କେନ୍ଦ୍ରୀୟ ବଜେଟରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ୱ ନେଇ ଅଙ୍କକଷା

କେନ୍ଦ୍ରରେ ଥିବା ମୋଦି ସରକାରଙ୍କ କ୍ଷମତାରେ ରହିବାର ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତାଛଡା ଆଗକୁ ସାଧାରଣ ନିର୍ବାଚନ। ଏହି କାରଣରୁ ଏଥର ବଜେଟରେ ଏମଏସଏମଇକୁ ସ୍ଵତନ୍ତ୍ର ଗୁରୁତ୍ୱ ମିଳିପାରେ ।

କେନ୍ଦ୍ରୀୟ ବଜେଟରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ୱ ନେଇ ଅଙ୍କକଷା

କେନ୍ଦ୍ରୀୟ ବଜେଟରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ୱ ନେଇ ଅଙ୍କକଷା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କୋଭିଡ (Covid) କାରଣରୁ ଗଭୀର ଭାବରେ ପ୍ରଭାବିତ ହୋଇଥିବା ଦେଶର ଶିଳ୍ପ କ୍ଷେତ୍ର (Industrial sector)  ଦୁଇବର୍ଷ ପରେ ଏବେ ବି ଅଣ୍ଟା ସଳଖିବାକୁ ଉଦ୍ୟମ କରୁଛି। ଏଥିରେ ବିଶେଷ କରି ଏମଏସଏମଇ (MSME) କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିବାରୁ ଜୀବିକା ହରାଇଥିଲେ ଅନେକ କର୍ମଚାରୀ । ସେମାନଙ୍କ ଭିତରୁ ଏବେ ବି ଅନେକ କର୍ମ ସଂସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି । ଏସବୁ ଭିତରେ ଏବେ କେନ୍ଦ୍ର ସରକାରଙ୍କ ଆଗରେ ପ୍ରାଥମିକତା ରହିଛି ଜୀବିକାକୁ ଗୁରୁତ୍ୱ ଦେବା । ଆଶା କରାଯାଉଛି ଯେ, ଏଥର କେନ୍ଦ୍ରୀୟ ବଜେଟରେ ଏମଏସଏମଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ ।

ଏବେ ବି ସଂଖ୍ୟାଧିକ ଏମଏସଏମଇ ଶିଳ୍ପ ସଂସ୍ଥା ଅଣ୍ଟା ସଳଖିବା ସ୍ଥିତିରେ ନାହାନ୍ତି ।  ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର  ଶିଳ୍ପ ଉଦ୍ୟୋଗୀ ବଂଶୀଧର ବାରିକ କହିଛନ୍ତି, ଏବେ ବି କୋଭିଡ ପ୍ରଭାବରୁ ତାଙ୍କ ବ୍ୟବସାୟ ମୁକୁଳି ପାରିନାହିଁ । କାରଣ ପୁଞ୍ଜିର ଅଭାବ । ତେଣୁ ସେ ଆଶାୟୀ ଯେ, ଏଥର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ଏହି ଏମଏସଏମଇ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ।

ସୂଚନା ଅନୁସାରେ, ଦେଶରେ ପଞ୍ଜୀକୃତ ଏମଏସଏମଇ ସଂସ୍ଥା ସଂଖ୍ୟା ପ୍ରାୟ ସାଢେ ୬ କୋଟି ଓ ଏମାନେ ବର୍ଷକୁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫ କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି। ସେହିଭଳି ଏମଏସଏମଇ କ୍ଷେତ୍ରରେ ରାଜ୍ୟରେ ପଞ୍ଜିକୃତ ମୋଟ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷରୁ ଅଧିକ । ଏମାନେ ବର୍ଷକୁ ପ୍ରାୟ  ୪୫ ରୁ ୫୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି । ହେଲେ ଲମ୍ବା ସମୟ ଧରି କୋଭିଡ ପ୍ରଭାବ କାରଣରୁ ଏଭଳି ଏମଏସଏମଇ ଶିଳ୍ପ ଉପରେ ନିର୍ଭର କରୁଥିବା ଉଭୟ ଶିଳ୍ପଦ୍ୟୋଗୀ ଓ କର୍ମଚାରୀ ହତାଶ ଅଛନ୍ତି ।

କୋଭିଡ ପ୍ରଭାବରେ ଏହି ଅଣୁ ଓ ମଧ୍ୟମ ଶିଳ୍ପ ସଂସ୍ଥା ଗୁଡିକ ସଂକଟରେ ଥିବା କାରଣରୁ ଦେଶରେ ପ୍ରାୟ ୧୦ କୋଟିରୁ ଅଧିକ କର୍ମ ସଂସ୍ଥାନ ହରାଇଛନ୍ତି । ଆମ ରାଜ୍ୟରେ ପ୍ରାୟ ୧୦ଲକ୍ଷରୁ ଅଧିକ ଲୋକ କର୍ମ ସଂସ୍ଥାନ ହରାଇଥିବା କୁହାଯାଇଛି। ଏଭଳି ସ୍ଥିତିକୁ ବିଚାରକୁ ନେଇ ଆସନ୍ତା କେନ୍ଦ୍ରୀୟ ବଜେଟରେ ଏମଏସଏମଇ କ୍ଷେତ୍ର ଉପରେ ଵିଶେଷ ଧ୍ୟାନ ଦିଆଯିବା ଦରକାର ବୋଲି ଶିଳ୍ପସଂସ୍ଥା ସହିତ ଜଡିତ ବ୍ୟକ୍ତିବିଶେଷଙ୍କ ମତ।

୨୦୨୧-୨୨ ଆର୍ଥିକ ବର୍ଷରେ  ଏମଏସଏମଇ କ୍ଷେତ୍ର ପାଇଁ ମୋଟ ୧୫ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ପୂର୍ବ ବଜେଟ ତୁଳନାରେ ଏହା ଥିଲା ଦ୍ୱିଗୁଣିତ। ପୂର୍ବରୁ ୨୦୨୦-୨୧ ଆର୍ଥିକ ବଜେଟରେ ଏହି କ୍ଷେତ୍ର ପାଇଁ ୭ ହଜାର ୫୭୨ କୋଟିର ଵ୍ୟୟ ବରାଦ କରିଥିଲେ କେନ୍ଦ୍ର ସରକାର । ଏହା ସହିତ ୧୦ ହଜାର କୋଟିର ସ୍ଵତନ୍ତ୍ର କର୍ପସ ଫଣ୍ଡ ମଧ୍ୟ ବ୍ୟବସ୍ଥା ହୋଇଥିଲା । ଅର୍ଥନୀତିଜ୍ଞଙ୍କ ମତରେ, "  କୋଭିଡ ପରେ ପରେ ଯାହା ଆଶା କରାଯାଉଥିଲା ତାହା ହୋଇ ପାରିନାହିଁ।  ଏବେବି ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଏମଏସଏମଇ ପ୍ରତିକୂଳ ସ୍ଥିତିରେ ବାଟ ଚାଲୁଛନ୍ତି । ସରକାରୀ ନିର୍ଦେଶ ସତ୍ତ୍ୱେ ବ୍ୟାଙ୍କମାନେ ଋଣ ପ୍ରଦାନ କରୁ ନାହାଁନ୍ତି। ଏ ଦିଗରେ କେନ୍ଦ୍ରୀୟ ବଜେଟରେ ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଗୁରୁତ୍ୱ ବଜେଟରେ ରହିବା ଦରକାର। କେନ୍ଦ୍ରରେ ଥିବା ମୋଦି ସରକାରଙ୍କ କ୍ଷମତାରେ ରହିବାର ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତାଛଡା ଆଗକୁ ସାଧାରଣ ନିର୍ବାଚନ। ଏହି କାରଣରୁ ଏଥର ବଜେଟରେ ଏମଏସଏମଇକୁ ସ୍ଵତନ୍ତ୍ର ଗୁରୁତ୍ୱ ମିଳିପାରେ ।

ଅଧିକ ଖବର ପଢ଼ନ୍ତୁ - http://ଆସୁଛି ଅନୁଭବ ମହାନ୍ତିଙ୍କ 'ରାବଣ'; ଆଜି ମନକଥା କହିଦେଲେ ଜାଗୃତି ଶୁକ୍ଳା
Published by:Soubhagya Mishra
First published: