ଆସନ୍ତା ରବିବାର ଲଘୁଚାପ ସମ୍ଭାବନା; ଆକଳନ କଲା ଆଞ୍ଚଳିକ ପାଣିପାଗ ବିଭାଗ

ଏବେ ପୁଣି ଭିଜିବ ଓଡ଼ିଶା । କାରଣ ଆସନ୍ତା ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।

ଆସନ୍ତା ରବିବାର ଲଘୁଚାପ ସମ୍ଭାବନା; ଆକଳନ କଲା ଆଞ୍ଚଳିକ ପାଣିପାଗ ବିଭାଗ

ଆସନ୍ତା ରବିବାର ଲଘୁଚାପ ସମ୍ଭାବନା; ଆକଳନ କଲା ଆଞ୍ଚଳିକ ପାଣିପାଗ ବିଭାଗ

  • Share this:
News 18 Odia Digital

ଭୁବନେଶ୍ୱର; ତିନି ଦିନ ହେବ ଟାଣ ଖରା ସହ କେତେକ ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇଥିଲା । କିନ୍ତୁ ଏବେ ପୁଣି ଭିଜିବ ଓଡ଼ିଶା । କାରଣ ଆସନ୍ତା ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।



ଉତ୍ତର- ପଶ୍ଚିମ ବଙ୍ଗୋପ ସାଗରର ପଶ୍ଚିମ- କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ । ଫଳରେ ୭ ଏବଂ ୮ ତାରିଖରେ ଉତ୍ତର-ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟିହେଲେ ମୌସୁମୀ ଅଧିକ ସକ୍ରିୟ ହେବା ସହ ଚାଷକାର୍ଯ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
Published by:Soubhagya Mishra
First published: