ବର୍ଷାରେ ବୁଡିଲା ରାଜଧାନୀ; ସ୍ମାର୍ଟ ସିଟିରେ ଫେଲ୍ ମାରିଛି ସ୍ମାର୍ଟ ଯୋଜନା

ଅବପାତରେ ପରିଣତ ହୋଇଛି ଲଘୁଚାପ। ରାଜ୍ଯରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ରାଜଧାନୀ ଛାତିରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି। ସେହିଭଳି ବୋମିଖାଲରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି।

ବର୍ଷାରେ ବୁଡିଲା ରାଜଧାନୀ

ବର୍ଷାରେ ବୁଡିଲା ରାଜଧାନୀ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ରାଜଧାନୀ ଭୁବନେଶ୍ୱରର ଦୃଶ୍ଯ କିଛି ଅଲଗା । ସ୍ମାର୍ଟ ସିଟିରେ ଫେଲ ମାରିଛି ସ୍ମାର୍ଟ ଯୋଜନା। ଅସରାଏ ବର୍ଷାରେ ରାଜଧାନୀ ଛାତିରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି। ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ଲୋକେ ଅସୁବିଧାର ସମ୍ମୁଖୀ ହେଉଥିବା ସକାଳୁ ଦେଖିବାକୁ ମିଳିଛି। ସେହିଭଳି ବୋମିଖାଲରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି। ହେଲେ ଏଇ ସବୁ ଦେଖି ଭାଙ୍ଗୁନି ବିଏମ୍ସିର ନିଦ। ଆଗକୁ ଆହୁରି ବର୍ଷା ନେଇ ଚିନ୍ତାରେ ଅଛନ୍ତି ରାଜଧାନୀବାସୀ।

ଆଜି ସକାଳ ୫.୩୦ ସୁଦ୍ଧା ଅବପାତରେ ପରିଣତ ହୋଇଛି ଲଘୁଚାପ। ଯାହା ବର୍ତ୍ତମାନ ଗୋପାଳପୁର ଠାରୁ ଉତ୍ତର ପଶ୍ଚିମରେ ଦିଗରେ ୨୦କିମି ଦୂରରେ ରହିଛି। କ୍ରମେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡିଶା ଉପକୂଳ ଅତିକ୍ରମ କରିବ। ଏହାପରେ ଛତିଶଗଡ଼ ମୁଁହା ହେବ। ଏହାର ପ୍ରଭାବରେ ଆଜି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ଼ ରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଗଂଜାମ, ନୟାଗଡ଼, ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ରାୟଗଡା, କୋରାପୁଟ, ଗଜପତି, ଦେଓଗଡ଼, ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
Published by:Soumyashree Mishra
First published: