ବସ ଭିତରୁ ହତ୍ୟା ଅଭିଯୁକ୍ତକୁ ଧରିଲା ପୋଲିସ; ମାନସ ହତ୍ୟା ମାମଲାର ଥିଲା ମାଷ୍ଟରମାଇଣ୍ଡ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି ପୋଲିସ । କଲିକତାରୁ ବସ ଯୋଗେ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଗିରଫ ହୋଇଛନ୍ତି।

ବସ ଭିତରୁ ହତ୍ୟା ଅଭିଯୁକ୍ତକୁ ଧରିଲା ପୋଲିସ (ପ୍ରତୀକାତ୍ମକ ଛବି)

ବସ ଭିତରୁ ହତ୍ୟା ଅଭିଯୁକ୍ତକୁ ଧରିଲା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି ପୋଲିସ । କଲିକତାରୁ ବସ ଯୋଗେ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠା ଗିରଫ ହୋଇଛନ୍ତି। ଶର୍ମିଷ୍ଠାଙ୍କ ସମେତ ଫେରାର ଥିବା ଅନ୍ୟତମ ସହଯୋଗୀ ଝୁନା ଭୋଇକୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ରିମାଣ୍ଡରେ ଆଣି ମାନସ ହତ୍ୟାକାଣ୍ଡର ଖିଅ ଖୋଜାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଶର୍ମିଷ୍ଠା ରାଉତ ଥିଲା ମାନସ ମର୍ଡ଼ରର ମାଷ୍ଟରମାଇଣ୍ଡ  । ବସରେ କଲିକତାରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଉଭୟଙ୍କୁ କାବୁ କରିଛି କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ। ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ପରେ ଲାଗି ରହିଥିବା  ସସପେନ୍ସ ଉପରୁ ପରଦା ହଟିବ ବୋଲି ଆଶା ରଖିଚି ତଦନ୍ତକାରୀ ସଂସ୍ଥା ।  ମେମୋରୀ ଚିପ ରହସ୍ୟ ଜାଣିବା ପାଇଁ ଏବେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ମାରାଥନ ପଚରାଉଚରା କରୁଛି । ବିଶେଷ କରି  କାହିଁକି ମାନସ କୁ ହତ୍ୟା କରାଗଲା ? ମେମୋରୀ ଚିପରେ କଣ ଅଛି ? ଆଉ କାହାର ସମ୍ପୃକ୍ତ ଅଛି ? ଏସବୁକୁ ତଦନ୍ତ ଚାଲିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

"ଆମେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସର ସହଯୋଗରେ ଗିରଫ କରିବାରେ ସକ୍ଷମ ହୋଇଛୁ । ଏବେ ଉଭୟଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ । ଏଥିପାଇଁ ଉଭୟଙ୍କୁ ୧୦ଦିନ ରିମାଣ୍ଡ ପାଇଁ କୋର୍ଟରେ ଅବଦେନ କରାଯିବ। ପୂର୍ବରୁ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ଆଣି ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ୟ ଖୋଜାଯିବ । ଘଟଣା ପରେ ଶର୍ମିଷ୍ଠା କେଉଁଠି ଥୁଲା, କେଉଁମାନଙ୍କ ସହ ଯୋଗାଯୋଗ କରିଥିଲା ଏ ସବୁକୁ ନେଇ ତଦନ୍ତ ଚାଲିଥିବା,"କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା।

ଦୁଇ ଅଭିଯୁକ୍ତ ଗିରଫ ପରେ ପୋଲିସର ସୂଚନା ଅନୁସାରେ, ମାନସକୁ ହତ୍ୟା କରି ତାଙ୍କ ମୃତଦେହକୁ ମାଟି ତଳେ ପୋତିବା ପରେ ଉଭୟ ଭୁବନେଶ୍ୱରରେ ଥିଲେ । ଚାନ୍ଦବାଲି ପୋଲିସ ଉଭୟଙ୍କୁ ଜେରା କରି ଛାଡ଼ିବା ପରେ ଫେରାର ହେବା ପାଇଁ ଉଭୟ ଯୋଜନା କରିଥିଲେ । ଏଥିପାଇଁ ପ୍ରଥମେ ଝୁନାକୁ ନେଇ ଶର୍ମିଷ୍ଠା ତାଙ୍କ ଶ୍ୱଶୁର ଘରକୁ ପଳାଇଥିଲେ । ପରେ ଗିରଫ ଭୟରେ କଲିକତା ଓ ଗୌହାଟୀ ପଳାଇଥିଲେ। ସାଙ୍ଗରେ ୨୦ ହଜାର ଥିବାରୁ ବେଶି ଦିନ ବାହାରେ ରହିବା ସମ୍ଭବ ହୋଇନଥଲା । କଲିକତା ରେଲୱେ ଷ୍ଟେସନରେ କିଛିଦିନ ଲୁଚିଥିଲେ । ଆଜି ଭୋରରୁ ଏକ ବସରେ ଭୁବନେଶ୍ୱର ଆସୁଥିବା ବେଳେ ଉଭୟଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, ଫେବୃଆରୀ ୭ ତାରିଖରେ ଚାନ୍ଦବାଲି ଅଞ୍ଚଳରୁ ମାନସକୁ ଅପହରଣ କରାଯାଇଥିଲା। ପରେ ସୁନ୍ଦରପଦା ରେ ଥିବା ଦୟାଲ ଆଶ୍ରମରେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନୟାଗଡ଼ ନେଇ ପୋତି ଦେଇଥିଲେ।  ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୂର୍ବରୁ  ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
Published by:Soumya Das
First published: