ବିଡିଓଙ୍କ ଗାଡି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ; ଲୁଚି ପଳାଇଲେ ବ୍ଲକ ଉନ୍ନୟନ ଅଧିକାରୀ

Road Accident: ମୋହନା ବିଡିଓଙ୍କ ସରକାରୀ ଗାଡି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପାରଳାଖେମୁଣ୍ଡିରେ।

ବିଡିଓଙ୍କ ଗାଡି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

ବିଡିଓଙ୍କ ଗାଡି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପୁଡୁଣୀ ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହେବା ଘଟଣା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି କରିଛି।

ମୋହନା ବିଡିଓଙ୍କ ସରକାରୀ ଗାଡି ଧକ୍କାରେ ସାତମାଇଲ ଗାଁର ଟି.ପ୍ରଭାକର ନାମକ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। କୌଣସି କାମରେ ବ୍ୟାଙ୍କକୁ ପ୍ରଭାକର ନିଜ ମୋଟର ସାଇକେଲ୍ ଯୋଗେ ପାରଳାଖେମୁଣ୍ଡି ଆସୁଥିଲେ। ସେ ରାସ୍ତାରେ ଆସୁଥିବା ବେଳେ ପଛପଟୁ ଏକ ବୋଲେରୋ ଗାଡି ଆସି ତାଙ୍କୁ ଧକ୍କା ଦେବାରୁ ବ୍ୟବସାୟୀ ଜଣକ ଛିଟିକି ପଡ଼ିଥିଲେ। ପ୍ରଭାକର ହେଲମେଟ ପିନ୍ଧିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ତାଙ୍କ ମୁଣ୍ଡରେ ଗଭୀର ଆଗାତ ଲାଗିବା ସହ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଆମ୍ବୁଲାନ୍ସ ଟିମ୍ ଆସି ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହାକୁ ନେଇ ପ୍ରଭାକରଙ୍କ ଭଣଜା କହିଛନ୍ତି ଯେ, ସରକାରୀ ଗାଡିକୁ ଏତେ ଦ୍ରୁତଗତିରେ ଚଳାଇ ଲୋକଙ୍କ ଏଭଳି ଭାବେ ଧକ୍କା ଦେବା କେତେଦୂର ଠିକ। ସମ୍ପୃକ୍ତ ଡ୍ରାଇଭର ଜଣେ ମଦ୍ୟପ ବୋଲି କୁହାଯାଉଛି। ଯଦି ସେ ମଦ୍ୟପ ତାହା ହେଲେ ସରକାରୀ ଗାଡିରେ ତାଙ୍କୁ କିଭଳି ଡ୍ରାଇଭର ଭାବେ ନିଯୁକ୍ତ କରାଯାଇଛି। ସେସବୁର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଦ୍ରୁତଗତିରେ ଗାଡ଼ି ଚଳାଇବା ଉପରେ ସରକାର ରୋକ ଲଗାଇଥିବା ବେଳେ ଖୋଦ୍ ସରକାକରୀ ଗାଡ଼ି କିଭଳି ଦ୍ରୁତଗତିରେ ଚାଲୁଛି, ତାହା ପୁଣି ଖୋଦ୍ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ତାହାକୁ ନେଇ ଉଠିଛି ପ୍ରଶ୍ନ।

ଆଜି ଏକ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ଜିଲ୍ଲାସ୍ତରୀୟ ସମସ୍ତ ବିଡିଓ ପାରଳାଖେମୁଣ୍ଡି ଆସିଥିଲେ। ଏଥିରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ମୋହନା ବିଡିଓ ବସିଥିବା ତାଙ୍କ ସରକାରୀ ଗାଡି ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ମାନକତିବାତା ଦୃଷ୍ଟିରୁ ମଧ୍ୟ ସେଠାରେ ନୀରିହ କିମ୍ବା ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇବା କାର୍ଯ୍ୟ ନକରି ଘଟଣା ସ୍ଥଳରୁ ବିଡିଓ ଚାଲିଆସିବା ଘଟଣା ତାଙ୍କ ଦାୟିତ୍ବବୋଧ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଏ ସମ୍ପର୍କରେ ମତାମତ ନେବା ପାଇଁ ମୋହନା ବିଡିଓ ତପସ୍ବୀନି ହାଁସଦାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଏପରିକି ସେ ସମୀକ୍ଷା ବୈଠକରେ ମଧ୍ୟ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଅତି ଶୀଘ୍ର ଏହାର କାରଣ ଜଣାପଡ଼ିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ।

ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବର୍ତ୍ତମାନ ହୋଇପଡ଼ିଛି।

ଗଜପତିରୁ ବାସୁଦେବ ଦାସଙ୍କ ରିପୋର୍ଟ
Published by:Lipina Das
First published: