News18 Odia Digital
ଭୁବନେଶ୍ୱର : ୨୦୨୪ ପାଇଁ ରାଜ୍ୟ ବିଜେପି(BJP)ର ନୂଆ ପ୍ଲାନ। ୨୦୧୯ରେ ବିଜେପି ଯେଉଁମାନଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଥିଲା। ୨୦୨୪ ସେମାନଙ୍କ ରିପିଟି କରି ନ ପାରେ ଦଳ। ୬୦ ରୁ ୮୦ ପ୍ରତିଶତ ପ୍ରାର୍ଥୀଙ୍କ ଟିକେଟ କଟି ପାରେ ବୋଲି ଦଳର ଅନ୍ଦର ମହଲରୁ ଖବର ଆସୁଛି। ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି, ଓଡ଼ିଶାରେ ବିଜେଡି (BJD)କୁ ଚେକ ଦେବା ପାଇଁ ୨୦୨୪ ବିଜେପି ପାଇଁ ଦରକାର ନୂଆ ଫର୍ମୁଲା।
ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ (Sunil Banshal) ଏହାକୁ ନେଇ ରିପୋର୍ଟ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ୨୦୧୯ରେ ଯେଉଁ ଯେଉଁ ବିଧାନସଭା କ୍ଷେତ୍ରରେ ଯିଏ ପ୍ରାର୍ଥୀ ହୋଇଥିଲେ, ବର୍ତ୍ତମାନ ସମୟରେ ସେମାନଙ୍କର ସ୍ଥିତି, ସାଙ୍ଗଠନିକ ସ୍ଥରରେ ଦଳ ସ୍ଥିତି କଣ ରହିଛି। ୨୦୨୪ ରେ ବିଜୟୀ ହେବାର ସମ୍ଭାବନା କେତେ ରହିଛି। ସେମାନେ ପ୍ରାର୍ଥୀ ହେଲେ ଦଳ ବାଜିମାତ କରିବ? ବିଜେପିର କ୍ଷେତ୍ରୀୟ ପ୍ରଭାରୀ ଏସବୁକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏହା ଉପରେ ମୋହର ମାରିଥିବା ଚର୍ଚ୍ଚା ହେଉଛି। ସେପଟେ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓଡ଼ିଶାରେ ଚାଲୁ ରହିଛି। ଫୋକସରେ ରହିଛି ପୂର୍ବ ଥର ହାରିଥିବା ୧୨ଟି ଲୋକ ସଭା କ୍ଷେତ୍ର। ଏହାକୁ ନେଇ ଆଗକୁ ଓଡିଶା ଗସ୍ତରେ ଆସିବେ ବିଜେପିର ଚାଣକ୍ୟ ଅମିତ ଶାହ।
ମୁହଁ ଖୋଲିଲେ ହ୍ୟୁମାନ ସାଗର; କହିଲେ ସବୁ ଅଭିଯୋଗ ମିଛସେପଟେ ଯଦି ଦେଖାଯିବ ବିଜେପିର ସାଙ୍ଗଠନିକ ସ୍ଥିତି ପଶ୍ଚିମ ଓଡିଶାରେ ଯେଭଳି ଅଛି। ଉପକୂଳ ଓଡ଼ିଶାରେ ସେତେଟା ମଜବୁତ ନାହିଁ। ଅନ୍ୟ ପଟେ ଉତ୍ତର ଓଡ଼ିଶାରେ ଦଳ ଭଲ ସ୍ଥିତିରେ ବେଳେ ଦକ୍ଷିଣରେ ସାଙ୍ଗଠନିକ ପୂର୍ବାପେକ୍ଷା ସୁଧାର ଆସିଛି।
ଏତେ ପରେ ପଞ୍ଚାୟତ ଓ ପୋୖର ଭୋଟରେ ଦଳ ଯେଭଳି ମାଟି କାମୁଡ଼ିଛି ତାକୁ ବିଜେପିର କେନ୍ଦ୍ରୀୟ ନେତା ସେତେଟା ସହଜରେ ଗ୍ରହଣ କରି ନ ଥିଲେ। ଏପରି ସମୟରେ ଧାମନଗର ଉପ ନିର୍ବାଚନରେ ଦଳ ବାଜିମାତ କଲା। କିନ୍ତୁ ପଦ୍ମପୁର ଉପ ନିର୍ବାଚନରେ ଦଳ ଭଲ ପୋଜିସନରେ ଥିଲେ ମଧ୍ୟ ୪୦ ଭୋଟ ବ୍ୟବଧାନରେ ପରାଜିତ ହେଲା। ଯାହାକୁ ନେଇ ଦଳ ୨୦୨୪ ଅଙ୍କ କଷିଛି। ସେଥିପାଇଁ ଦଳ ପକ୍ଷରୁ ଇନଟରନାଲ ସର୍ଭେ କରାଯାଇଛି। ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ହୋଇଛି ଅଲଗା ଅଲଗା ସର୍ଭେ।
ପରକୀୟା ପ୍ରୀତିରେ ଲିପ୍ତ ହ୍ୟୁମାନ ସାଗର! ନିର୍ଯାତନା କାହାଣୀ ବଖାଣିଲେ ସ୍ତ୍ରୀ
ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି, ଓଡ଼ିଶାରେ ବିଜେଡିକୁ ଚେକ ଦେବା ପାଇଁ ୨୦୨୪ ବିଜେପି ପାଇଁ ଦରକାର ନୂଆ ଫର୍ମୁଲା। ତେବେ ନୂଆ ରଣନୀତି ବିଜେପି ପାଇଁ କେତେ ଫଳପ୍ରଦ ହେବ ତାହା ଆଗାମୀ ସମୟ କହିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।