Byju's Young Genius: ଡାଏପର ପିନ୍ଧିବା ସମୟରୁ ମଞ୍ଚରେ ନୃତ୍ୟ! ଆଜି ଲୋକପ୍ରିୟ ନୃତ୍ୟଶିଳ୍ପୀ

ଶ୍ରୀନିକା କହିଥାନ୍ତି ଯେ ସେ ମଞ୍ଚରେ ନାଚିବାକୁ ଭୟ କରନ୍ତି ନାହିଁ । ସେ ଏହାକୁ ଏକ ଖେଳ ପଡ଼ିଆ ଭାବେ ବିବେଚନା କରନ୍ତି । ଶ୍ରୀନିକା କହିଛନ୍ତି ଯେତେବେଳେ ସେ ମାତ୍ର ୨ ବର୍ଷ ୯ ମାସ ବୟସରେ ହୋଇଥିଲେ ସେତବେଳେ ସେ ନିଜର ପ୍ରଥମ ନୃତ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ।

Byju's Young Genius: ଡାଏପର ପିନ୍ଧିବା ସମୟରୁ ମଞ୍ଚରେ ନୃତ୍ୟ! ଆଜି ଲୋକପ୍ରିୟ ନୃତ୍ୟଶିଳ୍ପୀ
୧୦ ବର୍ଷୀୟା ଶ୍ରୀନିକା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ
  • News18 Odia
  • Last Updated: February 15, 2021, 5:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସଂଗୀତର ତାଳେ ତାଳେ ଝୁମୁଥିବା ପିଲାମାନଙ୍କୁ ଆପଣ ଦେଖିଥିବେ । ପିଲାମାନେ ଯଦି ନିଜ ପସନ୍ଦର ସଂଗୀତରେ ନାଚନ୍ତି ତେବେ ତାହା ମନ ମୋହି ନେଇଥାଏ । କିନ୍ତୁ ପିଲାମାନେ ଶାସ୍ତ୍ରୀୟ ନୃତ୍ୟକୁ ଆୟତ୍ତ କରିବା ସାଧାରଣ କଥା ନୁହେଁ । ପ୍ରାଚୀନମାନଙ୍କ ପାଇଁ ଶାସ୍ତ୍ରୀୟ ନୃତ୍ୟର ପ୍ରତ୍ୟେକ ଅଙ୍ଗଭଙ୍ଗୀ ଓ ସ୍ଥିତିକୁ ଉପସ୍ଥାପନ କରିବା କଷ୍ଟକର । ଏପରି ପରିସ୍ଥିତିରେ ଛୋଟ ପିଲାମାନଙ୍କ ପାଇଁ ଏହା ଅଧିକ କଷ୍ଟସାଧ୍ୟ ଅଟେ । ମାତ୍ର ୧୦ ବର୍ଷୀୟା ଶ୍ରୀନିକା ପୁରୋହିତଙ୍କ କ୍ଷେତ୍ରରେ ଏହା କଠିନ ନୁହେଁ । ୧୦ ବର୍ଷୀୟା ଶ୍ରୀନିକା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ତାଙ୍କ ନୃତ୍ୟ ଦେଖି ଅଭିନେତା ରାଜକୁମାର ରାଓ ଓ ମଲ୍ଲିକା ସାରାବାଇ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

ଶ୍ରୀନିକା କହିଛନ୍ତି ଯେ ସେ ୨ ବର୍ଷ ୯ ମାସ ବୟସରେ ନିଜର ପ୍ରଥମ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେ କହିଛନ୍ତି ଯେ ତାଙ୍କର ପ୍ରଥମ ନୃତ୍ୟ ସମୟରେ ସେ ଡାଏପର ପିନ୍ଧିଥିଲେ । ଶ୍ରୀନିକା କହିଛନ୍ତି ଯେ ସେ ମଞ୍ଚରେ ନାଚିବାକୁ ଭୟ କରନ୍ତି ନାହିଁ, ସେ ଏହାକୁ ଏକ ଖେଳ ପଡ଼ିଆ ପରି ବିବେଚନା କରନ୍ତି । ରାଜକୁମାର ରାଓ ଶ୍ରୀନିକାଙ୍କ ବିଷୟରେ କହିଛନ୍ତି ଯେ ଯେତେବେଳେ ସେ ଓଡ଼ିଶୀ ନୃତ୍ୟ ପାଇଁ ପୋଷାକ ପିନ୍ଧନ୍ତି, ସେତେବେଳେ ସେ ସମ୍ପୂର୍ଣ୍ଣ ଭିନ୍ନ ଝିଅ ଭାବେ ଦେଖାଯାଇ ଥାନ୍ତି । ମଲାଇକା ସରଭାଇ ଶ୍ରୀନିକାଙ୍କ ପାଇଁ କହିଛନ୍ତି ଯେ ମୁଁ ଶ୍ରୀନିକାଙ୍କୁ ଦେଖିବା ପରେ ଏକ ଲକ୍ଷ ଅଧିକ ଶ୍ରୀନିକା ଜନ୍ମ ହେବାକୁ ଚାହୁଁଛି ।



ବିୟୁସ୍ ୟଙ୍ଗ ଜିନିୟସ୍, ନେଟୱାର୍କ ୧୮ ର ଏକ ନୂତନ ପଦକ୍ଷେପ ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଦକ୍ଷ ପିଲାମାନଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଅଣାଯାଉଛି । ଜାନୁଆରୀ ୩୦ ରେ ପ୍ରସାରିତ ହୋଇଥିବା ଏପିସୋଡରେ ଦର୍ଶକମାନେ ୫ ମ ଶ୍ରେଣୀରେ ପଢୁଥିବା କୋଡିଂ ମାଷ୍ଟର ଅନୁବ୍ରତ ସାର୍କଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ୨୩ ଜାନୁଆରୀରେ ପ୍ରସାରିତ ହୋଇଥିବା ଏପିସୋଡରେ ଦର୍ଶକମାନେ ଛୋଟ ପାଲିଓଣ୍ଟୋଲୋଜିଷ୍ଟ ଅଶ୍ୱିତା ବିଜୁ ଓ ଆଥଲେଟ୍ ପୂଜା ବିଷ୍ଣୋଇଙ୍କୁ ଦେଖିଥିଲେ । ଏଥି ସହିତ ଉଦଘାଟନୀ ପର୍ଯ୍ୟାୟରେ ପିଆନୋ ମାଷ୍ଟର ଲିଡିଆନ୍ ନାଦାସୱାରାମ ଓ ହ୍ୟୁମାନ୍ ଆଟଲାସ୍ ମେଘାଳୀ ମାଲାବିକା ସହିତ ପରିଚିତ ହୋଇଥିଲେ ।
Published by: Jagdish Barik
First published: February 15, 2021, 5:04 PM IST