ରିପୋର୍ଟ କାର୍ଡ଼ ଜାରି କରି ୩ ବର୍ଷର ସଫଳ ଉଦ୍ୟମ କଥା ବଖାଣିଲେ ଅମର ପଟ୍ଟନାୟକ

ଓଡିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଫଳ ଭାବେ ସଂସଦରେ ପ୍ରତିପାଦିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛି ବୋଲି କହିଛି ସାଂସଦ ଅମର ପଟ୍ଟନାୟକ । ଉଷୁନା ଚାଉଳ ନ ଉଠେଇବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା କ୍ଷେତ୍ରରେ ପକ୍ଷପାତିତା ପ୍ରସଙ୍ଗ ସଂସଦରେ ଉଠାଯାଇଛି କହିଛନ୍ତି ସାଂସଦ ।

ଅମର ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ଅମର ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ। ଜୁଲାଇ ୩ ତାରିଖରେ ସାଂସଦ ହେବାର ତୃତୀୟ ବର୍ଷ ପୂରଣ  ହୋଇଥିଲା ବେଳେ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଯାଇଛି  ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅମର ପଟ୍ଟନାୟକ।

ସେ କହିଛନ୍ତି ଯେ, ଓଡିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଫଳ ଭାବେ ସଂସଦରେ ପ୍ରତିପାଦିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛି । ଉଷୁନା ଚାଉଳ ନ ଉଠେଇବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା କ୍ଷେତ୍ରରେ ପକ୍ଷପାତିତା ପ୍ରସଙ୍ଗ ସଂସଦରେ ଉଠାଯାଇଛି । ରେଲୱେରେ କିଭଳି ଅଧିକ ଅର୍ଥ ମିଳିବ ଓ ଏହାର୍ ସୁବିନିଯୋଗ କରାଯାଇପାରିବ ସେ ବିଷୟରେ ଉଠାଯାଇଛି । ଓଡ଼ିଶୀ ସଂଗୀତକୁ କେମିତି ଶାସ୍ତ୍ରୀୟ ମାନ୍ୟତା ମିଳିବ ସେ କଥାକୁ ମଧ୍ୟ ସଂସଦରେ ଦାବି ରଖାଯାଇଛି ।

ସେ ସ୍ପଷ୍ଟ କରିଛନ୍ତି ଯେ, ସାଂସଦଙ୍କର ଆଦର୍ଶ ଜିଲ୍ଲା ସୁନ୍ଦରଗଡ଼ରେ କେମିତି ରେଲୱେ ଡିଭିଜନ ହୋଇପାରିବ, ଦ୍ବିତୀୟ ଏମସ୍ ପ୍ରତିଷ୍ଠା ହୋଇପାରିବ, ଜିଲ୍ଲାରେ ଥିବା ୯ଟି ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସଙ୍ଗ ଭଳି ଅନେକ ପ୍ରସଙ୍ଗ ସଂସଦରେ ଉଠାଯାଇଛି । ଦରଦାମ ବୃଦ୍ଧି, ବଜେଟରେ ଗରିବ ମାନଙ୍କ ପାଇଁ ଯଦି ଆର୍ଥିକ ଅନୁଦାନ ମିଳିନାହିଁ, ରାଜ୍ୟ ମାନଙ୍କୁ କେମିତି ଅଧିକ ଅନୁଦାନ ମିଳିପାରିବ ସେ ବିଷୟରେ ମଧ୍ୟ ବାର୍ଷିକ ରିପୋର୍ଟ ବୁକରେ ଉଲ୍ଲେଖ କରାଯାଇଛି ।

"ଏହା ଛଡ଼ା ସାଂସଦ ଉନ୍ନୟନ ପାଣ୍ଠିରେ ମଧ୍ୟ ଏକ ନୂତନ ପଦକ୍ଷେପ ନେଇଥିଲି । ସୁନ୍ଦରଗଡ଼ର ୭୦ଟି ବ୍ଲକରେ ଇଲେକ୍ଟ୍ରି ଚାଳିତ ଅଟୋ ଆମ୍ବୁଲାନ୍ସ ସେବା ଚାଲିବାର ବ୍ୟବସ୍ଥା ହୋଇଛି । ଦୁର୍ଗମ ଅଞ୍ଚଳକୁ ବଡ଼ ଆମ୍ବୁଲାନ୍ସ ପଶି ପାରୁନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହା କିଭଳି ଭାବେ ଚାଲିବ ତାହା ଅନୁଧ୍ୟାନ କଲା ପରେ ଅନ୍ୟ ସ୍ଥାନରେ ମଧ୍ୟ ଆରମ୍ଭ କରାଯିବ । ପ୍ରତି ବ୍ଲକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନେ ଇ-ଆମ୍ବୁଲାନ୍ସର ପରିଚାଳନା କରିବେ । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ମେଧାବୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ବିଭାଗର ତତ୍ତ୍ବାବଧାନରେ ୨୦୦ଟି ଟ୍ୟାବଲେଟ ଦେଇଛି । ସେଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ଆବଣ୍ଟନ କରାଯାଇଛି । ଓଡ଼ିଶାକୁ କେମିତି ସେସ ବାବଦକୁ ଅଧିକ ଅନୁଦାନ ମିଳିବା କଥା ତାହା ମଧ୍ୟ ବାର୍ଷିକ ରିପୋର୍ଟ ବହିରେ ଉଲ୍ଲେଖ ରହିଛି," ସ୍ପଷ୍ଟ କରିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ରିପୋର୍ଟ କାର୍ଡ଼ ଏକ ପ୍ରଗତି ମାପିବା ଧାରା। ନିଜ କାମ କେତେ ଦୂର ଲୋକଙ୍କ ପାଖରେ ପହଞ୍ଚି ପାରିଛି ବା ଲୋକଙ୍କ ଦ୍ୱାରା ଗ୍ରହଣୀୟତା ପାଇଛି ତାକୁମାପିବାର ଏକ ମାଧ୍ୟମ। କିନ୍ତୁ ଏହା ସ୍ୱଚ୍ଛ ହେବା ଜରୁରୀ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ।
Published by:Soumya Das
First published: