କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ଇଟ ରାଇଟ କ୍ୟାମ୍ପସ ମାନ୍ୟତା; ୪ଷ୍ଟାର ଦେଲା FSSAI

କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ଇଟ୍ ରାଇଟ କ୍ୟାମ୍ପସର ମାନ୍ୟତା । ସ୍ବଚ୍ଛତା ରକ୍ଷା ସହ ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ରୋଗୀଙ୍କୁ ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ଏହି ସଫଳତା ।

କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ଇଟ ରାଇଟ କ୍ୟାମ୍ପସ ମାନ୍ୟତା (ପ୍ରତୀକାତ୍ମକ ଛବି)

କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ଇଟ ରାଇଟ କ୍ୟାମ୍ପସ ମାନ୍ୟତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଝାରପଡ଼ା ଜେଲ ପରେ କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ଇଟ୍ ରାଇଟ କ୍ୟାମ୍ପସର ମାନ୍ୟତା । ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟର ମାନ ଓ ସ୍ବଚ୍ଛତାକୁ ଆଧାର କରି ମିଳିଛି ଏହି ସଫଳତା। ଖାଦ୍ୟ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କ୍ଷେତ୍ରରେ FSSAI ପକ୍ଷରୁ ଏହା ଏକ ସ୍ବତନ୍ତ୍ର ଅଭିଯାନ। ୫ଟି ତାରକା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ୪ଟି ତାରକା।

ଘରେ ହେଉ କି ଶିକ୍ଷାନୁଷ୍ଠାନ । କାର୍ଯ୍ୟାଳୟରେ ହେଉ ଅଥବା ବାହାରେ ଖାଦ୍ୟ ଗ୍ରହଣ ବେଳେ ସ୍ବାସ୍ଥ୍ୟକର, ସ୍ବଚ୍ଛ ଓ ସୁରକ୍ଷିତ ଖାଦ୍ୟ ପ୍ରତି ସମସ୍ତେ ସଚେତନ ଓ ଯତ୍ନବାନ ହେବା ଜରୁରୀ। ଖାଦ୍ୟ ସୁରକ୍ଷା ଅଧିକାର ବଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ FSSAI ବା ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିରୀକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ରହିଛି ‘‘ଇଟ ରାଇଟ କ୍ୟାମ୍ପସ’’ ଅଭିଯାନ । ପୂର୍ବରୁ ରାଜ୍ୟର ପ୍ରଥମ ଜେଲ ଭାବେ ଝାରପଡା ଜେଲକୁ ଇଟ୍ ରାଇଟ୍ କ୍ୟାମ୍ପସର ମାନ୍ୟତା ମିଳିଥିବା ବେଳେ ଏବେ କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ଏହି ମାନ୍ୟତା ।

୫ଟି ତାରକା ବା ଷ୍ଟାର ମଧ୍ୟରୁ ୪ଟି ଷ୍ଟାର ହାସଲ କରିଛି କ୍ୟାପିଟାଲ ହସ୍ପିଟାଲ।ସ୍ବଚ୍ଛତା ରକ୍ଷା ସହ ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ରୋଗୀଙ୍କୁ ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ଏହି ସଫଳତା । ପ୍ରତି ରୋଗୀଙ୍କୁ ନିର୍ଧାରିତ ୮୫ଟଙ୍କାରେ ଦୈନିକ ଯୋଗାଇ ଦିଆଯାଉଛି ଖାଦ୍ୟ।

" ଆମେ ଚେଷ୍ଟା କରୁଛୁ ରୋଗୀଙ୍କୁ ତାଙ୍କର ଡାଏଟ ଚାଟ ବା ରୋଗକୁ ଦେଖି ସଠିକ ଆହାର ଯୋଗାଇବା ପାଇଁ। fssi ପକ୍ଷରୁ ଯେଉଁ ଇଟ ରାଇଟ କ୍ୟାମ୍ପସ ଅଭିଯାନ ଚାଲିଛି ସେଥିରେ ସେମାନେ ଖାଦ୍ୟର ମାନ, ଗୁଣବତ୍ତା ଓ ପୌଷ୍ଟିକତାକୁ ଯାଞ୍ଚ କରିଥିଲେ। ଯେଉଁଥିରେ ଆମକୁ ୫ ରୁ ୪ ମିଳିଛି," କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।
Published by:Soumya Das
First published: