• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ; ଡ୍ରଗ୍ସ କାରବାରକୁ ରୋକିବା ପାଇଁ ଆରମ୍ଭ କରିଛନ୍ତି ଅଭିଯାନ

ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ; ଡ୍ରଗ୍ସ କାରବାରକୁ ରୋକିବା ପାଇଁ ଆରମ୍ଭ କରିଛନ୍ତି ଅଭିଯାନ

କମିଶନରେଟ ପୋଲିସ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଡ୍ରିମ୍ସ ମିଶନ’ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ଉଦ୍ୟମ। ବସ୍ତି ବସ୍ତିରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଧଳା ଜହର ବ୍ୟବହାରକାରୀମାନେ ଯେଭଳି ଏହି ନିଶା ସେବନଠୁ ଦୂରରେ ରହିବେ ସେଥିପାଇଁ କାଉନସେଲିଂ ଉପରେ ଗୁରୁତ୍ୱ ଦିଆଯାଇଛି।

; ଡ୍ରଗ୍ସ କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅଭିଯାନ

; ଡ୍ରଗ୍ସ କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅଭିଯାନ

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ଧୀରେ ଧୀରେ ପାଲଟିଛି ଧଳା ଜହର ବା ଡ଼୍ରଗ୍ସ ବ୍ୟବହାରର ପେଣ୍ଠସ୍ଥଳୀ। ନିୟମିତ ଭାବେ ପୋଲିସ ଚଢ଼ାଉ କରିବା ପରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଥରେ ନୁହେଁ ବାରମ୍ବାର ପୋଲିସର ଏକାଧିକ ଉଇଙ୍ଗ୍ ଚଢ଼ାଉ କରିବା ପରେ ବି ଏହି ଚୋରା ବ୍ୟବସାୟରେ ସମ୍ପୃକ୍ତ ଲୋକ ନୂଆ ନୂଆ ଷ୍ଟାଇଲରେ ବ୍ୟବସାୟ କରୁଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ବଦଳରେ ସଚେତନତାକୁ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

ଏହି କ୍ରମରେ କମିଶନରେଟ ପୋଲିସ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଡ୍ରିମ୍ସ ମିଶନ’ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ଉଦ୍ୟମ। ବସ୍ତି ବସ୍ତିରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଧଳା ଜହର ବ୍ୟବହାରକାରୀମାନେ ଯେଭଳି ଏହି ନିଶା ସେବନଠୁ ଦୂରରେ ରହିବେ ସେଥିପାଇଁ କାଉନସେଲିଂ ଉପରେ ଗୁରୁତ୍ୱ ଦିଆଯାଇଛି।

ନିକଟରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ତପୋବନ ବସ୍ତିରେ ଆୟୋଜନ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ। କମିଶନରେଟ୍ ପୋଲିସ ତଥା ଏହି ସଙ୍ଗଠନର ମିଳିତ ଉଦ୍ୟମରେ ବସ୍ତି ଲୋକଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଡ୍ରଗ୍ସ ସେବନ କଲେ କ’ଣ ତା'ର ପରିଣାମ ହୁଏ କିଭଳି ଭାବେ ପରିବାର ନଷ୍ଟ ହୁଏ ତଥା ନିଶା ସେବନର ନକରାତ୍ମକ ଦିଗଗୁଡ଼ିକ କ’ଣ ତାହା ଉପରେ ଆଲୋଚନା ହୋଇଥିଲା।

ଡ୍ରିମ୍ସ ମିଶନ ପକ୍ଷରୁ କୁହାଯାଇଛି ଯେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏଭଳି ଧଳା ଜହର ଡ୍ରଗ୍ସ କାରବାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବସ୍ତିରେ ଏହାର ଚୋର ବ୍ୟବସାୟ ବଢୁଥିବାରୁ ଏଥିରେ କମ ବୟସର ପିଲାମାନେ ମଧ୍ୟ ନିଶାସକ୍ତ ହେଉଛନ୍ତି। ଏହାଦ୍ୱାରା ସେମାନେ ଚୋରି ଓ ତସ୍କରି ଭଳି କାର୍ଯ୍ୟକଳାପ କରୁଛନ୍ତି। ତେଣୁ ଏହି ଅନୁଷ୍ଠାନର ଲକ୍ଷ୍ୟ ହେଲା ଧଳା ଜହର ସେବନରୁ ଲୋକଙ୍କୁ ଦୂରେଇ ରଖିବା ସହିତ ନିଶା କବଳିତ ଲୋକଙ୍କୁ ଅପରାଧୀକ କାର୍ଯ୍ୟକଳାପଠାରୁ ଦୂରରେ ରଖିବା। ତପୋବନ ବସ୍ତିରେ ଥିବା ସାଇମନ୍ଦିରରେ ପରିସରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏହି ପ୍ରକଳ୍ପର ନିର୍ଦ୍ଦେଶକ ଶିଶିର କୁମାର ଦାସ କହିଛନ୍ତି, ‘‘କମିଶନରେଟ ପୋଲିସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଲକ୍ଷ୍ୟ ହେଉଛି ନିଶା ସେବନକାରୀଙ୍କୁ ଚିହ୍ନଟ କରି ସେମାନେ ଯେମିତି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେଥିପାଇଁ ଉଦ୍ୟମ କରିବା। ଏ ପର୍ଯ୍ୟନ୍ତ ଭୁବନେଶ୍ୱରର କିଛି ବସ୍ତିରେ ଏହି କାର୍ଯ୍ୟକ୍ରମ ସଫଳତାର ସହ କରାଯାଇଛି। ଆଗକୁ ଏହାର ପରିସର ବ୍ୟାପକ ହେବ।’’

ସେହିଭଳି ବରିଷ୍ଠ ପୋଲିସ ଅଧିକାରୀ ରଜତ ରାୟ କହିଛନ୍ତି ଯେ ଏଭଳି ସାମାଜିକ ଗଠନ ମୂଳକ କାର୍ଯ୍ୟକ୍ରମରେ ଡ୍ରିମ୍ସ ମିଶନ ଭଳି ସଙ୍ଗଠନର ଉଦ୍ୟମ ପ୍ରଶଂସନୀୟ। ଅଧିକରୁ ଅଧିକ ସଙ୍ଗଠନ ଆଗେଇ ଆସିଲେ ଏଭଳି ସାମାଜିକ ବ୍ୟାଧିରୁ ଲୋକଙ୍କୁ ମୁକ୍ତି ମିଳିବ। ଏହି କାର୍ଯ୍ୟକ୍ରମରେ ବସ୍ତିର କୁନି କୁନି ପିଲାମାନଙ୍କ ଦ୍ୱାରା ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା
Published by:Lipina Das
First published: