News18 Odia Digital
ପିପିଲି: ପିପିଲି ବିଧାନ ସଭା ଉପନିର୍ବାଚନ (Pipili Assembly bypoll) ପାଇଁ ପ୍ରଚାର ସୋମବାର ଦିନ ସରିଗଲା । ଏବେ ଆସନ୍ତା ୩୦ ତାରିଖ ଗୁରୁବାର ଦିନ ପିପିଲି ଭୋଟ୍ ଗ୍ରହଣ ହେବ । ପ୍ରଚାରର ଶେଷ ଦିନରେ ପିପିଲି ବାଜି ଜିତିବାକୁ ମଇଦାନକୁ ଓହ୍ଲାଇଥିଲେ ତିନି ମୁଖ୍ୟ ଦଳର ହେଭିୱେଟ୍ ନେତାମାନେ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓ ଦଳୀୟ ନେତାମାନେ ପୂରା ବଳ ଲଗାଇଥିବା ଦେଖିବାକୁ ମିଳିଥିଲା ।
ପ୍ରଚାରର ଶେଷ ଦିନରେ ପିପିଲିରେ ପ୍ରଚାର କରି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ମୁନା ଖାଁ ଓ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଭଳି ନେତାମାନେ । ରାଜ୍ୟର ବିପକ୍ଷ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ସାଂସଦ ଅପରିଜିତା ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର । କଂଗ୍ରେସ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ବିଧାୟକ ସୁରେଶ ରାଉତରାୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।
ଏହା ବି ପଢ଼ନ୍ତୁ | କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ
ତେଇଶିପୁରରେ ଏକ ପଦ ଯାତ୍ରା କରି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ଭୋଟ ମାଗିଥିଲେ ସମୀର ରଞ୍ଜନ ଦାଶ । ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିବିଭିନ୍ନ ପଞ୍ଚାୟତ ଓ ଏନ୍.ଏ.ସି.ରେ ଭୋଟ ଭିକ୍ଷା କରି ତାଙ୍କ ଉପରେ ଭରସା ରଖିବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ସାଂସଦ ମୁନା ଖାଁ ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚି ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଡେଲାଙ୍ଗରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାଶବର୍ମା ଓ ବରିଷ୍ଠ ନେତା ମହେଶ୍ଵର ମହାନ୍ତି ଓ ପ୍ରଭାତ ବିଶ୍ଵାଳ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା କଥା କହି ବିଜେଡିକୁ ଜିତାଇବାକୁ ଲୋକଙ୍କୁ କହିଥିଲେ।

ପିପିଲିରେ ପଦ ଯାତ୍ରା କରୁଛନ୍ତି ବିଜେପିର ଭୁବନେଶ୍ବର ସାଂସଦ ଅପରିଜିତା ଷଡଙ୍ଗୀ ।
ଏହା ବି ପଢ଼ନ୍ତୁ | EPFO: ସୁପ୍ରିମ୍ କୋର୍ଟଙ୍କ ଗୋଟିଏ ରାୟରେ ୩୦୦% ବଢ଼ିଯିବ ପେନସନ୍; ଜାଣନ୍ତୁ କେଉଁ ହିସାବରେ
‘‘ମୋ’ର ପୂରା ବିଶ୍ୱାସ ଯେ ପ୍ରତି ଡେଲାଙ୍ଗ-ପିପିଲି ବାସୀ ଶଙ୍ଖ ଚିହ୍ନରେ ଯେଉଁ ଭୋଟ୍ ଖଣ୍ଡିକ ଦେବେ ସେହି ଭୋଟ୍ ଖଣ୍ଡିକ ଯିବ ଭାରତବର୍ଷର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ବାବୁଙ୍କ ପାଖକୁ ଏବଂ ସେ ଭୋଟ୍ ଖଣ୍ଡିକ ହେବ ତାଙ୍କର ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପାଇଁ ଶେଷ ଶ୍ରଦ୍ଧାଞ୍ଜଳୀ । ସେହି ଭୋଟ୍ ଖଣ୍ଡିକ ଡେଲାଙ୍ଗ-ପିପିଲିର ବିକାଶକୁ ଅଦିକ ଗତିଶୀଳ କରିବ,’’ କହିଥିଲେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାଶବର୍ମା ।
ଏହା ବି ପଢ଼ନ୍ତୁ | UPSC ସିଭିଲ ସର୍ଭିସେଜ୍ ଫଳ ବାହାରିଲା; ଟପ୍ପର କହିଲେ: ‘ମୋତେ ଲାଗୁଥିଲା ମୁଁ ଭୁଲ୍ ଲିଷ୍ଟ ଦେଖୁଛି!
ବିଜେପିର ଭୁବନେଶ୍ବର ସାଂସଦ ଅପରିଜିତା ଷଡଙ୍ଗୀ ପିପିଲି ଏନ୍.ଏ.ସି.ରେ ପଦ ଯାତ୍ରା କରି ପରିବର୍ତ୍ତନ ପାଇଁ ପଦ୍ମ ଦଳର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର ପିପିଲିର ଯଶୁଆପୁର, ସହଜପୁର ଓ କଣ୍ଟିରେ ଆଶ୍ରିତଙ୍କ ପାଇଁ ଭୋଟ ମାଗିଥିଲେ । ‘‘ଏଥର ପିପିଲିରେ ପରବର୍ତ୍ତନ ହେବ ଏବଂ ପଦ୍ମ ଫୁଟିବ,’’ କହିଥିଲେ ସମ୍ବିତ ପାତ୍ର।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼
‘‘ଆଶ୍ରିତ ପଟ୍ଟନାୟକ ବାବୁଙ୍କ ପାଇଁ ୧୦୦ ପ୍ରତିଶତ (ସମର୍ଥନ ଓ ପ୍ରଚାର ଶକ୍ତି) ଦିଆହେଇଛି । ଆମେ ସମସ୍ତେ ବହୁତ ଆଶାବାଦୀ ଯେ ପିପିଲି ବିଧାନ ସଭା ଅଞ୍ଚଳର ସମସ୍ତଙ୍କର ଆଶୀର୍ବାଦ ଆଶ୍ରିତ ବାବୁ ପାଇବେ,’’ କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏହା ବି ପଢ଼ନ୍ତୁ | ପୋଷ୍ଟ ଅଫିସ୍ ସ୍କିମ୍: ମାସକୁ ୧,୫୦୦ ଟଙ୍କା ରଖିଲେ ମିଳିବ ୩୫ ଲକ୍ଷ ଟଙ୍କା; ଏଇଠି ଜାଣନ୍ତୁ ସବୁ କିଛି
କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ମହାପାତ୍ରଙ୍କ ପାଇଁ ପିପିଲି ଓ ଡେଲାଙ୍ଗର ବିଭିନ୍ନ ପଞ୍ଚାୟତରେ ଭୋଟ ଭିକ୍ଷା କରିଥିଲେ ବିଧାୟକ ସୁରେଶ ରାଉତରାୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ବିଶ୍ଵକେଶନ ମହାପାତ୍ର ଡେଲାଙ୍ଗର ଘୋରଡିଆ, ସାଉରିଆ, ଗୋଡିପୁଟ ମାଟିଆପଡା, ରେଙ୍ଗଳରେ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ। ଦର ଦାମ୍ ନିୟନ୍ତ୍ରଣ କରିବାରେ ଉଭୟ ବିଜେପି ଓ ବିଜେଡି ବିଫଳ ହୋଇଥିବା କହି ପିପିଲି ଭୋଟ୍ କଂଗ୍ରେସ ସପକ୍ଷରେ ଯିବ ବୋଲି ସେ ଆଶା ରଖିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି
ପିପିଲି ଦଖଲ କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦାବି କରୁଥିବା ବେଳେ ୩୦ ତାରିଖରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟରମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।