କାହାକୁ ନେତା ବାଛିବେ ଜନତା? ଆଜି ସରିଲା ପ୍ରଚାର, ୧୦ରେ ମତଦାନ

ହାଇଭଲଟେଜ ନିର୍ବାଚନ ପାଇଁ ହାଇଭୋଲଟେଜ ପ୍ରଚାର ଶେଷ। ନିର୍ବାଚନରେ ବାଜିମାତ ନେଇ ୩ ଦଳର ଦୃଢ଼ୋକ୍ତି ପ୍ରକାଶ ।

ହାଇଭଲଟେଜ ପ୍ରଚାର ଶେଷ

ହାଇଭଲଟେଜ ପ୍ରଚାର ଶେଷ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଝାରସୁଗୁଡ଼ା: ସରିଲା ପ୍ରଚାର । ଝାରସୁଗୁଡ଼ା ଉପନିର୍ବାଚନ (Jharsuguda ByElection) ପାଇଁ ଆଜି ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର । ମାରାଥନ ପ୍ରଚାର ପରେ ଏବେ ଭୋଟର କାହାକୁ ନେତା ବାଛିବେ ତାକୁ ଅପେକ୍ଷା । ସେପଟେ ଶେଷ ଦିନରେ ତିନି ଦଳର ପ୍ରାର୍ଥୀ କରିଛନ୍ତି ନନଷ୍ଟପ ପ୍ରଚାର।

ଝାରସୁଗୁଡ଼ା ଉପନିର୍ବାଚନ ସରିଛି ପ୍ରଚାର । ଆରୋପ ପ୍ରତ୍ୟାରୋପ ସହିତ ମାଳ ମାଳ ନେତାଙ୍କ ଘନ ଘନ ମିଟିଂ ରେ ଲାଗିଛି ବ୍ରେକ।  ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଝାରସୁଗୁଡ଼ା ଛାଡ଼ିଛନ୍ତି ବାହାର ନେତା। ଏବେ ଅପେକ୍ଷା ଭୋଟକୁ । ଏଇ ପ୍ରଚାର ଭିତରେ ଜନତା ଜନାର୍ଦ୍ଦନ କାହାକୁ ନିଜର ନେତା ଦେଖିବାକୁ ଚାହିଁଛନ୍ତି ତାହାକୁ ନେଇ ୧୦ ରେ ଦେବେ ନିଜର ମତ । ତେବେ ଆଜି ଶେଷ ଦିନରେ ୩ ଦଳର ପ୍ରାର୍ଥୀ କରିଥିଲେ ମାରାଥନ ପ୍ରଚାର । କ୍ୟାମ୍ପନର ଲାଷ୍ଟ ଡେ ରେ ମାରଥନ ପ୍ରଚାର କରିଛନ୍ତି  ବିଜେଡି ପ୍ରାର୍ଥୀ ଦୀପାଲି ଦାସ। ଝାରସୁଗୁଡା NAC ରେ ଆଜି ବିଭିନ୍ନ ୱାର୍ଡରେ ପଦଯାତ୍ରା ସହ ଡୋର ଟୁ ଡୋର କ୍ୟାମ୍ପନ କରିଛନ୍ତି ଦୀପାଲି ସହ ବିଜେଡିର ହେଭିୱେଟ। ଘରକୁ ଘର ବୁଲି ଦୀପାଲି ଭୋଟ ଦେବାକୁ ଝାରସୁଗୁଡ଼ାବାସୀଙ୍କୁ ନିବେଦନ କରିଛନ୍ତି।

ପଞ୍ଚମ ପାସଙ୍କୁ ମିଳିବ ସରକାରୀ ଚାକିରି; ଏଠି କରନ୍ତୁ ଆପ୍ଲାଏ

ସେପଟେ ବିଜେପି ପ୍ରାର୍ଥୀ ମଧ୍ୟ କରିଛନ୍ତି ମାରାଥନ ପ୍ରଚାର । ସକାଳ ସମୟରେ ଝାରସୁଗୁଡ଼ା ସହରର ବିଭିନ୍ନ ୱାର୍ଡ ବୁଲି ଡୋର ଟୁ ଡୋର କ୍ୟାମ୍ପେନ କରିଥିଲେ ଟଙ୍କଧର । ଏହାପରେ ମଧ୍ୟାହ୍ନ ରୁ କୋଲାବିରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଛୋଟ ଛୋଟ ମିଟିଂ କରି ଭୋଟ ମାଗିଥିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ସେହିପରି ଝରସୁଗୁଡା NAC ରେ ତରଣୁ ପାଣ୍ଡେଙ୍କ ରୋଡ଼ ଶୋ। ହଜାର ହଜାର ସମର୍ଥକଙ୍କ ଗହଣରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ସହ ପ୍ରଚାର ଦଳର ଟପ ବ୍ରାସ। କଂଗ୍ରେସର ହେଭିୱେତଙ୍କ ସହ ତରୁଣ ପୁରା ସହର ବୁଲି ଭୋଟ ଭିକ୍ଷା କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ " ମାଟିର ପୁଅ " ସ୍ଲୋଗାନ ଦେଇ ତତଣୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଯିଏ ଯେତେ ପାରିଲା ବୋହି ନେଲା; ନାଳରେ ଭାସୁଛି ବିଡ଼ା ବିଡ଼ା ଟଙ୍କା

ହାଇଭଲଟେଜ ନିର୍ବାଚନ ରେ ହାଇଭଲଟେଜ ପ୍ରଚାର ଶେଷ ହୋଇଛି । ନିର୍ବାଚନ ରେ ବାଜିମାତ ନେଇ ୩ ଦଳ ଦୃଢ଼ୋକ୍ତି ପ୍ରକାଶ କରୁଥିବା ବେଳେ ଏବେ ନିଷ୍ପତ୍ତି ନେବେ ଭୋଟର କିଏ ଝାରସୁଗୁଡ଼ାର ଆଗାମୀ ନେତା।
Published by:Soumya Das
First published: