କୋଲକାତାରୁ ଚାଲି ଚାଲି ପୁରୀ ଆସିଲେ ‘‘ଶିବ ଭକ୍ତ’’ ନୁମାନ୍ ଖାନ୍, ଭିକ୍ଷା ମାଗି ଭାଙ୍ଗ ପିଇଲେ

ମୁସଲିମ୍ ଯୁବକ, ପୁଣି ଶିବ ଭକ୍ତ । ଶିବଙ୍କ ପ୍ରସାଦ ଭାଙ୍ଗ ପିଇବାକୁ କୋଲକାତାରୁ ଚାଲି ଚାଲି ପୁରୀରେ ପହଞ୍ଚିଥିଲେ । ଭାଙ୍ଗ ପାଇଁ ଭିକ୍ଷାବୃତ୍ତି କରୁଥିଲେ । ସତରେ ଶିବ ଭକ୍ତ ନା ‘‘ପ୍ରସାଦ ଭକ୍ତ’’? ତାଙ୍କୁ ପ୍ରକୃତରେ କିଏ ବାୟା କରିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

କୋଲକାତାରୁ ଚାଲି ଚାଲି ପୁରୀ ଆସିଲେ ‘‘ଶିବ ଭକ୍ତ’’ ନୁମାନ୍ ଖାନ୍, ଭିକ୍ଷା ମାଗି ଭାଙ୍ଗ ପିଇଲେ
ବଡ଼ ଦାଣ୍ଡରେ ଭିକ୍ଷା ମାଗୁଛନ୍ତି ନୁମାନ୍ ଖାନ୍ ।
  • News18 Odia
  • Last Updated: September 21, 2020, 7:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସେ ଜଣେ ଉଚ୍ଚଶିକ୍ଷିତ ନଟିକାଲ ସାଇନ୍ସ ଇଞ୍ଜିନିୟର । ନାଁ ତାଙ୍କର ନୁମାନ୍‌ ଖାନ୍‌ । ସନ୍ଦିଗ୍ଧ ଭାବେ ପୁରୀ ବଡ଼ଦାଣ୍ଡରେ ବୁଲୁଥିବା ଦେଖାଯାଇଥିଲେ ସେ । ତାଙ୍କ ବୟସ ୨୮ ବର୍ଷ, ଆଉ ମୂଳ ଘର ବିହାରରେ । ତାଙ୍କ ପରିବାର ଏବେ କୋଲକାତାରେ ରହୁଛନ୍ତି । ନୁମାନଙ୍କ ଇଞ୍ଜିନିୟରିଂ ପାଠପଢ଼ା ହୋଇଥିଲା ବେଙ୍ଗାଲୁରୁରେ । ସେ କୋଲକାତାରୁ ଚାଲି ଚାଲି ପୁରୀ ଆସି ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିଲେ ଓ ସେଥିରୁ ମିଳୁଥିବା ଟଙ୍କାରେ ପିଉଥିଲେ ଭାଙ୍ଗ । ସେ ମୁସଲିମ ହେଲେ ବି ମହାଦେବ ଭୋଳାନାଥଙ୍କର ଜଣେ ବଡ଼ ଭକ୍ତ ବୋଲି କହିଛନ୍ତି ।

କଳା ରଙ୍ଗର ଟି ସାର୍ଟ ଓ ଜିନ୍ସ ପିନ୍ଧି ଓ କଲେଜ ପଢୁଆ ବ୍ୟାଗ ପକାଇ ଭିକ୍ଷା ମାଗୁଥିବା ନୁମାମଙ୍କ ଘର ବିହାରର ବିହାରର ଶାହପୁର ପଟୋରୀରେ  । ତାଙ୍କ ବାପା ଫକୀର ଖାନ କଲିକତାରେ ଚାକିରି କରୁଥିବା ବେଳେ ସେଠି ସେମାନେ ରହୁଥିଲେ  । ଆଉ ନୁମାନଙ୍କର ସ୍କୁଲ ଶିକ୍ଷା କଲିକତାରେ ଓ ନଟିକାଲ ସାଇନ୍ସ ପାଠପଢା ବାଙ୍ଗାଲୋରରେ କରିଛନ୍ତି  । ବର୍ତ୍ତମାନ ତାଙ୍କ ପରିବାର ଲୋକେ କଲିକତାରେ ହିଁ ରହୁଛନ୍ତି  ।

ନୁମାନଙ୍କ ମାନସିକ ସ୍ଥିତି ଭଲ ନ ଥିବା ସମୟରେ ସେ ଜଣେ ବାବାଙ୍କ ସଂସ୍ପର୍ଶ ଆସି ଶିବ ଭକ୍ତ ହୋଇଥିଲେ ଓ ପୁରୀ ଆସିବା ପାଇଁ ଇଛା ପ୍ରକଟ କରିଥିଲେ ବୋଲି ସେ କହିଛନ୍ତି । ଘରୁ ଲୁଚି ଦୀର୍ଘ ଏକ ମାସ ହେବ ଚାଲି ଚାଲି ସେ କଲିକତାରୁ ଆସି ପୁରୀରେ ପହଞ୍ଚିଥିଲେ ଓ ଏଠାରେ ଭିକ୍ଷା ମାଗିବା ଆରମ୍ଭ କରିଥିଲେ । ଏତେ ଉଚ୍ଚଶିକ୍ଷିତ ହୋଇ ବଡ଼ଦାଣ୍ଡରେ ଭିକ୍ଷା ମାଗିବାରେ ତାଙ୍କୁ କୌଣସି ସଙ୍କୋଚ ଲାଗେ ନାହିଁ ବୋଲି ସେ କହିଛନ୍ତି । ନୁମାନ୍‌ ହିନ୍ଦୀ ସହ ବଙ୍ଗାଳୀ ଓ କନ୍ନଡ଼ ଭାଷା ଜାଣନ୍ତି ।

ନୁମାନ ଖାନ୍


‘‘ଭିକ୍ଷା ମାଗି ମୋତେ ଯାହା ମିଳେ ସେଥିରେ ମୁଁ ଖାଇ ସମୁଦ୍ର କୂଳରେ ବୁଲେ । ଆଉ କିଛି ଦିନ ପରେ ଚାଲିଚାଲି ପୁରୀରୁ କଲିକତା ଯିବି… କଲିକତାରେ ଜଣେ ବାବାଜୀଙ୍କ ସହ ମୋ’ର ଦେଖା ହୋଇଥିଲା । ତାଙ୍କ ପ୍ରତି ମୁଁ ଅନୁପ୍ରାଣିତ ହୋଇଥିଲି ଓ ଶିବ ଭକ୍ତ ହୋଇ ତାଙ୍କ ସହ ଗଞ୍ଜେଇ ପାନ କରିଥିଲି ଓ ଭାଙ୍ଗ ପଣା ବି ପିଇଥିଲି । ଏହାକୁ ମୁଁ ପ୍ରସାଦ ମାନେ,’’ କହିଛନ୍ତି ନୁମାନ୍‌ ।

ପୁରୀରେ ଭଲ ଭାଙ୍ଗ ମିଳେ ବୋଲି ଅନେକ ଥର ସେ ପୁରୀ ଷ୍ଟଡି ଟୁରରେ ଆସି ଏଠି ଭାଙ୍ଗ ପିଇଥିଲେ ବେଲି କହିଛନ୍ତି । ବାବାଜୀ ଜଣକ ପୁରୀରେ ଭଲ ଭାଙ୍ଗ ମିଳେ ବୋଲି କହିବା ପରେ ସେ ଚାଲିଚାଲି ପୁରୀ ପଳାଇଆସିଥିଲେ ବୋଲି କହିଛନ୍ତି । ଲକଡାଉନରେ ଏକ ମାସ ଧରି କଲିକତାରୁ ଚାଲିଚାଲି ଆସି ପୁରୀରେ ପହଞ୍ଚିବା ପରେ ଯାହା କିଛି ଟଙ୍କା ଥିଲା ତାହା ସରିଯାଇଥିଲା । ତେଣୁ ଭାଙ୍ଗ ପିଇବା ପାଇଁ ସେ ଅସ୍ତବ୍ୟସ୍ତ ହୋଇ ବଡ଼ଦାଣ୍ଡରେ ଭିକ୍ଷା କରୁଥିଲେ ।

ଥରେ ନୁମାନଙ୍କୁ ଭିକ୍ଷା ଦେବା ପରେ ତାଙ୍କ ସହ ଅନେକ ଥର କଥା ହୋଇ ତାଙ୍କ ବିଷୟରେ ଜାଣିଥିବା ପୁରୀର ସମାଜସେବୀ ହରିହର ପାତ୍ର କହିଛନ୍ତି ଯେ ଭିକ୍ଷା କରି ନୁମାନଙ୍କୁ ଯାହା ମିଳୁଥିଲା ସେଥିରେ ସେ ଭାଙ୍ଗ ପିଉଥିଲେ ଓ ବିଳମ୍ବିତ ରାତିରେ ସମୁଦ୍ର କୂଳରେ ଶୋଇ ପଡୁଥିଲେ । ନୁମାନ ମୁସଲିମ୍‌ ପରିବାରରେ ଜନ୍ମ ହୋଇଥିଲେ ବି ସେ ଜଣେ ଶିବ ଭକ୍ତ ବୋଲି କହିଛନ୍ତି ୩୫ ବର୍ଷୀୟ ପାତ୍ର । ନୁମାନଙ୍କ ସହ କଥା ହେଲେ ବି ସମସ୍ତଙ୍କୁ ଏମିତି ଲାଗିବ ।

‘‘ଶିବ ଆରମ୍ଭ, ଶିବ ହିଁ ଶେଷ । ଶିବଙ୍କ ବିନା ଗତି ନାହିଁ କି ମୁକ୍ତି ନାହିଁ । ଶିବଙ୍କ ପାଇଁ ମୁଁ ପାଗଳ । ତାଙ୍କ ପ୍ରସାଦ ନ ପାଇଲେ ମୋତେ ଚାରି ଦିଗ ଲାଗେ ଅନ୍ଧାର । ସେହି ପ୍ରସାଦ ପାଇଁ ତ ପୁରୀ ପ୍ରସିଦ୍ଧ । ପୁରୀ ଭାଙ୍ଗ ମତେ ଟାଣିଆଣିଛି । ଭାଙ୍ଗ ପିଇ ବେଳାଭୂମିରେ ବସି ମୁଁ ବିଶ୍ୱ ବ୍ରହ୍ମାଣ୍ଡ ଦେଖୁଛି ଓ ଆତ୍ମତୃପ୍ତି ପାଉଛି,’’ ବଡ଼ଦାଣ୍ଡରେ ବୁଲୁଥିବା ବେଳେ କହିଛନ୍ତି ନୁମାନ୍‌ ।

ନିଜ ମା’ ଓ ବାପାଙ୍କ ସହ ଠାଉନ୍ ଥାନା ସାମନାରେ ନୁମାନ ଖାନ୍


ଏହି ମୁସଲିମ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବଡ଼ଦାଣ୍ଡରେ ବୁଲୁଥିବା ନେଇ କିଛି ଗଣମାଧ୍ୟମ ପ୍ରତିନିଧି ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଡାଣ୍ଡରେ ଟାଉନ୍‌ ଥିନା ପୋଲିସ୍‌ ତାଙ୍କୁ ଖୋଜି ମାର୍କେଟ ଛକରେ ଅଟକାଇଥିଲା ।

‘‘ତାଙ୍କୁ ଟାଉନ୍‌ ଥାନାକୁ ନେଇ ପଚରାଉଚୁରା କରିବା ପରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଅପଲୋଡ କରି ତାଙ୍କର କିଛି ସାଙ୍ଗଙ୍କ ସହ ଯୋଗାଯୋଗ କରିଥିଲୁ । ପରେ ତାଙ୍କ ବାପାଙ୍କ ସହ ବି ଯୋଗାଯୋଗ ଫୋନରେ କରିଥିଲୁ,’’ କହିଛନ୍ତି ଟ୍ରାଫିକ ଥାନାର ଏଏସଆଇ ପ୍ରଦୀପ୍ତ କୁମାର ସ୍ୱାଇଁ ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ NIAକୁ ବଡ଼ ସଫଳତା: ପଶ୍ଚିମ ବଙ୍ଗ ଓ କେରଳରୁ ଗିରଫ ହେଲେ ୯ ଜଣ ସନ୍ଦିଗ୍ଧ Al Qaeda ଆତଙ୍କୀ

ନୁମାନଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ପୁଅକୁ ଖୋଜୁଥିବା ବେଳେ ପୁରୀ ପୁଲିସର ଫୋନ ପାଇ ବେଶ୍‌ ଖୁସି ହୋଇପଡ଼ିଥିଲେ । ସେପ୍ଟେମ୍ବର ୧୩ ରାତିରେ ସେମାନେ କଲିକତାରୁ ବାହାରି ୧୪ ତାରିଖ ସକାଳେ ଏକ ସ୍କର୍ପିଓ ଗାଡ଼ିରେ ପୁରୀ ଟାଉନ ଥାନାରେ ପହଞ୍ଚିଥିଲେ ।



‘‘ପୁରୀ ପୁଲିସ ଯୋଗୁଁ ପୁଅକୁ ପାଇଥିବାରୁ ନୁମାନଙ୍କ ପରିବାର ଲୋକେ ଧନ୍ୟବାଦ ଦେଇଛନ୍ତି । ତାଙ୍କ ଠାରୁ ଏକ ଅଣ୍ଡରଟେକିଂ ଲେଖି ତାଙ୍କ ପୁଅକୁ ହସ୍ତାନ୍ତର କରାଯାଇଛି,’’ କହିଛନ୍ତି ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂ ।
Published by: Anand Shankar Thankur Das
First published: September 21, 2020, 7:21 PM IST
corona virus btn
corona virus btn
Loading