୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି
ଲକଡାଉନ୍ ଯୋଗୁଁ ଅନେକ ଲୋକ ଅନଲାଇନରେ ସୁନାରେ ବିନିଯୋଗ କରୁଛନ୍ତି । ତେଣୁ SGB ପାଇଁ ଚାହିଦା ଆହୁରି ବଢ଼ିବ । ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଦେଶରେ ପାରମ୍ପରିକ ସୁନା ଚାହିଦାର ଏକ ଚତୁର୍ଥାଂଶ SGB ସହ ଜଡିତ ଥିଲା ।

ସୁନାର କାଗଜ ରୂପ ଅର୍ଥାତ SGBର ଚାହିଦା ବଢ଼ିଚାଲିଛି ।
- News18 Odia
- Last Updated: March 24, 2021, 8:50 PM IST
୨୦୨୧ ଆର୍ଥିକ ବର୍ଷରେ ରିଜର୍ଭ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI) ୩୨.୪ ଟନ୍ SGB ବିକ୍ରୟ ମାଧ୍ୟମରେ ୧୬,୦୪୯ କୋଟି ଟଙ୍କା ପୁଞ୍ଜି ସଂଗ୍ରହ କରିଛି ।SGBର ପରବର୍ତ୍ତୀ ଇସୁ ଆସନ୍ତା ଆର୍ଥିକ ବର୍ଷରେ ଅଣାଯିବାର ସମ୍ଭାବନା ଅଛି ।ଯଦି ଆମେ ETF ମାଧ୍ୟମରେ ସୁନା ବିକ୍ରୟ ଆକଳନକୁ ବିଚାର କରୁ, ତେବେ ଏହା ସୂଚାଇଥାଏ ଯେ ଗତ ଆର୍ଥିକ ବର୍ଷରେ କାଗଜ ସୁନାରେ ମୋଟ ବିନିଯୋଗ ୪୬ ଟନରୁ ଅଧିକ ହୋଇଛି ।
ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ ପାରମ୍ପରିକ ସୁନାର ଚାହିଦା ପ୍ରାୟ ୧୩୫ ଟନ୍ ରହିଛି । ଏହାର ଏକ ଚତୁର୍ଥାଂଶ SGB ସହ ଜଡିତ ଅଛି ।କାଗଜ ସୁନାର ଏକ ପୁରୁଣା ରୂପ ସୁନା ETF ଗୁଡିକ ମଧ୍ୟ ୨୦୨୧ ଆର୍ଥିକ ବର୍ଷରେ ଫେବୃଆରୀ ପର୍ଯ୍ୟନ୍ତ ୬,୦୬୨ କୋଟି ଟଙ୍କାର ଶୁଦ୍ଧ ଆମଦାନୀ ରେକର୍ଡ ହୋଇଛି । ‘ବିଜନେସ୍ ଷ୍ଟାଣ୍ଡାର୍ଡ’ରେ ପ୍ରକାଶିତ ଖବର ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷ ସୁନା ETFଗୁଡ଼ିକରେ ପୁଞ୍ଜି ବିନିଯୋଗରେ ଅଭିବୃଦ୍ଧିର କ୍ରମାଗତ ଦ୍ୱିତୀୟ ବର୍ଷ ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ଏହା ବି ପଢ଼ନ୍ତୁ | କରୋନାର ପ୍ରକୋପ ବଢ଼ିଲା; ଓଡ଼ିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ; ମାଲକାନଗିରିରେ ଲାଗୁ ହେଲା
ଅଗଷ୍ଟ ମାସରେ ସୁନା ବଣ୍ଡରେ ସର୍ବାଧିକ ୬.୩୫ ଟନ୍ କ୍ରୟ ରେକର୍ଡ କରାଯାଇଥିଲା ।୨୦୨୧ ଆର୍ଥିକ ବର୍ଷରେ SGBର କ୍ରୟ ୩୨.୪ ଟନ୍ ଥିଲା ।ଏହି ଯୋଜନାଗୁଡିକର ଅଫର୍ ନଭେମ୍ବର ୨୦୧୫ରେ ଆରମ୍ଭ ହେବା ପର ଠାରୁ ଏହା କେବଳ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବୋଚ୍ଚ ନୁହେଁ, ବରଂ ଗତ ପାଞ୍ଚ ବର୍ଷ ମଧ୍ୟରେ ରେକର୍ଡ ହୋଇଥିବା ମିଳିତ ବିକ୍ରୟଠାରୁ ମଧ୍ୟ ଅଧିକ ଥିଲା । ଆର୍ଥିକ ବର୍ଷ ୨୦୧୬ ଓ ଆର୍ଥିକ ବର୍ଷ ୨୦୨୦ ମଧ୍ୟରେ ୩୦.୯ ଟନ୍ ସୁନା ବଣ୍ଡ ବିକ୍ରି ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ
ଅନେକ ମାର୍କେଟ୍ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ ମାର୍ଚ୍ଚରେ SGB ପାଇଁ ଲୋକଙ୍କ ମଧ୍ୟରେ ଭଲ ଆଗ୍ରହ ଦେଖାଯିବାର ଅନ୍ୟତମ କାରଣ ଥିଲା ସୁନା ମୂଲ୍ୟରେ ଦୁର୍ବଳତା । ଷ୍ଟକ୍ ମାର୍କେଟରେ ହେଉଥିବା ଲଗାତର ପରିବର୍ତ୍ତନ କାରଣରୁ ବି ସୁନାର ଚାହିଦା ବଢ଼ିଛି ।ସ୍ୱଳ୍ପ ଦାମ୍ ହିଁ ମୁଖ୍ୟତଃ ନିବେଶକମାନଙ୍କୁ ସୁନା ବଣ୍ଡ ପ୍ରତି ଆକର୍ଷିତ କରିଛି ।
ସୁନା ଅଳଙ୍କାର, ସୁନା ବିସ୍କୁଟ ଓ ସ୍ୱର୍ଣ୍ଣ ମୁଦ୍ରା ପାଇଁ ମିଳିତ ଘରୋଇ ଚାହିଦା ୨୦୨୦ରେ ତା’ ପୂର୍ବ ବର୍ଷର ୭୬୮ ଟନରୁ ଖସି ୬୩୩ ଟନ୍ ହୋଇଯାଇଥିଲା । ଆର୍ଥିକ ବର୍ଷ ୨୦୨୧ର ପ୍ରଥମ ନଅ ମାସରେ ଏହି ପରିମାଣ ୩୪୪ ଟନ୍ ରହିଛି ।