କେବଳ ଗ୍ରୀନ ଜୋନରେ ବସ୍ ଚାଲିବ କି ନାହିଁ ବସ୍ ମାଲିକ ମହାସଙ୍ଘ ନିଷ୍ପତ୍ତି ନେବ

ଲକଡ଼ାଉନ ବଳବତ୍ତର ରହିଥବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ଏହି ଗାଇଡ଼ଲାଇନରେ ବସ୍ ଚଲାଇଲେ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ହେବ ।

କେବଳ ଗ୍ରୀନ ଜୋନରେ ବସ୍ ଚାଲିବ କି ନାହିଁ ବସ୍ ମାଲିକ ମହାସଙ୍ଘ ନିଷ୍ପତ୍ତି ନେବ
କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ଅଟକି ରହିଥିବା ବସରୁ ଗୋଟିଏ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗ୍ରୀନ୍ ଜୋନରେ ବସ ଚଳାଚଳକୁ କେନ୍ଦ୍ର ସରକାର ସର୍ତ୍ତମୁଳକ ମଞ୍ଚୁରି ଦେଇଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ନିଜ ନୀତି ସ୍ଥିର କରି ନାହାଁନ୍ତି । ଫଳରେ ରାଜ୍ୟରେ ବସ ଚାଳାଚଳ କରିବ ବା ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

ସାମଜିକ ଦୁରତା ରକ୍ଷା କରିବା ସହିତ ବସର କର୍ମଚାରୀ ଓ ଯାତ୍ରୀମାନେ ମାସ୍କ ପିନ୍ଧିବା ଓ ୫୦ ପ୍ରତିଶତରୁ କମ ଯାତ୍ରୀ ପରିବହନ ଇତ୍ୟାଦି ନିୟମ ପାଳନ କରି କେବଳ ଗ୍ରୀନ ଜେନରେ ହିଁ ବସ ଚଳାଚଳ କରାଯାଇପାରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଲକଡାଉନ ବଳବତ୍ତର ରହିଥବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି ଏବଂ ଏହି ଗାଇଡଲାଇନରେ ଗାଡି ଚଲାଇଲେ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ପଡିବ । ଫଳରେ ଅଧିକାଂଶ ବସ ମାଲିକ ବସ ଚଲାଇବା ସପକ୍ଷରେ ନାହାଁନ୍ତି ।

“ପ୍ରଥମେତଃ ୫୦ ପ୍ରତିଶତ ଲୋକଙ୍କୁ ନେଇ ଗାଡି ଚଲାଇବା ସମ୍ଭବ ହେବ ନାହିଁ । କରୋନା ଭୟ ଓ ଲକଡ଼ାଉନ ଯୋଗୁଁ କେହି କୁଆଡେ ଯାଉ ନାହାଁନ୍ତି । ଯେଉଁମାନେ ବି ବାହାରୁଛନ୍ତି ସେମାନେ ଦୁଇ ଗୁଣା ଭଡ଼ା ଦେଇ ବସରେ ଯିବେ ନାହିଁ । ବାଲେଶ୍ବର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲା ରେଡ ଜୋନରେ ଆସୁଥିବାରୁ ସେହି ସବୁ ଜିଲ୍ଲାକୁ ବସ ଚଳାଚଳ ହୋଇ ପାରିବ ନାହିଁ । ତେଣୁ କେବଳ ଗ୍ରୀନ ଜୋନରେ ଗାଡ଼ି ଚଲାଇବା ଆମ ପକ୍ଷରେ ସମ୍ଭବ ନୁହେଁ,” ବୋଲି କହିଛନ୍ତି ମନିଷା ବସ ସର୍ଭିସର ମାଲିକ ଅଜୟ ବାରିକ ।

ରାଜ୍ୟ ଘରୋଇ ମାଲିକ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ


ରାଜ୍ୟ ଘରୋଇ ମାଲିକ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି: “କେନ୍ଦ୍ର ସରକାରଙ୍କ ଏହି ନୂଆ ଗାଇଡ଼ଲାଇନ ନେଇ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କିଛି ନିଷ୍ପତି ଗ୍ରହଣ କରିନାହାଁନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟରେ ଘରୋଇ ବସ ଚାଲିବା ନେଇ ସବୁ ବସ ମାଲିକମାନଙ୍କ ମତ ନିଆଯାଉଛି । ଏହି ବାବଦରେ ଆସନ୍ତା କାଲି ରାଜ୍ୟର ଘରୋଇ ବସ ମାଲିକ ମହାସଙ୍ଘର କର୍ମକର୍ତ୍ତାମାନଙ୍କର ଏକ ବୈଠକ ମଧ୍ୟ ଡକାଯାଇଛି । ବୈଠକ ପରେ ହିଁ ଆମେ କିଛି ନିଷ୍ପତ୍ତି ଗ୍ରହଣ କରିବୁ ।’’

ରାଜ୍ୟରେ ମୋଟ ୧୬,୦୦୦ରୁ ଉର୍ଦ୍ଧ ବସ ଚାଲୁଥିବା ବେଳେ ସେଥି ମଧ୍ୟରୁ ସରକାରୀ ବସ ସଂଖ୍ୟା ପାଖାପାଖି ୨,୦୦୦ । ଏହି ୧୬,୦୦୦ ବସରେ ଦୈନିକ ପ୍ରାୟ ୫ ଲକ୍ଷ ଲୋକ ହଜାର ଲୋକ ଯାତାୟତ କରିଥାନ୍ତି । କିନ୍ତୁ ଲକଡ଼ାଉନ ଯୋଗୁଁ ରାଜ୍ୟର ପରିବହନ ବ୍ୟବସ୍ଥାରେ ଏକ ଗରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରୁଥିବା ଏହି ବସ ସେବା ପାଖାପାଖି ଦେଢ ମାସ ହେଲା ବନ୍ଦ ରହିଛି ।

“ମୁଁ ନିୟମିତ ଭାବେ ବସରେ ଯାତ୍ରା କରେ । କିନ୍ତୁ ଏବେ ଯଦି ବସ ଚାଲେ ତାହାଲେ ଅଧିକ ଭଡା ଦେବାକୁ ପଡିବ । ତା’ ପରେ ଏହି ଭଳି ପରିସ୍ଥିତିରେ ସବୁ ତ ବନ୍ଦ, କରୋନା ଯୋଗୁଁ କୁଆଡେ ଯିବା ପାଇଁ ବି ଭୟ ଲାଗୁଛି,” କହିଛନ୍ତି କଟକରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଳା ବୁଗୁଡ଼ା ବାସିନ୍ଦା ପ୍ରଦୀପ ବେହେରା ।
First published: May 2, 2020, 6:03 PM IST
corona virus btn
corona virus btn
Loading