି । କାହିଁକି ଆମକୁ ଏଭଳି ଦଣ୍ଡିତ କରାଯାଉଛି ତାହା ବି ତାଙ୍କୁ ପଚାରିଥିଲି । ହେଲେ ସେ ମୋତେ କହିଲେ ଯେ ମୁଁ ଯଦି ଏତାଲା ଦିଏ ତାହେଲେ ମୋତେ ଦଣ୍ଡିତ କରାଯିବ ଓ ମୋ’ ଜୀବନ ପ୍ରତି ବିପଦ ରହିବ ବୋଲି ସେ ଧମକ ଦେଲେ,’’ କହିଛନ୍ତି ମାଡ଼ ଖାଇଥିବା କଡ଼ବ ଗାଁର ମଧ୍ୟବୟସ୍କ ବାସିନ୍ଦା ମାଗୁଣୀ ନାୟକ ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ଯୌନ ସମ୍ପର୍କ ବଳାତ୍କାର ନୁହେଁ: କହିଲେ ଆହ୍ଲାବାଦ ହାଇ କୋର୍ଟ

ନିସ୍ତୁକ ମାଡ଼ ଖାଇଥିବା ତାଙ୍କ ପୁଅ ଆନଦ୍ନ ନାୟକ କହିଛନ୍ତି, ‘‘ଯେଉଁ ଦିନ ମିଟିଂ ଥିଲା ସେଦିନ ଆମକୁ (ବାପ ଓ ପୁଅଙ୍କୁ) ନେବା ପାଇଁ ତିନୋଟି ବାଇକରେ ଚାରି ଜଣ ଲୋକ ଆସିଥିଲେ । ସ୍ୱପ୍ନେଶ୍ୱର ନାୟକ, ମୀନକେତନ ନାୟକ, ବୈକୁଣ୍ଠ ନାୟକ ଓ ଆଉ ଜଣେ ଅଚିହ୍ନା ଲୋକ ଥିଲେ । ସେଠି (ବନ୍ଦ କୋଠରୀ ନିକଟରେ) ପାଖାପାଖି ୨୫ରୁ ୩୦ ଜଣ ଲୋକ ଥିଲେ । ସେମାନଙ୍କ ଭିତରୁ ଆଠ ଦଶ ଜଣ ଲୋକ ଆମକୁ ବାଡ଼େଇଥିଲେ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନୁଷ୍କା ଶର୍ମା ଇଂଲଣ୍ଡରୁ ଫଟୋ ଶେୟାର୍ କଲେ; ବିରାଟ ପଚାରିଲେ, ‘କିଏ ଉଠେଇଛି ଫଟୋ?’

‘‘ମୁଁ ଯଦି ଫୋନ୍‌ କରି ଧମକେଇଛି ତାହେଲେ ତା’ର ରେକର୍ଡ଼ିଂ ତ ରହିବ । ସେହି ରେକର୍ଡ଼ିଂ ସେ ଦେଖାଇପାରିବେ ଯେ ଏମିତି ଧମକ ଆସିଥିଲା,’’ କହିଛନ୍ତି ମାନସ ଦାସ । ‘‘ମାଗୁଣୀ ସ୍ୱୟଂ ମୋ’ ଲୋକ ଥିଲା । ସେ ସଙ୍ଗଠନ ପାଇଁ କାମ କରୁଥିଲା । ଅନ୍ୟ ଯେଉଁ ଲୋକଙ୍କ କା କୁହାଯାଉଛି ସେମାନେ ମାଗୁଣୀ ଅଧୀନରେ ଥିଲେ । ହୋଇପାରେ ଯେ ବେଲେଶ୍ୱର ନାମକ ଜଣେ ବ୍ୟକ୍ତିଙ୍କ ପ୍ରରୋଚନାରେ ମାଗୁଣୀ ଏଭଳି ଅଭିଯୋଗ କରିଛି,’’ ସେ କହିଛନ୍ତି । ସେହି ମାଡ଼ ମାରିବା ଘଟଣାରେ ତାଙ୍କର ସମ୍ପୃକ୍ତି ଆଦୌ ନାହିଁ ବୋଲି କହିଛନ୍ତି ଏହି ବିବାଦୀୟ ସଙ୍ଗଠନରେ ‘ଗୁରୁଜୀ’ ନାମରେ ପ୍ରସିଦ୍ଧ ମାନସ ଦାସ ।

ମାଗୁଣୀଙ୍କ ପୁଅ ଆନନ୍ଦ ନାୟକଙ୍କ ହାତରେ ମାଡ଼ର ଚିହ୍ନ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୋଲିସ୍ ରେଡ୍ ଠାରୁ ଗିରଫ ହେବା ଯାଏଁ... ରାଜ କୁନ୍ଦ୍ରା ନିର୍ଭୟରେପ୍ଲାନ୍ ବିପାଇଁ ପ୍ରସ୍ତୁତ ହେଉଥିଲେ

ଅଗଷ୍ଟ ୩ ତାରିଖରେ ଖୋର୍ଦ୍ଧା ସଦର ଥାନା କରଡ଼ଗାଡିଆରେ ସତ୍ୟବ୍ରତ ନାୟକ ନାକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମାନସ ଦାସଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ସତ୍ୟବ୍ରତଙ୍କ ପୁତୁରା ବସନ୍ତ ନାୟକ କହିଛନ୍ତି ଯେ ତାଙ୍କୁ ଜଣେ ବ୍ୟକ୍ତି ଫୋନ୍‌ କରି ଦାଦାଙ୍କର ମୃତ୍ୟୁ ହୋଇଥିବା କହିଥିଲେ, ହେଲେ ମୃତ ଦେହ ନ ଦେଇ ଗୁରୁଜୀଙ୍କ ନିର୍ଦେଶ କ୍ରମେ ଜଙ୍ଗଲରେ ଶବ ସତ୍କାର ହେବ ବୋଲି କହିଥିଲେ।

ଏହା ବି ପଢ଼ନ୍ତୁ | ଝିଅ ପ୍ରେମ ବିବାହ କରିବାରୁ ତାବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

‘‘ଘଟଣା ଦିନ ମୋତେ ଫୋନ୍‌ କରି ଡାକିଥିଲେ ସପନି ନାୟକ । ମୁଁ ଯାଇ ପହଞ୍ଚିବା ପରେ ମୋତେ ଜଙ୍ଗଲ ଭିତରକୁ ନେଇଗଲେ ଓ କହିଲେ ମୋ’ ଦାଦା ହାର୍ଟ ଆଟାକରେ ଚାଲିଗଲେ । ମଁ କହିଲି ଶବଟା ମୋତେ ଦିଅ । କିନ୍ତୁ ସେମାନେ କହିଲେ ଶବ ଦିଆଯିବନି । ଗୁରୁଜୀଙ୍କ ଆଦେଶ ଅଛି ଶବ ଏଇଠି ସତ୍କାର ହେବ । ସେମାନେ ମୋତେ କହିଲେ ମୁଖାଗ୍ନି ଦେବାକୁ,’’ ମୃତ ସତ୍ୟବ୍ରତ ନାୟକଙ୍କ ପୁତୁରା ବସନ୍ତ ନାୟକ । ଏପରିକି ଏହି ଘଟଣାରେ ମୁହଁ ବନ୍ଦ କରିବାକୁ ମାନସ ଦାସ ୧୦ ଲକ୍ଷ ଯାଚିଥିବା ଅଭିଯୋଗ କରିଛନ୍ତି ବସନ୍ତ ।



ମୃତ ସତ୍ୟବ୍ରତଙ୍କ ପତ୍ନୀ ପତ୍ନୀ ବୁଦ୍ଧି ନାୟକ କାନ୍ଦି କାନ୍ଦି କହିଛନ୍ତି, ‘‘ମାନସ ଦାସ ଓ ମନୋରଞ୍ଜନ ଦାସ ମାଷ୍ଟରମାଇଣ୍ଡଙ୍କ ସହ ଇଏ (ସ୍ୱାମୀ) କାମ କରୁଥିଲେ... ଏପଟେ ଗରିବ ଲୋକଙ୍କୁ ନେଉଛନ୍ତି, ସେପଟେ ସେମାନଙ୍କୁ ହତ୍ୟା କରି ଜାଳିଦିଆଯାଉଛି । ସରକାରଙ୍କୁ ଏତିକି ପ୍ରାର୍ଥନା ମୋ’ ପିଲା ନ୍ୟାୟ ପାଆନ୍ତୁ । ତାଙ୍କ ବାପକୁ ଯେଉଁମାନେ ମାରିଛନ୍ତି ସେମାନଙ୍କୁ ଫାଶୀ ଦଣ୍ଡ ମିଳୁ ।’’
Published by: Anand S.T. Das
First published: August 29, 2021, 9:22 PM IST