ଗଞ୍ଜାମରେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଳିଗଲା ବସ୍‌; ୧୦ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ବାହାଘର ନିର୍ବନ୍ଧ ପାଇଁ କେତୋଟି ପରିବାର ମିଶି ଏହି ବସରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ୧୫ ଟପିଯାଇ ପାରେ ।

ଗଞ୍ଜାମରେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଳିଗଲା ବସ୍‌; ୧୦ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ଦୁର୍ଘଟଣାରେ ମୃତ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି ।
  • News18 Odia
  • Last Updated: February 9, 2020, 3:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଅସାବଧାନତା ହେତୁ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଗଞ୍ଜାମରେ ଜଳିଯାଇଛି 'ସିଲ୍‌କ ସିଟି' ନାମକ ବସ୍‌ । ସେଥିରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣା ଆଜି ମଧ୍ୟାନ୍ନରେ ବ୍ରହ୍ମପୁରର ଗୋଳନ୍ଥରା ମେଣ୍ଡରାଜପୁର ଗାଁରେ ଘଟିଛି ।

ବସଟି ଡଙ୍କଲପାଟୁରୁ ଚ଼ିକରଡ଼ାକୁ ଯାଉଥିବା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ରେ ଥିବା ପାଖାପାଖି ୩୦ରୁ ଅଧିକ ଯାତ୍ରୀ ଗୁରୁତରଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ।

ମୃତକଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ଜିଲ୍ଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଆମ୍ବୁଲାନ୍ସରେ ଓ ନିଜ ଗାଡ଼ିରେ ଆହତମାନଙ୍କୁ ଡାକ୍ତରଖାନା ପଠାଇଛନ୍ତି ଉପଜିଲ୍ଲାପାଳ ।

ବାହାଘର ନିର୍ବନ୍ଧ ପାଇଁ କେତୋଟି ପରିବାର ମିଶି ଏହି ବସରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଲୋକଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ୧୫ ଟପିଯାଇ ପାରେ । ଜିଲ୍ଲା ପ୍ରଶାସନ ତରଫରୁ ମୃତ୍ୟୁ ସଂଖ୍ୟା ବିଷୟରେ ଆଧିକାରୀକଭାବେ କୌଣସି ସୂଚ଼ନା ଦିଆଯାଇ ନାହିଁ ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିଦ୍ୟୁତ ବିଭାଗର କାର୍ଯ୍ୟଶୈଳୀ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଦୁର୍ଘଟଣା ବିଷୟରେ ଅଧିକ ସୂଚ଼ନାକୁ ଅପେକ୍ଷା କରାଯାଉଛି ।
First published: February 9, 2020, 3:11 PM IST
corona virus btn
corona virus btn
Loading