ପଞ୍ଚାୟତ ନିର୍ବାଚନ: ସୋସିଆଲ ମିଡ଼ିଆରେ ଜୋରସୋରରେ ପ୍ରଚାର କରୁଛନ୍ତି ଦଳ

ସୋସିଆଲ ମିଡ଼ିଆରେ ପ୍ରାର୍ଥୀଙ୍କ ଠୁ ରାଜନୈତିକ ଦଳ ସମସ୍ତେ ଲାଗିପଡ଼ିଲେଣି ଡିଜିଟାଲ ପ୍ରଚାରରେ। ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ଆଶାୟୀ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ, ଫେସବୁକ, ଟ୍ବିଟର ଓ ଇନଷ୍ଟାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ସବୁ ଦଳ ।

ସୋସିଆଲ ମିଡ଼ିଆରେ ଜୋରସୋରରେ ପ୍ରଚାର କରୁଛନ୍ତି ଦଳ

ସୋସିଆଲ ମିଡ଼ିଆରେ ଜୋରସୋରରେ ପ୍ରଚାର କରୁଛନ୍ତି ଦଳ

  • Share this:
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ସୋସିଆଲ ମିଡ଼ିଆରେ ଜୋରସୋରରେ ଆରମ୍ଭ ହୋଇଗଲାଣି ପ୍ରଚାର। ଆଶାୟୀ ପ୍ରାର୍ଥୀ ଠୁ ରାଜନୈତିକ ଦଳ ସମସ୍ତେ ସୋସିଆଲ ମିଡ଼ିଆ କ୍ୟାମ୍ପେନିଂର ଭରପୁର ଫାଇଦା ଉଠାଉଛନ୍ତି। ବିଜେଡି କହିଛି ହ୍ବାଟ୍ସଆପ୍ ଠୁ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ ସବୁ ପ୍ଲାଟ ଫର୍ମରେ ସକ୍ରିୟ ଅଛନ୍ତି କର୍ମୀ। ସରକାରଙ୍କ ଲୋକାଭିମୁଖୀ ଯୋଜନା ପହଞ୍ଚାଇ ଲୋକଙ୍କ ସମର୍ଥନ ଲୋଡିବୁ। ବିଜେପି କହିଛି ହ୍ବାଟ୍ସଆପ୍ ଆଉ ମେସେଜ ହେବ ପ୍ରମୁଖ ମାଧ୍ୟମ ହେବା ସହ ଇ-ଗ୍ରାମ ସ୍ବରାଜ ଆପକୁ ବ୍ୟବହାର ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବୁ। ସେହିପରି କଂଗ୍ରେସ କହିଛି ଡିଜିଟାଲ ମିଡିଆରେ ସକ୍ରିୟ ଅଛନ୍ତି କର୍ମୀ।

ସୋସିଆଲ ମିଡ଼ିଆରେ ପ୍ରାର୍ଥୀଙ୍କ ଠୁ ରାଜନୈତିକ ଦଳ ସମସ୍ତେ ଲାଗିପଡ଼ିଲେଣି ଡିଜିଟାଲ ପ୍ରଚାରରେ। ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ଆଶାୟୀ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମ ହ୍ବାଟ୍ସଆପ,ଫେସବୁକ, ଟ୍ବିଟର ଓ ଇନଷ୍ଟାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି।

କରୋନା କଟକଣା ଭିତରେ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନରେ ଭଲ ଫଳାଫଳ କରିବା ପାଇଁ ତିନି ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ପାଇଁ ଆହ୍ବାନ ସୄଷ୍ଟି ହୋଇଛି। ଡିଜିଟାଲ ମାଧ୍ୟମରେ ପ୍ରଚାର ଅଭିଯାନକୁ ଜୋରଦାର କରିବାକୁ ରାଜନୈତିକ ଦଳ ପ୍ରସ୍ତୁତ। ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ କହିଛନ୍ତି ବିଜୁ ଜନତା ଦଳର ସ୍ବତନ୍ତ୍ର ପେଜ ଓ ଆକାଉଣ୍ଟ ରହିଛି। ଯେଉଁ ଆକାଉଣ୍ଟରେ ଲକ୍ଷାଧିକ ଲୋକ ଯୋଡ଼ି ହୋଇ ରହିଛନ୍ତି। ବିଗତ ଦିନରେ ହୋଇଥିବା ଆକ୍ଟିଭ ମେମ୍ବରମାନଙ୍କ ହ୍ଵାଟ୍ସଆପ୍ ଗ୍ରୁପ ହୋଇଛି।

୫୦ ଲକ୍ଷରୁ ଅଧିକ ଆକ୍ଟିଭ ମେମ୍ବର ହ୍ବାଟସ ଆବ ଗ୍ରୁପରେ ଯୋଡ଼ି ହୋଇ ରହିଛନ୍ତି। ଜିଲ୍ଲା ଠୁ ୱାର୍ଡ଼ ସ୍ତର ପର୍ଯ୍ୟନ୍ତ କାମ କରୁଛି ଏହି ଗ୍ରୁପ। ଯୁବ, ମହିଳା, ଛାତ୍ର ସବୁ ଶାଖାର ହ୍ବାଟ୍ସଆପ ଗ୍ରୁପ ରହିଛି। ବିଭିନ୍ନ ସମୟରେ ଦଳର କାର୍ଯ୍ୟକ୍ରମ, ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଏହି ଗ୍ରୁପ ମାଧ୍ୟମରେ ପ୍ରଚାର ପ୍ରସାର ଚାଲିଛି। ପଞ୍ଚାୟତ ନିର୍ବାଚନ ହେଉଛି ଏହି ପରିପ୍ରେକ୍ଷୀରେ ଏହାକୁ ଆହୁରି ଶାଣିତ ହେବ। ପ୍ରତ୍ୟେକ ଭୋଟର ପାଖରେ ପହଞ୍ଚିପାରିବ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ୟକ୍ରମ ବାବଦରେ ଲୋକ ଅବଗତ ଅଛନ୍ତି। ଯୁବ ପିଢ଼ି ହ୍ଵାଟ୍ସଆପ୍, ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି। ସେମାନ କିଭଳି ଦଳକୁ ସମର୍ଥନ ଜଣାଇବେ ସମସ୍ତ ସରକାରୀ ସୂଚନା ତାଙ୍କ ପାଖରେ ପହଞ୍ଚିବ। ଛାତ୍ର ଓ ଯୁବଙ୍କ କାନ୍ଧରେ ରହିବ ଡିଜିଟାଲ ପ୍ରଚାର ଦାୟତ୍ଵ।

ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସୋସିଆଲ ମିଡ଼ିଆ ପ୍ରଭାରି ସୁଜାତା ପାଢ଼ୀ କହିଛନ୍ତି, ‘‘ଆମେ ଡିଜିଟାଲ କ୍ୟାମ୍ପନିଂ ବହୁ ଆଗରୁ କରିଛୁ। ୨୦୧୪ ପୂର୍ବରୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛୁ। ପଞ୍ଚାୟତ ସ୍ତରରେ ଆମ ଓଡ଼ିଶାର ପ୍ରସ୍ତୁତି ଜୋରରେ ଚାଲିଛି। ତୃଣମୂଳ ସ୍ତରରେ ଆମ କାର୍ଯ୍ୟକର୍ତ୍ତା ପ୍ରସ୍ତୁତି ଅଛନ୍ତି। କେନ୍ଦ୍ର ସରକାର ଦେଉଥିବା ଯୋଜନା ରାଜ୍ୟର ହିତାଧିକାରୀଙ୍କ ପାଖରେ ପହଞ୍ଚୁନି ତାକୁ ଉଜାଗର କରିବା ପାଇଁ ସୋସିଆଲ ମିଡ଼ିଆ ଏକ ପ୍ଲାଟଫର୍ମ। ଇ-ଗ୍ରାମ ସ୍ଵରାଜ ଆପକୁ ବ୍ୟବହାର କରିବା ପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଇବୁ। ଏହି ଆପ ମାଧ୍ୟମରେ କେନ୍ଦ୍ର ସରକାର ଗାଁକୁ କେତେ ଯୋଜନା ଦେଇଛନ୍ତି ଏହି ଆପରେ ଜଣା ପଡ଼ିବ। ସାଧାରଣ ଲୋକ ଦେଖି ସରକାରଙ୍କୁ ପ୍ରଶ୍ନ କରିବ କାହିଁକି ଗାଁର ବିକାଶ ହୋଇନି। ସରକାରଙ୍କୁ ଲୋକ ପ୍ରଶ୍ନ କରିବେ। ଗ୍ରାମାଞ୍ଚଳ କଥା କହିଲେ ହ୍ବାଟ୍ସଆପ୍ ଆଉ ମେସେଜ ଉପରେ ନିର୍ଭରଶୀଳ ରହିବୁ। ଇଣ୍ଟରନେଟରେ ବ୍ୟବସ୍ଥା ନଥିବା ରୁ ମେସେଜ, ଭିଡିଓ ମେସେଜ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବୁ। ଯାହା ଘରେ ଗୋଟିଏ ବି ସ୍ମାଟଫୋନ ଅଛି ଆମେ ଚେଷ୍ଟା କରିବୁ କେମିତି ପହଞ୍ଚିବୁ। ଇଣ୍ଟରନେଟ୍ ବ୍ୟବସ୍ଥା ନଥିଲେ ମେସେଜ ମାଧ୍ୟମରେ ଲୋକଙ୍କୁ ଆମ କଥା କହିବୁ ।’’

ଗତ ଥର ଭଳି ଏଥର ବି ଜନ ସମର୍ଥନ ମିଳିବ। କଂଗ୍ରେସ ନେତା ଅଭିଶେକ ମହାନନ୍ଦ କହିଛନ୍ତି,‘‘ବହୁ ପୂର୍ବରୁ କାମ ଆରମ୍ଭ ହୋଇସାରିଛି। ନିର୍ବାଚନ ମଣ୍ଡଳୀରୁ ବୁଥ୍ ପର୍ଯ୍ୟନ୍ତ ସକ୍ରିୟ ରହିଛି ସୋସିଆଲ ମିଡ଼ିଆ ସେଲ। ପ୍ରତି ମାସ ସମୀକ୍ଷା ଚାଲିଛି। କଂଗ୍ରେସ ପ୍ରସ୍ତୁତି ଅଛି।’’

ରାଜ୍ୟର ଆଦିବାସୀ ଇଲାକା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ସମସ୍ୟା ଥିବାରୁ ରାଜନୈତିକ ଦଳ ଓ ପ୍ରାର୍ଥୀ ସମସ୍ୟାରେ ପଡ଼ିବ ବୋଲି କୁହାଯାଉଛି।
Published by:Lipina Das
First published: