RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ୫ ଦିନ ପାଇଁ ଖୋଲିଲା ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍‌ସ୍କ୍ରିପ୍‌ସନ୍

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ SGBର ତୃତୀୟ କିସ୍ତି ସବ୍‌ସ୍କ୍ରିପ୍‌ସନ୍ ପାଇଁ ମେ ୩୧ ତାରିଖରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ଖୋଲା ରହିବ । ଏହା ପୂର୍ବରୁ ଦୁଇଟି କିସ୍ତି ରିଲିଜ୍ ହୋଇସାରିଛି ।

RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ୫ ଦିନ ପାଇଁ ଖୋଲିଲା ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍‌ସ୍କ୍ରିପ୍‌ସନ୍
ସାର୍ବଭୌମ ସୁନା ବଣ୍ଡ ପରିପକ୍ୱ ହେଲେ (maturity) ଟିକସମୁକ୍ତ ହୋଇଥାଏ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ପୁଣି ଥରେ ଲୋକଙ୍କୁ ଶସ୍ତା ସୁନା (Cheap Gold) କିଣିବାର ସୁଯୋଗ ଦେଉଛି । ଆର୍‌.ବି.ଆଇ. କହିଛି ଯେ ସାର୍ବଭୌମ ଗୋଲ୍ଡ ବଣ୍ଡ୍‌ ସ୍କିମ୍ ୨୦୨୧-୨୨ (SGB Scheme 2021-22) ପାଇଁ ଇସ୍ୟୁ ମୂଲ୍ୟ ସ୍ଥିର କରିଦିଆଯାଇଛି ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଏହି ଯୋଜନା ଅନ୍ତର୍ଗତ ସୁନାର ଦାମ୍‌ (gold price) ବର୍ତ୍ତମାନର ବଜାର ଦାମ୍‌ ଠାରୁ ସାମାନ୍ୟ ଅଧିକ, ଅର୍ଥାତ୍ ପ୍ରତି ଗ୍ରାମ୍‌ ପିଛା ୪,୮୮୯ ଟଙ୍କା, ସ୍ଥିର କରାଯାଇଛି । ଏହି ଯୋଜନା ଅନ୍ତର୍ଗତ SGBର ତୃତୀୟ କିସ୍ତି ସବସ୍କ୍ରିପସନ୍ (SGB Subscription) ପାଇଁ ମେ ୩୧ ତାରିଖରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ଖୋଲା ରହିବ । ଏହା ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ମେ ୨୦୨୧ରୁ ସେପ୍ଟେମ୍ବର ୨୦୨୧ ମଧ୍ୟରେ ସାର୍ବଭୌମ ସୁନା ବଣ୍ଡ୍‌ ଛଅଟି କିସ୍ତିରେ ପ୍ରଦାନ କରାଯିବ । ସେଥି ମଧ୍ୟରୁ ଦୁଇଟି କିସ୍ତି ରିଲିଜ୍ ହୋଇସାରିଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ବଢ଼ିଲା ଲକଡାଉନ୍; ଜୁନ୍ ୧୭ ତାରିଖ ସକାଳ ଯାଏଁ ଜାରି ରହିବ କଟକଣା; ଜିଲ୍ଲାରେ କୋହଳ

ସାର୍ବଭୌମ ସୁନା ବଣ୍ଡର ଇସ୍ୟୁ ମୂଲ୍ୟ କେମିତି ନିର୍ଣ୍ଣୟ କରାଯାଏ?

କେନ୍ଦ୍ର ସରକାରଙ୍କ ତରଫରୁ ଏହି ବଣ୍ଡ୍‌ ଜାରି କରୁଥିବା ରିଜର୍ଭ ବ୍ୟାଙ୍କ କହିଛି ଯେ ୨୪ କ୍ୟାରେଟ୍ ସୁନାର ଗତ ତିନିଟି ବାଣିଜ୍ୟ ଅଧିବେଶନରେ ହାରାହାରି ବନ୍ଦ୍‌ ମୂଲ୍ୟ ଆଧାରରେ ଏସ୍‌.ଜି.ବି.ର ମୂଲ୍ୟ  (Issue Price) ନିର୍ଦ୍ଧାରଣ କରାଯାଏ । ଏବେ ସୁନା ବଣ୍ଡର ଇସ୍ୟୁ ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ୪,୮୮୯ ଟଙ୍କା ଧାର୍ଯ୍ୟ କରାଯାଇଛି, ଅର୍ଥାତ୍ ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୪୮,୮୯୦ ଟଙ୍କା ହେବ ।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

ରିଜର୍ଭ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨ଟି କିସ୍ତିରେ ୧୬,୦୪୯ କୋଟି ଟଙ୍କା (୩୧.୩୫ ଟନ୍) ମୂଲ୍ୟର ସାର୍ବଭୌମ ସୁନା ବଣ୍ଡ୍‌ ଜାରି କରିଥିଲା । ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା କେନ୍ଦ୍ର ସରକାର SGB ଯୋଜନା ମାଧ୍ୟମରେ ୨୫,୭୦୨ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଶାରୀରିକ ସୁନାର (ବସ୍ତୁ ରୂପରେ ସୁନାର) ଚାହିଦା କମ୍‌ କରିବା ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୧୫ରେ ଏହି ଯୋଜନା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

କେଉଁଠୁ କିଣିବେ କେତେ ସୁନା ମୂଲ୍ୟର ବଣ୍ଡ୍‌ କଣିବେ?

ଆପଣ ଅନଲାଇନରେ ସୁନା ବଣ୍ଡ୍‌ କିଣି ପାରିବେ ।ଏହା ବ୍ୟତୀତ ଏହା ବ୍ୟାଙ୍କ୍‌, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SHCIL), ଡାକ ଘର ଏବଂ NSE ଓ BSE ପରି ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ ମଧ୍ୟ ବିକ୍ରି ହେବ ।ସୁନା ବଣ୍ଡ୍‌ ଛୋଟ ଫାଇନାନ୍ସ ବ୍ୟାଙ୍କ୍‌ ଓ ପେମେଣ୍ଟ୍‌ ବ୍ୟାଙ୍କରେ ବିକ୍ରି ହୁଏ ନାହିଁ ।ସାର୍ବଭୌମ ଗୋଲ୍ଡ ବଣ୍ଡ୍‌ ସ୍କିମ୍‌ ଅଧୀନରେ ଜଣେ ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ଚାରି କିଲୋଗ୍ରାମ୍‌ ସୁନା ବଣ୍ଡ କିଣି ପାରିବେ ।ଏହି ସ୍କିମରେ ସର୍ବନିମ୍ନ ବିନିଯୋଗ ଗୋଟିଏ ଗ୍ରାମ୍‌ ହେବ ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଟ୍ରଷ୍ଟ୍‌ ବା ସେମିତି ଅନୁଷ୍ଠାନ ୨୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଗୋଲ୍ଡ ବଣ୍ଡ୍‌ କିଣି ପାରିବେ ।ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଅନଲାଇନରେ ସୁନା ବଣ୍ଡ୍‌ କିଣିଲେ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି (Gold Price Discount) ମିଳିବ । ଯଦି ଆପଣ ସହଜ ଶବ୍ଦରେ ବୁଝନ୍ତି, ଅନଲାଇନ୍ ସୁନା ବଣ୍ଡ୍‌ କିଣୁଥିବା ବ୍ୟକ୍ତିଙ୍କ ପାଇଁ ଇସୁ ମୂଲ୍ୟ ଗ୍ରାମ୍‌ ପିଛା ୪,୮୩୯ ଟଙ୍କା ହେବ ।

ସାର୍ବଭୌମ ଗୋଲ୍ଡ ବଣ୍ଡରେ ବିନିଯୋଗ କେମିତି ଲାଭଦାୟକ?

>> ସାର୍ବଭୌମ ସୁନା ବଣ୍ଡ ପରିପକ୍ୱ ହେଲେ (maturity) ଟିକସମୁକ୍ତ ହୋଇଥାଏ ।

>> ଏହାକୁ କେନ୍ଦ୍ର ସରକାର ସମର୍ଥନ କରୁଥିବାରୁ ଡିଫଲ୍ଟ ହେବାର କୌଣସି ରସ୍କ ନାହିଁ ।

>> ଶାରୀରିକ ସୁନା ଅପେକ୍ଷା ସୁନା ବଣ୍ଡ୍‌ ମ୍ୟାନେଜ୍‌ କରିବା ସହଜ ।
> ଏଥିରେ ଶୁଦ୍ଧତାର (purity) କୌଣସି ଝଞ୍ଝଟ ନାହିଁ । ଏହାର ମୂଲ୍ୟ ୨୪ କ୍ୟାରେଟ୍ ଜେଲ୍ ଆଧାରରେ ସ୍ଥିର ହୋଇଥାଏ ।



>> ଏହି ସ୍କିମରୁ ପ୍ରସ୍ଥାନ କରିବାର ସହଜ ବିକଳ୍ପ ଅଛି ।ସୁନା ବଣ୍ଡ୍‌ ବିରୁଦ୍ଧରେ ଲୋନ୍‌ ସୁବିଧା ବି ମିଳେ ।

>> ଏହାର ପରିପକ୍ୱତା ଅବଧି ଆଠ ବର୍ଷ ।ଆପଣ ପାଞ୍ଚ ବର୍ଷ ପରେ ବିକ୍ରୟ କରିବାର ବିକଳ୍ପ ପାଇବେ ।
Published by: Anand ST Das
First published: May 30, 2021, 9:59 PM IST