ରାଜ୍ୟବାସୀଙ୍କ ଉପରେ ଭାରି ପଡୁଛି ବିଜୁଳି ବୋଝ; ଆହୁରୀ ବଢ଼ିବାକୁ ଯାଉଛି ସମସ୍ୟା

ଗତ ବର୍ଷ ବିଦ୍ୟୁତ୍ କମ୍ପାନୀର ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଇଆରସି ପକ୍ଷରୁ ବିଦ୍ୟୁତ ୟନିଟ୍ ପିଛା ୩୦ ରୁ ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଚଳିତ ବର୍ଷ ପୁଣି ସମାନ ସ୍ଥିତି ଉପଜିବାକୁ ଯାଉଛି।

ରାଜ୍ୟବାସୀଙ୍କ ଉପରେ ଭାରି ପଡୁଛି ବିଜୁଳି ବୋଝ

ରାଜ୍ୟବାସୀଙ୍କ ଉପରେ ଭାରି ପଡୁଛି ବିଜୁଳି ବୋଝ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟବାସୀଙ୍କ ଉପରେ ଭାରି ପଡୁଛି ବିଜୁଳି ବୋଝ। କରୋନା କାଳରେ ଲୋକେ କିଭଳି ଜୀବନ ଜୀବିକା ନିର୍ବାହ କରିବେ ସେନେଇ ଚିନ୍ତାରେ ଛଟପଟ ହେଉଥିବାବେଳେ ଓଡ଼ଶା ବିଦ୍ୟୁତ୍ ନିୟାମକ ଆୟୋଗର (ଓଇଆରସି) ଅଭିଯୋଗ ଶୁଣାଣି ନିଷ୍ପତ୍ତି ଲୋକଙ୍କ ଉପରେ ଦାଉ ସାଧିବାକୁ ଯାଉଛି।

ଗତ ବର୍ଷ ବିଦ୍ୟୁତ୍ କମ୍ପାନୀର ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଇଆରସି ପକ୍ଷରୁ ବିଦ୍ୟୁତ ୟନିଟ୍ ପିଛା ୩୦ ରୁ ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଚଳିତ ବର୍ଷ ପୁଣି ସମାନ ସ୍ଥିତି ଉପଜିବାକୁ ଯାଉଛି।

ବିଭିନ୍ନ ବିତରଣ କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ଲାଗି ବିଦ୍ୟୁତ୍ ତାରିଫ ବୃଦ୍ଧି କରିବାକୁ ନିୟାମକଙ୍କ ନିକଟରେ ଦାବି କରାଯାଇଛି। ଏହାକୁ ନେଇ ଆୟୋଗ ପକ୍ଷରୁ ସଚିବ ଜନଶୁଣାଣି ପ୍ରକ୍ରିୟା ଆରମ୍ଭ ଲାଗି ବିତରଣ କମ୍ପାନିଗଡିକୁ ଜଣାଇଛନ୍ତି। ଏହି ପ୍ରକ୍ରିୟା ଆସନ୍ତା ୧୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଗ ତରଫରୁ ଜଣାପଡ଼ିଛି।

ତଥ୍ୟ ଅନୁଯାୟୀଗ୍ରୀଡକୋ, ଟାଟା ପାୱାର ପ୍ରବୃତ୍ତି ବିତରଣ କମ୍ପାନୀର ଶଣାଣି ୧୯ରୁ ରହିଛି। କରୋନା ପାଇଁ ଶଣାଣି ଆଭାସି ଜରିଆରେ ହେବ।ଏହି ସମୟରେ ବିଦ୍ୟୁତ୍ ବିତରଣ କମ୍ପାନୀଗଡ଼ିକ ସେମାନଙ୍କ ପକ୍ଷ ରଖିବେ। ତେବେ ଟାଟା ପାୱାର ବିଦ୍ୟୁତ୍ ବିତରଣ
ଦାୟିତ୍ବ ନେବାଠାରୁ ଲୋକଙ୍କ ଉପରେ ବିଭିନ୍ନ ପ୍ରକାର ବୋଝ ପଡୁଛି। କେତେବେଳେ ମିଟର ବଦଳାଯାଇ ଅଧିକ ବିଲ୍ ଉଠୁଛି ତ ଆଉ କେତେବେଳେ ନିର୍ଦିଷ୍ଟ ଦିନଠାରୁ ବିଳମ୍ବରେ ଆସି ଏକାଥରକେ ବିଲ୍ ପ୍ରସ୍ତୁତ ହେଉଛି।

