ଗଜପତିରେ ବେତ କାରିଗରଙ୍କ ପିଠିରେ କରୋନା ମାରିଛି ପାହାର; ସରକାରୀ ସହାୟତା ଲୋଡ଼ୁଛନ୍ତି
ଅନେକ ଦଶନ୍ଧି ଧରି ବେତ କାରିଗରି କାମରେ ନିୟୋଜିତ ୧୦୦ରୁ ଅଧିକ ପରିବାର ମେଳା ମହୋତ୍ସବ ଓ ହାଟ ବୁଲି ବେତ ଜିନିଷ ବିକି ପେଟ ପୋଷୁଥିଲେ । ସେମାନଙ୍କ ଜିନିଷ କିଣିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓ ଆନ୍ଧ୍ର ପ୍ରଦେଶରୁ ବି ଲୋକେ ଆସୁଥିଲେ ।

କଇଁପୁରରେ ବେତ ବୁଣାରେ ଲାଗିଥିବା ଦୁଇ ଜଣ କାରିଗର
- News18 Odia
- Last Updated: January 22, 2021, 11:58 PM IST
ପାରଳାକେମୁଣ୍ଡି: ଦୀର୍ଘ ଦିନ ଧରି କରୋନା ଭାଇରସ୍ ସଂକ୍ରମଣ କାରଣରୁ ଲାଗିଥିବା କଟକଣା ଏବେ ହଟିଥିଲେ ବି କୁଟୀର ଶିଳ୍ପରେ ନିୟୋଜିତ ଲୋକେ ବ୍ୟବସାୟ ପାଇଁ ଚାହିଁ ରହିଛନ୍ତି । ଲକ୍ଡାଉନ୍ ଉଠିଗଲା ପରେ ବି ଗଜପତି ଜିଲ୍ଲାର ବେତ କାରିଗରମାନଙ୍କ ଦୁଃଖ ହଟିନି । ଏବେ ସେମାନଙ୍କୁ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ମିଳୁ ନ ଥିବାରୁ ସେମାନଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକର କଇଁପୁର ଅଞ୍ଚଳର ବେତ କାରିଗରମାନେ କଞ୍ଚା ମାଲ୍ ମିଳୁ ନ ଥିବା ଯୋଗୁଁ ବେତରେ ନୂଆ ଜିନିଷ ତିଆରି କରିପାରୁ ନାହାନ୍ତି । ପୂର୍ବରୁ ତିଆରି କରି ରଖିଥିବା ପୁରୁଣା ଜିନିଷ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ସବୁ ଦୋକାନ ବଜାର ଓ କୁଟୀର ଶିଳ୍ପ ଆଦି ବନ୍ଦ ରହିଥିଲା । ଏବେ ଲକଡାଉନ୍ ହଟିବା ପରେ ସବୁ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । କିନ୍ତୁ ବେତ କାରିଗରି ପରି କୁଟୀର ଶିଳ୍ପ ଉପରେ ନିର୍ଭର କରି ବଞ୍ଚୁଥିବା ହଜାର ହଜାର ଲୋକଙ୍କ ପାଇଁ ବ୍ୟବସାୟର ରାସ୍ତା ସଙ୍କୀର୍ଣ୍ଣ ହୋଇଯାଇଥିବା ମନେହେଉଛି ।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ

ବେତ ତିଆରି ଅନେକ ସୁନ୍ଦର ସାମଗ୍ରୀ ବିକ୍ରି ହୋଇ ନ ପାରି ପଡ଼ିରହିଛି ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର କଇଁପୁର ଗାଁ ଓ ଆଖ ପାଖ ଅଞ୍ଚଳରେ କିଛି ପରିବାର ନିଜର କୌଳିକ ବୃତ୍ତି ଭାବେ ବେତ କାରିଗରୀ ଉପରେ ଭରଷା କରି ଜୀବିକା ନିର୍ବାହ କରିଆସୁଛନ୍ତି । ସେମାନେ ବେତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ ସାପ୍ତାହିକ ହାଟ କିମ୍ବା ମେଳା ମହୋତ୍ସବରେ ସେଗୁଡ଼ିକୁ ବିକ୍ରି କରିଥାନ୍ତି ।
ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା
‘‘ଦୀର୍ଘ ୩୨ ବର୍ଷ ଧରି ବାପା ଜେଜେବାପା ଅମଳରୁ ବେତର ବିଭିନ୍ନ ପ୍ରକାର ଜିନିଷ କରି ପେଟ ପୋଷି ଆସୁଛୁ । ଆମେ ସୋଫା ସେଟ୍, ଷ୍ଟୁଲ, ଆରାମ ଚେୟାର ଓ ଟିଭି ଷ୍ଟାଣ୍ଡ ଭଳି ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଛୁ । ମାତ୍ର ବର୍ତ୍ତମାନ କରୋନା କାରଣରୁ ଆମ ତିଆରି ଜିନିଷ ସରୁ ନାହଁ । ଘରେ ପଡି଼ ରହିଛି । ଜିନିଷ ବିକ୍ରି ନ ହେବା ଯୋଗୁଁ ଆମେ ବାହାରୁ ବେତ ମଧ୍ୟ କିଣି ପାରୁନାହୁଁ । ସରକାର ମଧ୍ୟ ଋଣର ସୁବିଧା କରି ସାହାଯ୍ୟ କରୁନାହାଁନ୍ତି,’’ କହିଛନ୍ତି ବେତ କାରିଗର ସିନ୍ଧବାସ ଭୂୟାଁ ।
ଏହା ବି ପଢ଼ନ୍ତୁ | କୁଆଡ଼େ ନିଖୋଜ ହୋଇଗଲେ ଚୀନ୍ର ଅନ୍ୟତମ ଧନୀ ବ୍ୟକ୍ତି ଓ ଆଲିବାବାର ମାଲିକ ଜ୍ୟାକ୍ ମା?
କଇଁପୁର ଗ୍ରାମର ଆଖ ପାଖ ଅଞ୍ଚଳରେ ୧୦୦ରୁ ଅଧିକ ପରିବାର ଅନେକ ଦଶନ୍ଧି ଧରି ବେତ କାରିଗରି କାମରେ ନିୟୋଜିତ । ସେମାନେ ବେତରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରିଥାନ୍ତି । କରୋନା ଲକ୍ଡାଉନ୍ ପୂର୍ବରୁ ସେମାନେ ବିଭିନ୍ନ ମେଳା ମହୋତ୍ସବ ଓ ହାଟ ବୁଲି ନିଜ ବେତ ଜିନିଷ ସବୁ ବିକ୍ରି କରି ପେଟ ପୋଷୁଥିଲେ । ସେମାନଙ୍କ ଜିନିଷ କିଣିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓ ଆନ୍ଧ୍ର ପ୍ରଦେଶରୁ ଲୋକେ ଆସୁଥିଲେ ।
ଦେଖନ୍ତୁ ଫଟୋ | ଯେବେ ପୋପ୍ ଫ୍ରାନସିସ୍ ଜଣେ ବିକିନି ମଡେଲଙ୍କ ଫଟୋକୁ ଲାଇକ୍ କଲେ ଓ ହଙ୍ଗାମା ହେଲା…PHOTOS
‘‘ମୁଖ୍ୟତଃ ହାଟ ଓ ମେଳାରେ ବେତ ସାମଗ୍ରୀ ବିକ୍ରି କରି ଆମେ ପାଉଥିବା ଲାଭରେ ନିଜ ପରିବାର ପ୍ରତିପୋଷଣ କରୁଥିଲୁ । କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଯାଏଁ ଲୋକେ ଘରୁ ବାହାରକୁ ବାହାରୁ ନ ଥିଲେ । ବର୍ତ୍ତମାନ ସ୍ଥିତିରେ ପରିବର୍ତନ ହୋଇଥିଲେ ମଧ୍ୟ ଲୋକେ ବେତ ଜିନିଷ କିଣିବା ପାଇଁ ଆସୁନାହିାଁନ୍ତି । ତେଣୁ ଯାହା ଜିନିଷ ତିଆରି କରି ରଖାଯାଇଛି ତାହା ବି ବିକ୍ରି ହୋଇପାରୁନାହିଁ । ଜିନିଷ ସବୁ ପଡି଼ରହିଛି । ସରକାର ବି ଆମ ଦୁଖଃ ବୁଝୁନାହାଁନ୍ତି,’’ କହିଛନ୍ତି କଇଁପୁର ଗାଁର ବେତ କାରିଗର ଆନନ୍ଦ ଭୂୟାଁ ।
ଏହି ସମସ୍ୟା ବିଷୟରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା କିଛନ୍ତି, ‘‘ଜଙ୍ଗଲରୁ ବେତ ସଂଗ୍ରହ କରି ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବା ନିଶ୍ଚିତ ଭାବେ ଏକ ଭଲ କାର୍ଯ୍ୟକ୍ରମ । ଏହା ଦ୍ବାରା ଅନେକ ଆଦିବାସୀ ପରିବାରଙ୍କ ଗୁଜୁରାଣ ମେଣ୍ଟି ପାରୁଛି । ବର୍ତ୍ତମାନର ସମସ୍ୟା ଯୋଗୁଁ ଏହାର ଏକ ସର୍ବେକ୍ଷଣ କରାଯାଇ କିଭଳି ବଜାର ସୃଷ୍ଟି ହୋଇପାରିବ ସେ ଦିଗରେ ଧ୍ୟାନ ଦିଆଯିବ ।’’