Petrol ଦର ବୃଦ୍ଧି: ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କୋର୍ଟରେ କେସ୍ ରୁଜୁ ହେଲା

Case against minister Dharmendra Pradhan over fuel price rise | ପେଟ୍ରୋଲର ବଢ଼ିଚାଲିଥିବା ଦାମ୍ ଦେଶର ଲୋକଙ୍କୁ ‘‘ଆତଙ୍କିତ ଓ କ୍ରୋଧିତ’’ କରିଛି ବୋଲି କୋର୍ଟରେ ଦାୟର କରିଥିବା ନିଜ ଆବେଦନରେ କହିଛନ୍ତି ତମନ୍ନା ହାଶମୀ । ତାଙ୍କ ଆବେଦନ କିଛି ଦିନ ମଧ୍ୟରେ ଶୁଣାଣି ପାଇଁ ନିଆଯାଇପାରେ ।

Petrol ଦର ବୃଦ୍ଧି: ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କୋର୍ଟରେ କେସ୍ ରୁଜୁ ହେଲା
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ବଢ଼ିଚାଲିଥିବା ବେଳେ ଏବେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସୋମବାର ଦିନ ଏହି ପ୍ରସଙ୍ଗରେ ଏକ କୋର୍ଟରେ ମାମଲା ରୁଜୁ କରାଯାଇଛି । ଉତ୍ତର ବିହାରର ମୁଜଫ୍ଫରପୁର ସହରର ଏକ କୋର୍ଟରେ ଏହି ମାମଲା ରୁଜୁ ହୋଇଛି ।

ମୁଜଫ୍ଫରପୁର ବାସିନ୍ଦା ତମନ୍ନା ହାଶମୀ ସେଠାକାର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ମାମଲା ଦାୟର କରି ଅଭିଯୋଗ କରିଛନ୍ତି ଯେ ଅଶୋଧିତ ତୈଳର ଦାମ୍‌ ବହୁତ କମ୍ ଥିଲେ ମଧ୍ୟ ଦେଶରେ ପେଟ୍ରୋଲ୍‌ ଅଧିକ ଦାମରେ ଏକ ‘‘ଷଡଯନ୍ତ୍ର କରି’’ ବିକ୍ରି କରାଯାଉଛି ।

ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ .୬୫ କୋଟି ଟଙ୍କାର ଯୌତୁକ ଆଣିଥିଲେ; ସ୍ୱାମୀଙ୍କ ନିର୍ଯ୍ୟାତନା ପରେଆତ୍ମହତ୍ୟାକଲେ

ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଜଣାଶୁଣା ତମନ୍ନା ହାଶମୀ ନିଜ ଅଭିଯୋଗରେ ଦାବି କରିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଆଇ.ପି.ସି.ର ଦଫା ୪୨୦ (ଠକେଇ), ୨୯୫ ଓ ୨୯୫(ଏ) (ଜାଣିଶୁଣି ଭୁଲ୍‌ କାମ କରିବା) ଓ ୫୧୧ (ଅପରାଧ କରିବାକୁ ଉଦ୍ୟମ) ଅଧୀନରେ ବିଚାର ଚାଲିବା ଉଚିତ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ପେଟ୍ରୋଲର ବଢ଼ିଚାଲିଥିବା ଦାମ୍‌ ଦେଶର ଲୋକଙ୍କୁ ‘‘ଆତଙ୍କିତ ଓ କ୍ରୋଧିତ’’ କରିଛି ବୋଲି ହାଶମୀ କୋର୍ଟରେ ଦାୟର କରିଥିବା ନିଜ ଆବେଦନରେ କହିଛନ୍ତି । ତାଙ୍କର ଏହି ଆବେଦନ ଆଗାମୀ କିଛି ଦିନ ମଧ୍ୟରେ ଶୁଣାଣି ପାଇଁ ନିଆଯିବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ଖଣ୍ଡ ହୋଇଗଲା; ଜଣଙ୍କ ମୃତ୍ୟୁ ହେଲା

ତୈଳ ମାର୍କେଟିଂ କମ୍ପାନୀଗୁଡିକ ସୋମବାର (ଜୁନ୍ ୨୮) ଦିନ ପେଟ୍ରୋଲ ଓ ଡିଜେଲର ଦାମ୍‌ ଅପରିବର୍ତ୍ତିତ ରଖିଛନ୍ତି । ରବିବାରରେ ଇନ୍ଧନ ଦର ଲଗାତର ଦ୍ୱିତୀୟ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ଏବେ ତାହା ରବିବାର ଦିନର ଦରରେ ବିକ୍ରି ହେଉଛି ।

ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

ସୋମବାର ଦିନ ଦିଲ୍ଲୀରେ ପେଟ୍ରୋଲର ଦାମ୍‌ ଲିଟର୍‌ ପିଛା ୯୮.୪୬ ଟଙ୍କା ଥିବା ବେଳେ ଡିଜେଲ୍‌ ଦାମ୍‌ ୮୮.୯୦ ଟଙ୍କା ରହିଛି । ମୁମ୍ୱାଇରେ ପେଟ୍ରୋଲର ଦାମ୍‌ ୧୦୪.୫୬ ଟଙ୍କା ଓ ଡିଜେଲ୍‌ ୯୬.୪୨ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲର ଦାମ୍‌ ୯୮.୩୦ ଟଙ୍କା ଓ ଡିଜେଲର ଦାମ୍‌ ୯୧.୭୫ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲର ଦାମ୍‌ ୯୯.୪୯ ଟଙ୍କା ଓ ଡିଜେଲର ଦାମ୍‌ ୯୩.୪୬ ଟଙ୍କା ରହିଛି ।

ଏହା ବି ପଢ଼ନ୍ତୁ | କରୋନା ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥ ମନ୍ତ୍ରୀ; ₹,୫୦୦ କୋଟିର ଗ୍ୟାରେଣ୍ଟେଡ୍ ଋଣ ମିଳିବ

ଭୁବନେଶ୍ୱରରେ ମଧ୍ୟ ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ଦାମ୍‌ ଅପରିବର୍ତ୍ତିତ ରହିଛି । ପେଟ୍ରୋଲର ଦାମ୍‌ ଲିଟର ପିଛା ୯୯.୨୪ ଟଙ୍କା ଥିବା ବେଳେ ଡିଜେଲର ଦାମ୍‌ ୯୬.୮୮ ଟଙ୍କା ରହିଛି ।



ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ପ୍ରତି ଦିନ ସଂଶୋଧିତ ହୋଇ ସକାଳ ୬ଟା ବେଳେ କାର୍ଯ୍ୟକାରୀ ହୁଏ । ପେଟ୍ରୋଲ୍‌ ଓ ଡିଜେଲର ଦାମ୍‌ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେଉଥିବା ଟିକସ ଓ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ୍‌ ଉପରେ ନିର୍ଭର କରେ ।
Published by: Anand ST Das
First published: June 28, 2021, 11:57 PM IST