ଯାହା ଦ୍ବାରା ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଟିକସର ଭାର ପଡୁଛି। ବିଦ୍ୟୁତ୍ ସଂସ୍କାର ପାଇଁ
ଶକ୍ତି ବିଭାଗ ପକ୍ଷରୁ ସରକାରଙ୍କୁ ଲମ୍ବା ଖର୍ଚ୍ଚ ତାଲିକା ଦିଆଯାଉଛି। ବିଭିନ୍ନ ସ୍ଥାନରେ ନୂଆ ୟନିଟ୍ ସ୍ଥାପନ ସହ ଗ୍ରୀଡ୍ ସ୍ଥାପନ କରାଯାଉଛି। ଏହା ବ୍ୟତୀତ କେଉଁଠି ବିଦ୍ୟୁତ ଭାର ଲାଗି ତାର ବଦଳା ଯାଉଛି ତ ଆଉ କେଉଁଠି ମାଟି ତଳେ କେବୁଲ ବିଛାଯାଉଛି। ଏସବୁ ଖର୍ଚ୍ଚ ପରୋକ୍ଷରେ ଉପଭୋକ୍ତାଙ୍କ ଉପରେ ପଡୁଥିବାବେଳେ ବିଦ୍ୟୁତ୍ ତାରିଫ ବଢ଼ାଇବା ପାଇଁ ପଣି ବିଭିନ୍ନ କମ୍ପାନୀ ପକ୍ଷରୁ ଆୟୋଗଙ୍କଠାରେ ଦାବି ଉପସ୍ଥାପନ କରାଯାଇଛି।

ଗତ ବଜେଟ ଅଧିବେଶନ ସମୟରେ ବିଜୁଳି ଶୁଳ୍କ ବୃଦ୍ଧିକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ବିଜେପି ଓ କଂଗ୍ରେସର ଅଭିଯୋଗ କରିଥିଲେ ମହାମାରୀ ସମୟରେ ସାଧାରଣ ଲୋକେ ଜୀବନ ଜୀବିକା ହରାଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ବିଜୁଳି କରେଣ୍ଟ (ଝଟକା) ଦେଉଛନ୍ତି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଜରିଆରେ ରାଜ୍ୟ ସରକାର ବିଦ୍ୟୁତ ଦର ବଢ଼ାଇ ଚାଲିଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀ ସହିତ ଆୟୋଗର ସଲାସତୁରା ଯୋଗୁଁ ଦର ଅହେତୁକ ବଢ଼ିଚାଲିଛି ଓ ରାଜ୍ୟବାସୀ ଏହାର ଶିକାର ହେଉଥିବା ବି‌ରୋଧୀ ଅଭଯୋଗ କରିଥିଲେ।
ସରକାରଙ୍କ ଏହି ନୀତି ଯୋଗୁଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା କଷ୍ଟ ଭୋଗଛନ୍ତୁ। ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ ଦର ବୃଦ୍ଧି ଉପରେ ପନଃ ବିଚାର କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା। ରାଜ୍ୟ ସରକାର ରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡ଼ି ବର୍ଦ୍ଧିତ ବିଦ୍ୟୁତ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।

ଇତିମଧ୍ୟରେ ଶୁଳ୍କ ବଢ଼ିବାର ୧ ବର୍ଷ ପୂରଣ ହୋଇନଥିବା ବେଳେ ଦର ବଢ଼ାଇବା ନେଇ ବିତରଣ କମ୍ପାନୀଙ୍କ ଦାବି ଓ ଏହାକୁ ନେଇ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହେବାକୁ ଥିବା ଜନଶୁଣାଣି କାର୍ଯ୍ୟକ୍ରମ ଉପଭୋକ୍ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ ବିଦ୍ୟୁତ ଶୁଳ୍କ ବଢ଼ିଲେ ରାସ୍ତାରେ ଜନ ଆନ୍ଦୋଳନ ହେବ। କୋରନା ସଂକ୍ରମଣ ଯୋଗୁଁ ଜୀବନ ଜିବିକା ସଂଘର୍ଷ ଭିତରେ ଆର୍ଥିକ ସଙ୍କଟ ଦେଇ ଲୋକ ଗତି କରୁଛନ୍ତି। ଏଭଳି ଦୁସ୍ଥିତିରେ ଦରବୃଦ୍ଧି ନିନ୍ଦନୀୟ କଥା।
Published by:Lipina Das
First published: