ରାଜ୍ୟରେ ଆରମ୍ଭ ହେଲା ବସ ସେବା; ପ୍ରଥମ ଦିନରେ ଗଡ଼ିଲା ୨୫୦ଟି ବସ

ରାଜ୍ୟରେ ଏବେ ଘରୋଇ ବସ ସଂଖ୍ୟା ୧୪ ହଜାର ରହିଛି । ସେଥିରେ OSRCTC ର ୪୦୦ଟି ବସ ରହିଛି । ଟାଉନ ବସ ସଂଖ୍ୟା ୨ଶହ ଥିବା ବେଳେ ରାଜ୍ୟ ବାହାରକୁ ୩ଶହରୁ ଅଧିକ ବସ୍ ଯାଇଥାଏ । କେବଳ ବରମୁଣ୍ଡାରୁ ସାରା ରାଜ୍ୟକୁ ୮ଶହ ବସ୍ ଯାତାୟତ କରେ ।

ରାଜ୍ୟରେ ଆରମ୍ଭ ହେଲା ବସ ସେବା; ପ୍ରଥମ ଦିନରେ ଗଡ଼ିଲା ୨୫୦ଟି ବସ
ରାଜ୍ୟରେ ଆରମ୍ଭ ହେଲା ବସ ସେବା
  • News18 Odia
  • Last Updated: September 2, 2020, 1:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ବସ ସେବା ପ୍ରାୟତଃ ବନ୍ଦ ରହିଥିଲା । ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ବସ ଗଡୁନଥିଲା । ଯଦିଓ ରାଜ୍ୟର କରୋନା ମହାମାରୀର ସ୍ଥିତି ସୁଧୁରିନି କିନ୍ତୁ ସାରା ରାଜ୍ୟକୁ ବସ ସେବା ଆରମ୍ଭ ହୋଇଛି । ଟାଉନ ବସ୍, ଘରୋଇ ବସ ଓ ସରୀକାରୀ ବସକୁ ଲଗାଇ ସାରା ରାଜ୍ୟକୁ ୨୫୦ଟି ବସ ଗଡିବା ଆରମ୍ଭ ହୋଇଛି ।

ବିଗତ ୫ ମାସ ହେବ ସାଧାରଣ ଲୋକ ବସରେ ଯାତ୍ରା କରିବା ଏକଦମ ଭାବେ ଠପ ହୋଇ ଯାଇଥିଲା । ଜରୁରୀ କାମକୁ ଛାଡିଦେଲେ ଅନ୍ୟଥା କେହି ଲୋକେ ବାହାରକୁ ବାହାରୁ ନଥିଲେ । କୋରନା ମହାମାରୀ ମଣିଷର ଜୀବନ ଜିବୀକା ଉପରେ ବ୍ରେକ ଲଗାଇ ଦେଇଥିବା ବେଳେ କାଲିଠୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବସ ଗଡ଼ିଥିବାରୁ ସାଧାରଣ ଲୋକମାନେ ଅସ୍ବସ୍ତି ଅନୁଭବ କରିଛନ୍ତି । ବସ ମାଧ୍ୟମରେ ବହୁ ଦିନ ପରେ ଘରକୁ ଫେରୁଥିବାରୁ ଯାତ୍ରୀ ପୁରା ଖୁସି ଅଛନ୍ତି । ଯଦିଓ ଯାତ୍ରୀ ମାନଙ୍କ ମୁହଁରରେ ମାସ୍କ ଅଛି, କିନ୍ତୁ ବସରେ ଚଢିବା, ବସିବା ସହ ଯାତ୍ରୀଙ୍କ ହାଭ ଭାବ ସମ୍ପୂର୍ଣ୍ଣ ଚଳଚଞ୍ଚଳ ରହିଛି । କୋରନା ଯୋଗୁଁ ଭୁବନେଶ୍ବରରେ ବନ୍ଦୀ ଜୀବନ କଟାଉଥିବା ମଣିଷ ନିଜ ଗାଁ ମାଟିକୁ ଫେରିବା ଆରମ୍ଭ କରିଛନ୍ତି । ଆଉ କିଛି ଲୋକ ନିଜ କର୍ମ ସ୍ଥଳୀକୁ ଫେରିବା ଆରମ୍ଭ କରିଛନ୍ତି । ସେଥିପାଇଁ ଯାତ୍ରୀଙ୍କ ଭିତରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ରାଜଧାନୀର ଯେଉଁ କିଛି ବସ ଚାଲିବା ଆରମ୍ଭ କରିଛି ସେଥିରେ ସବୁ ପରିଷ୍କାର ପରିଚ୍ଛନାତା ଦେଖିବାକୁ ମିଳିଛି ଓ ଏହା ସହ ସବୁ ଯାତ୍ରୀଙ୍କ ମୁହଁରେ ମାସ୍କ ଥିବା ଦେଖିବାକୁ ମିଳିଥିଲା । ଅନେକ ସ୍ଥାନକୁ ବହୁ ଦିନ ପରେ ପ୍ରଥମ ଦିନ ଗାଡି ଗଡୁଥିବାରୁ ଯାତ୍ରୀ ଖୁସିଥିଲେ ।

“ପାଞ୍ଚ ମାସ ହେବ ଭୁବନେଶ୍ବରରେ ଫସି ରହିଥିଲି । ଝିଅ ଘରକୁ ଆସିଥିଲି ହେଲେ ଏଠାରୁ ଯାଇପାରିନଥିଲି । କେରାନା ଯୋଗୁଁ ଘରକୁ ଯାଇପାରିନଥିବାରୁ ଆଜି ଭବାନୀ ପଟଣା ବାହାରୁଛି । ବହୁତ ଖୁସି ବି ଲାଗୁଛି,’’ କହିଛନ୍ତି ଜଣେ ବସ ଯାତ୍ରୀ ବିବେକ ସାମଲ ।

ବସ ଯାତ୍ରୀମାନଙ୍କ ଠାରେ ଖୁସି ଦେଖିବାକୁ ମିଳିଛି


ରାଜ୍ୟରେ ଏବେ ଘରୋଇ ବସ ସଂଖ୍ୟା ୧୪ ହଜାର ରହିଛି । ସେଥିରେ ୪୦୦ ବସ ହେଉଛି ଓଏସଆରସଟିସି । ଟାଉନ ବସ ସଂଖ୍ୟା ୨ଶହ ଥିବା ବେଳେ ରାଜ୍ୟ ବାହାରକୁ ୩ଶହରୁ ଅଧିକ ବସ୍ ଯାଇଥାଏ । କେବଳ ବରମୁଣ୍ଡାରୁ ସାରା ରାଜ୍ୟକୁ ୮ଶହ ବସ୍ ଯାତାୟତ କରେ । ଯେହେତୁ ଘୋଷଣା ମୁତାବକ ସାରା ରାଜ୍ୟକୁ ବସ ଗଡ଼ିବା ଆରମ୍ଭ କରିଛି ତେଣୁ ବରମୁଣ୍ଡାରୁ ୨୫୦ ବସ୍ ଯାତାୟତ ଆରମ୍ଭ କରିଛି । ଯାତ୍ରୀଙ୍କ ଆବଶ୍ୟକତା ମୁତାବକ ଧୀରେ ଧୀରେ ଆଗକୁ ପ୍ରାୟ ସବୁ ବସ୍ ଗଡ଼ିବ କୁହାଯାଉଛି ।

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

“ଏଣିକି ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହେବା ନେଇ ଆଶା କରାଯାଉଛି । ଉଭୟ ଘରୋଇ ଓ ସରକାରୀ ବସ ସ୍ୱାଭାବିକ ହେବ । କଟକଣା କୋହଳ ହୋଇଥିବାରୁ ବସ ଚଳାଚଳରେ ଆଉ ଅସୁବିଧା ନାହିଁ ।ବସ ଚଳାଇବା ସମୟରେ କୋଭିଡ ନିୟମ ମାନିବାକୁ କୁହାଯାଇଛି । ଉଭୟ ଯାତ୍ରୀ ଓ ବସ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କ୍ଷମତାଠୁ ଅଧିକ ଯାତ୍ରୀ ନେଇ ପାରିବେନି ବସ । ପୂର୍ବରୁ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ପ୍ୟାସେଞ୍ଜର ନହେବାରୁ ବହୁତ କମ ବସ ଚଳାଚଳ କରୁଥିଲା । ଏବେ ପ୍ରାୟ କଟକଣା କୋହଳ ହୋଇଥିବାରୁ ଆଗକୁ ବସ ଚଳାଚଳ ସମ୍ପୂର୍ଣ ସ୍ୱାଭାବିକ ହେବ ବୋଲି ଆସା କରାଯାଉଛି । ବସ ମାଲିକ ସଂଘର ଦାବି ମୁତାବକ ଓ ସ୍ଥିତିକୁ ଦେଖି ଟ୍ୟାକ୍ସ ଛାଡ ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି । ଏବେ କଟକଣା କୋହଳ ହୋଇଥିବାରୁ ବସ ମାଲିକ ମାନେ ବସ ଚଳାଚଳ କଲେ ଲୋକମାନେ ଜାଣିପାରି ବସରେ ଯାତାୟାତ ଆରମ୍ଭ କରିବେ,’’ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।



“ପୂର୍ବରୁ କିଛି ରୁଟରେ 'ମୋ ବସ୍' ଗଡୁଥିଲା। ଏବେ ଆଗକୁ ସ୍ଥିତି ଦେଖି ନିଷ୍ପତି ନିଆଯିବ । ରାଜ୍ୟରେ ଦିନକୁ ଦିନ ବଢୁଛି ସଂକ୍ରମଣ । ଆଗକୁ ଅଛି ପିକ୍ ସମୟ । ତା ଭିତରେ ସଚେତନତା ଓ ସତର୍କତା ନିହାତି ଜରୁରୀ । ତେବେ ଦେଖାଯାଉ କୋଭିଡ଼ ନିୟମକୁ କେତେ ପାଳନ କରୁଛନ୍ତି ଯାତ୍ରୀ ଓ ବସ କର୍ମଚାରୀ,” କହିଛନ୍ତି ‘ମୋ ବସ’ ର କ୍ରୁଟ୍ ଏମଡି ।
Published by: Jagdish Barik
First published: September 2, 2020, 1:47 PM IST
corona virus btn
corona virus btn
Loading