- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ରାଜଧାନୀରେ ଷଣ୍ଢ ଆତଙ୍କ। ଉପଦ୍ରବ କରିବା ସହ ଏକାଧିକ ଲୋକଙ୍କୁ କରିଛି ଆକ୍ରମଣ। ଷଣ୍ଢ ଆକ୍ରମଣରେ ୪ ଜଣ ହୋଇଛନ୍ତି ଆହତ ଓ ତନ୍ମଧ୍ୟରୁ ଜଣେ ଯୁବତୀ ଗୁରୁତର ଭାବେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।
ପାଗଳ ଷଣ୍ଢ ଉତ୍ପାତରେ ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ଦୁଇଦିନ ହେବ ସକାଳ ଓ ସନ୍ଧ୍ୟା ସମୟରେ ଷଣ୍ଢଟିର ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସକାଳେ ଷଣ୍ଢର ଆକ୍ରମଣର ଶିକାର ହୋଇ ଦୁଇଜଣ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୂଚନା ଅନୁସାରେ ପଟିଆ ଷ୍ଟେସନ ରାସ୍ତାରେ ପୁଣି ପାଗଳ ଷଣ୍ଢଟି ମାତିଛି । ବିଏମସିକୁ ଖବର ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଯାହା ଫଳରେ ଅନେକେ ହୋଇଛନ୍ତି ଷଣ୍ଢ ଆକ୍ରମଣର ଶିକାର।
ଏଥିପାଇଁ ଅଞ୍ଚଳବାସୀ ଠେଙ୍ଗା ବାଡ଼ି ଧରି ପାଗଳ ଷଣ୍ଢକୁ ଘଉଡାଇବା ସହିତ ଇଂଜଣା ଓ ପଟିଆ ଷ୍ଟେସନ ରାସ୍ତା ଦେଇ ଯାତାୟାତ କରୁଥିବା ସବୁ ଲୋକଙ୍କୁ ସତର୍କ କରୁଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।