ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱରରେ ପାଳିତ ହେଲା ବୁଢା କାର୍ତ୍ତିକ ପୂଜା; ମାନସିକ ମନାସିଲେ ମହିଳା

ବାଲେଶ୍ୱରରେ ପାଳିତ ହେଲା ବୁଢା କାର୍ତ୍ତିକ ପୂଜା; ମାନସିକ ମନାସିଲେ ମହିଳା

ବାଲଶ୍ବର ଜିଲ୍ଲାରେ ପାଳିତ ହୋଇଯାଇଛି ବୁଢ଼ା କାର୍ତ୍ତିକ ପୂଜା । ଏଠାରେ ମାନସିକଧାରି ମହିଳାମାନେ ପ୍ରଭୁଙ୍କ ନିକଟରେ କଦଳୀ ଭୋଗ ସହ କଣ୍ଡେଇ ପୂଜା କରିଥାନ୍ତି ।

ବାଲେଶ୍ୱରରେ ପାଳିତ ହେଲା ବୁଢା କାର୍ତ୍ତିକ ପୂଜା; ମାନସିକ ମନାସିଲେ ମହିଳା
ବାଲେଶ୍ୱରରେ ବୁଢା କାର୍ତ୍ତିକ ପୂଜା ହୋଇଆସିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲଶ୍ବର ଜିଲ୍ଲାରେ ପାଳିତ ହୋଇଯାଇଛି ବୁଢ଼ା କାର୍ତ୍ତିକ ପୂଜା । ଜିଲ୍ଲାର ବାରବାଟିରେ ୧୫୦ବର୍ଷରୁ ଅଧିକ  ହେବ ବୁଢା କାର୍ତ୍ତିକ ପୂଜା ପାଳନ କରାଯାଉଛି । ଏଠାରେ ମାନସିକଧାରି ମହିଳାମାନେ ପ୍ରଭୁଙ୍କ ନିକଟରେ କଦଳୀ ଭୋଗ ସହ କଣ୍ଡେଇ ପୂଜା କରିଥାନ୍ତି । ବିଶ୍ବାସ ରହିଛି ପୁତ୍ର ସନ୍ତାନ ଆଶା କରିଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନିକଟରେ ପୂଜାକଲେ ସନ୍ତାନ ପ୍ରାପ୍ତି ହୋଇଥାଏ ।

ନିଃସନ୍ତାନ ସନ୍ତାନ ପାଇଥାନ୍ତି ,  ପୂଜା କଲେ ସମସ୍ତ ବାଧାବିଘ୍ନ ଦୁର ହୋଇଥାଏ। ଏ ବିଶ୍ବାସ ନେଇ ବେଶ ରିତିନିତୀରେ ବାଲେଶ୍ବର ସହରର ବାରବାଟି ପୂଜା ମଣ୍ଡପରେ ୧୮୩୭ ମସିହାରୁ ପୂଜା ହୋଇଆସୁଛନ୍ତି ବାବା ବୁଢ଼ା କାର୍ତ୍ତିକ  ।  ତେବେ ପୂଜାର ମହାତ୍ମଓ ବିଶେଷତ୍ବ ଟିକେ ନିଆାରା ।  ଏଥିପାଇଁ ଶ୍ରଦ୍ଧାଳୁମାନେ ବାବାଙ୍କୁ ବେଶ ଶ୍ରଦ୍ଧାର ସହିତ ପୂଜା କରିଥାନ୍ତି  ଓ ଭୋଗ ଡାଲା ଲଗାଇ ଉପବାସ କରିଥାନ୍ତି। ସଂକ୍ରାନ୍ତି ଦିନ  ବିଳମ୍ବିତ ରାତିରେ କାର୍ତ୍ତିକେଶ୍ବରଙ୍କ ଏହି ବୁଢା ପୂଜା କରାଯାଇଥାଏ  । ତେବେ ବାବାଙ୍କ ପାଖରେ ଭୋଗ ଡାଲା ଲୋକ ଲଗାଇ ପୂଜା କରିଥିବାବେଳେ ଏହି ଡାଲାରେ ବିଭିନ୍ନ ପ୍ରକାର ଫଳ, ମିଷ୍ଠାନ ସହିତ କଣ୍ଢେଇ ପୂଜା କରାଯାଇଥାଏ  ।

" ଜଣେ ଶ୍ରଦ୍ଧାଳୁ ସଂଯୁକ୍ତା ଖିଲାର କହିଛନ୍ତି, ଆମେ ପରିବାର ସହିତ ୮ ବର୍ଷ ହେବ ଏହି ବ୍ରତ କରି ଆସୁଛୁ । ପୂର୍ବରୁ ଶୁଣିଛୁ ଯେତେ ଲୋକ ବିଧିର ସହିତ ପୂଜାର୍ଚ୍ଚନା କରିଥାନ୍ତି ସମସ୍ତଙ୍କର ମନସ୍କାମନା ପୁରଣ ହୋଇଥାଏ । ଏଣୁ ଆମେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ । ସକାଳୁ ବ୍ରତ ଧାରୀମାନେ ଉପବାସ କରିଥାନ୍ତି ରାତି ସାରା ପୂଜାର୍ଚ୍ଚନା ଚାଲିଥାଏ"।

" ବୁଢ଼ା କାର୍ତ୍ତିକଙ୍କ ନିଷ୍ଠାପର ସହିତ ପୂଜାର୍ଚ୍ଚନା କଲେ ବାବା ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତିବ। ମୁଁ ମଧ୍ୟ ପୂର୍ବରୁ ପୂଜାର୍ଚ୍ଚନା କରି ମାନସିକ  କରି ପାଇଛି ଏଣୁ ପ୍ରତ୍ୟକ ବର୍ଷ ପୂଜା କରୁଛି,"କହିଛନ୍ତି ଜଣେ ଶ୍ରଦ୍ଧାଳୁ ପ୍ରତିମା ବେହେରା।

ସେପଟେ ଶହ ଶହ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ବୁଢା କାର୍ତ୍ତିକ  । କଳଦୀ, ଫଳ ଭୋଗ ସହ ବଡ ଆକର୍ଷଣ ହେଲା କଣ୍ଡେଇ ପୂଜା ପାଇଁ  ପ୍ରଭୁଙ୍କ ନିକଟରେ ପୂଜା କରିଥିଲେ।ମହାତ୍ମକୁ ଦେଖି ହଜାର ହଜାର ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ । କେବଳ ବାରବାଟିରେ ଡାଲା ଭୋଗ କାର୍ତ୍ତିକଙ୍କ ପୂଜାରେ ୧ହାଜରରୁ ଅଧିକ ଭୋଗ ପୂଜା କରାଯାଇଥାଏ । ତେବେ ଚଳିତ ଥର କୋଭିଡ କଟକଣା ଯୋଗୁଁ ଭିଡ଼ ଟିକିଏ ନିୟନ୍ତ୍ରଣରେ ଥିଲା।

"ପୂର୍ବରୁ ବାରବାଟୀରେ କାର୍ତ୍ତିକ ପୂଜା ନେଇ ମୂର୍ତ୍ତି ନିର୍ମାଣ ବେଳେ ସବୁବେଳେ ମୂର୍ତ୍ତି ଫାଟି ଯାଇ ବୃଦ୍ଧଙ୍କ ଭଳି କାର୍ତ୍ତିକଙ୍କ ମୂର୍ତ୍ତି ଦେଖା ଯାଉଥିବାରୁ ତାଙ୍କୁ ବୁଢ଼ା କାର୍ତ୍ତିକ କୁହାଯାଏ । ସେହିପରି କାର୍ତ୍ତିକ ସବୁବେଳେ କଣ୍ଢେଇ ପ୍ରିୟ ହୋଇଥିବାରୁ ପୂଜାବେଳେ କଣ୍ଢେଇ ଭୋଗ ଡାଲା ସହିତ ଦିଆଯାଇଥାଏ । ପୁତ୍ର କାମନରେ ଏହି ପୂଜା କରାଯାଏ," କହୁଛନ୍ତି ପୂଜକ ବିଜୟ  କେତନ ପଣ୍ଡା।
Published by: Soumya Das
First published: November 18, 2021, 5:28 PM IST