ବୁଢ଼ୀ ଠାକୁରାଣୀଙ୍କ ଅନନ୍ୟ ପରମ୍ପରା; ମାଉସୀ ହାତରୁ ଗଜା ଓ ନଡ଼ିଆ କଦଳୀ ଖାଇଲେ ମା

ବୁଢ଼ୀ ଠାକୁରାଣୀଙ୍କୁ ଆଗମନକୁ ଚାହିଁ ରହିଥିଲେ ମାଉସୀ ମା । ନିଜ ହାତରେ ନଡ଼ିଆ କଦଳୀ ସହ ଗଜା ମଧ୍ଯ ଖୁଆଇଦେଇଥିଲେ ମାଉସୀ ।

ବୁଢ଼ୀ ଠାକୁରାଣୀଙ୍କ ଅନନ୍ୟ ପରମ୍ପରା

ବୁଢ଼ୀ ଠାକୁରାଣୀଙ୍କ ଅନନ୍ୟ ପରମ୍ପରା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ଯାତ୍ରାର ଅନନ୍ୟ ପରମ୍ପରା। ଯାତ୍ରାର ସପ୍ତମ ଦିନରେ ମାଙ୍କ ମାଉସୀ ମାଙ୍କୁ ନଡ଼ିଆ କଦଳୀ ଭୋଗ କରିବା ସହିତ ମାଉସୀ ହାତରୁ ଗଜା ଖାଇଲେ ମା ବୁଢ଼ୀ ଠାକୁରାଣୀ । ଯାତ୍ରାର ଶେଷରେ ମଧ୍ଯ ଦିନରେ ମାଉସୀ ହାତରେ ଖାଇବେ ପୋଡ଼ପିଠା।

ଧୁମଧାମରେ ଚାଲିଛି ମା ବୁଢ଼ୀ ଠାକୁରାଣୀ ଯାତ୍ରା । ଯାତ୍ରାରେ ଦିନକୁ ଦିନ ବଢ଼ୁଛି ଗହଳିଚହଳି । ମାଙ୍କ ଯାତ୍ରାର ସପ୍ତମ ଦିନରେ ମା ଅସ୍ଥାୟୀ ପୀଠରୁ ବାହାରି ମହୁରୀ ରାଜବାଟି ଯିବା ପରେ ପହଞ୍ଚିଥିଲେ ମାଉସୀ ମା ଘରେ । ମାଉସୀ ମା ମାଙ୍କୁ ନଡ଼ିଆ କଦଳୀ ଭୋଗ କରିବା ପରେ ଗଜା ଭୋଗ କରିଥିଲେ। ପରେ ଆଳତୀ ହେବା ପରେ ମାଉସୀ ମା ଘରୁ ବାହାରି ନଗର ପରିକ୍ରମା କରିଥିଲେ ମା ବୁଢ଼ୀ ଠାକୁରାଣୀ । ସେପଟେ ମା ଯେଉଁଭଳି ଭାବେ ନିଜ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ ଠିକ୍‌ ସେହିପରି ମାଉସୀ ଘରକୁ ମଧ୍ୟ ସେମାନଙ୍କ ବିବାହିତ ଝିଅ ମାନେ ମଧ୍ୟ ଆସିଥିଲେ । ଆଉ ଏହି ନିଆରା ପରମ୍ପରାକୁ ନେଇ ମାଙ୍କ ଯାତ୍ରା ଯେତେ ଲୋକପ୍ରିୟତା ହାସଲ କରିଛି ସେତେ ଲୋକଙ୍କ ଦ୍ବାରା ଆଦୃତ ହୋଇପାରିଛି ।

ମା ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦେଖିବାକୁ ମିଳିଥାଏ ଅନନ୍ୟ ପରମ୍ପରା । ମା ଅସ୍ଥାୟୀ ପୀଠକୁ ଆସିବା ପରେ ଦୁଇ ଦିନ ବିଶ୍ରାମ ପରେ ମା ଘଟକୁ ପରିବର୍ତ୍ତନ ହୋଇଥାନ୍ତି । ଆଉ ଏହାପରେ ଆରମ୍ଭ ହୋଇଥାଏ ଘଟଯାତ୍ରା । ଘଟଯାତ୍ରାରେ ମା ସାହି ସାହି ବୁଲି ବୁଲି ଭକ୍ତ ମାନଙ୍କୁ ନିକଟରୁ ଦର୍ଶନ ଦେବା ସହିତ ଭକ୍ତ ମାନେ ମାଙ୍କ ଗୋଡ଼ ଧୋଇବାର ସୁଯୋଗ ପାଇଥାନ୍ତି । ଆଉ ମାଙ୍କ ଯାତ୍ରାର ସପ୍ତମ ଦିନରେ ମା ନିଜ ମାଉସୀଙ୍କ ଘରକୁ ଯାଇଥାନ୍ତି।

‘‘ସୋମବାର ମାଙ୍କ ଯାତ୍ରାର ସପ୍ତମ ଦିନ ଥିବା ଯୋଗୁଁ ମା ବୁଢ଼ୀ ଠାକୁରାଣୀ ମାଉସୀ ଘରକୁ ଯାଇଥିଲେ  । ମାଉସୀଙ୍କ ଘରକୁ ଯିବା ପୂର୍ବରୁ ମାଉସୀ ମାଙ୍କ ଆଗମନକୁ ଚାହିଁ ରହିଥିଲେ । ମାଙ୍କୁ ଭୋଗ କରିବା ନିମନ୍ତେ ନଡ଼ିଆ କଦଳୀ ପ୍ରସ୍ତୁତ କରି ରଖିବା ସହିତ ଭୋଗ ନିମନ୍ତେ ଗଜା ମଧ୍ୟ ରଖିଥିଲେ । ମା ଆସିବା ପରେ ନଡ଼ିଆ କଦଳୀ ଭୋଗ କରିବା ସହିତ ମାଉସୀ ହାତରୁ ଗଜା ଖାଇଥିଲେ ମା ଠାକୁରାଣୀ । ଆଉ ଏହି ପରମ୍ପରା ବର୍ଷ ବର୍ଷ ଧରି ରହି ଆସୁଥିବା ବେଳେ ମାଙ୍କ ଏଭଳି ଆଗମନ ଓ ଭୋଗ ଖାଇବାକୁ ନେଇ ବେଶ ଖୁସ ଅଛନ୍ତି, କହିଛନ୍ତି,‘‘ ମାଙ୍କ ମାଉସୀ ବରଲକ୍ଷ୍ମୀ।



‘‘ମା ଠାକୁରାଣୀ ମାଉସୀ ଘରକୁ ଆସୁଥିବା ଯୋଗୁଁ ମାଉସୀଙ୍କ ବିବାହିତ ଝିଅ ମାନେ ମଧ୍ୟ ନିଜ ଘରକୁ ଆସିଛନ୍ତି । ଆଉ ମାଉସୀ ଘରେ ନିଜ ଝିଅ ଜ୍ବାଇଁ ନାତି ନାତୁଣୀଙ୍କୁ ନେଇ ଘର ପୁରା ପୁରି ଉଠିଥିଲା । ଆଉ ଯାତ୍ରା ଶେଷ ଦିନରେ ଆସି ମାଁ ମାଉସୀଙ୍କ ହାତରନ୍ଧା ପୋଡ଼ପିଠା ଖାଇଥାନ୍ତି  । ମାଙ୍କ ମାଉସୀର ଝିଅ ହୋଇଥିବା ଯୋଗୁଁ ନିଜକୁ ବେଶ ଭାଗ୍ୟବାନ ମନେ କରୁଛି ବୋଲି କହିଛନ୍ତି ମା ବୁଢ଼ୀ ଠାକୁରାଣୀଙ୍କ ମାଉସୀର ଝିଅ କଳ୍ପନା।

କେତେ ଦୂରଦୂରାନ୍ତରରୁ ଭକ୍ତ ମାନେ ଆସି ବିଭିନ୍ନ ସାହିରେ ଘଣ୍ଟା ଘଣ୍ଟା ଧରି ହଳଦୀ ପାଣିରେ ମାଙ୍କ ଗୋଡ଼ ଧୋଇବା ନିମନ୍ତେ ଅପେକ୍ଷା କରି ରହିଥାନ୍ତି । ମାଙ୍କ ଆଗମନ ହେବା ପରେ ଗହଳିଚହଳି ମଧ୍ୟରେ ମାଙ୍କ ଗୋଡ଼ ଧୋଇ ଆଶିର୍ବାଦ ନେଇଥାନ୍ତି ମହିଳା ମାନେ । ଏଭଳି ପ୍ରତିଦିନ ମାଙ୍କ ଗୋଡ଼ ଧୋଉଥିବା ବେଳେ ମାଙ୍କ ଯାତ୍ରା ଯେତେବେଳେ ଶେଷ ହୋଇଯାଏ ସେହି ସମୟରେ ବେଶ ଦୁଃଖ ଲାଗେ ବୋଲି କହିଛନ୍ତି ଭକ୍ତ ସାଲିନୀ ପାତ୍ର।

ମା ସୋମବାର ମାଉସୀ ମାଙ୍କ ଘରକୁ ଯିବା ସହିତ ବିଭିନ୍ନ ନଗର ପରିକ୍ରମା କରିଥିଲେ । ସେହି କ୍ରମରେ ମଙ୍ଗଳବାର ମଧ୍ୟ ବିଭିନ୍ନ ନଗରକୁ ପରିକ୍ରମା କରିବା ସହିତ ବିଭିନ୍ନ ସାହିରେ ବାହାରିବାକୁ ଥିବା ରଥ ଓ କଳାକୁଞ୍ଜକୁ ନିମନ୍ତ୍ରିତ କରିବେ ମା ବୁଢ଼ୀ ଠାକୁରାଣୀ ।
Published by:Soumya Das
First published: