News 18 Odia Digital
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନଙ୍କ ଦ୍ୱାରା କ୍ୟାପିଟାଲ ଫାଉଣ୍ଡେସନ ‘ଜୀବନବ୍ୟାପୀ ସାଧନା ସମ୍ମାନ' ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା ।
ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ଫାଉଣ୍ଡେସନ ତରଫରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ' ପାଇଥିବାରୁ ଓଡିଶା ବିଜୁ ଜନତା ଦଳ (ବିଜେଡି) ଏକ ବଡ଼ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ କରୁଛି ।
ଏପଟେ ଦଳର ନେତା, ସାଂସଦ, ବିଧାୟକ, ମନ୍ତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ସେପ୍ଟେମ୍ବର ୬ ରେ ଓଡ଼ିଶାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ଭେଦନା ଦବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ପୁରସ୍କାର ବିତରଣ ଉତ୍ସବ ସମୟରେ ଅନେକ ଓଡ଼ିଶାର ଅନେକ ମନ୍ତ୍ରୀ, ବିଜେଡିର ବିଧାୟକ ଏବଂ ସାଂସଦମାନେ ଯୁବ,ମହିଲା ଓ ଛାତ୍ର ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ମଧ୍ୟ ଥିଲେ ।
ନବୀନ ବର୍ତ୍ତମାନ ଅଗଷ୍ଟ ୩ ତାରିଖରୁ ଦିଲ୍ଲୀରେ ଅଛନ୍ତି, ଓଡ଼ିଶା ନିବେଶକଙ୍କ ସାକ୍ଷାତର ଓ ଶିଳ୍ପପତିମାନଙ୍କ ସହ ବୈଠକରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।