Naba Das shot: ନବ ଦାସଙ୍କ ଗୁଳିମାଡ଼ ପଛରେ ବ୍ୟକ୍ତିଗତ ସ୍ୱାର୍ଥ ନା ଷଡ଼ଯନ୍ତ୍ର?

ଫଟୋରେ ଦେଖୁଥିବା ପୋଲିସ କର୍ମୀ ଜଣଙ୍କ ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏନେଇ ଅଧିକ ସୂଚନା ଦେଇଛନ୍ତି ଏସଡିପିଓ ।

ଗୋପାଳ ଦାସ

ଗୋପାଳ ଦାସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das shot: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ଝାରସୁଗୁଡା ଗାନ୍ଧି ଛକରେ ତାଙ୍କୁ ଗୁଳି ମାଡ ହୋଇଛି । ଏକ କାର୍ଯ୍ଯକ୍ରମରୋ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଗୁଳିକାଣ୍ଡ ହୋଇଥିବାର ସୂଚନା ମିିଳିଛି ।

BJD LEADER NABA DAS SHOT: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼; ହସ୍ପିଟାଲରେ ଭର୍ତ୍ତି

ତେବେ ଏହି ଘଟଣା ଆଉ କେହି ନୁହଁନ୍ତି ବରଂ ପୋଲିସ କର୍ମୀ କରିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ପୋଲିସ କର୍ମୀ ଗୋପାଳ ଦାସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ଗାଡିରୁ ଓହ୍ଲାଇବା ବେଳେ ଗୁଳିମାଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୋଲିସ ବେଶରେ ଜଣେ ଗୁଳିମାଡ କରାଯାଇଥିବାର ସୂଚନା ମିଳିଛି। ମନ୍ତ୍ରୀଙ୍କ ଗାଡି ନିକଟରୁ ଗୁଳିମାଡ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସ ବେଶଧାରୀ ଗୁଳି ମାଡ କରିଛି ।


ଗାନ୍ଧି ଛକ ଫାଣ୍ଡିରେ ଗୋପାଳ ଦାସ କାର୍ଯ୍ୟ କରନ୍ତି । ତେବେ କେଉଁ କାରଣରୁ ସେ ଏଭଳି ଘଟଣା ଘଟାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ । ତେବେ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ ଆରମ୍ଭ ହେବା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।
Published by:Soumya Das
First published: